ନିଷ୍ଟ ଶିକ୍ଷାନୁଷ୍ଠାନ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩ ଉଦଘାଟିତ

March 30, 2023, ଶିକ୍ଷା, ଗଞ୍ଜାମ, Swadhina Kumar Sahu
ନିଷ୍ଟ ଶିକ୍ଷାନୁଷ୍ଠାନ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩ ଉଦଘାଟିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 30, 2023

ବ୍ରହ୍ମପୁର- ସହର ଉପକଣ୍ଠ ଗୋଳନ୍ଥରା ନିକଟରେ ଥିବା ନିଷ୍ଟ ଶିକ୍ଷାନୁଷ୍ଠାନ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ ସୁକାନ୍ତ କିଶୋର ମହାପାତ୍ର ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗେ ଦେଇଥିଲେ Iଶିକ୍ଷାନୁଷ୍ଠାନ ଅଧକ୍ଷ ଡ ପ୍ରିୟଦର୍ଶୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଇଏସଟିଇର ଅଧକ୍ଷ ଡ ପ୍ରଭାତ କୁମାର ପାଢ଼ୀ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ସଙ୍କଳ୍ପର ପରାମର୍ଶଦାତା ଅଧ୍ୟାପକ ପ୍ରଫେସର ମିଟୁ ବରାଳ, ଛାତ୍ର ସଭାପତି ସୟଦ ଇମ୍ରାନ, ଛାତ୍ର ସଚିବ ଶ୍ରୀତମ ଶ୍ରବଣ ରଥ ଏବଂ ଛାତ୍ର କୋଷାଧ୍ୟକ୍ଷା କାଜଲ କୁମାରୀ ଅତିଥି ରୂପେ ମଞ୍ଚାସୀନ ଥିଲେ। ଏହି ଅବସରରେ କଲେଜ ପରିସରରେ ବିଭିନ୍ନ ପ୍ରକାରର ବୈଷୟିକ ପଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପଦର୍ଶନୀରେ ଏନସିଏସ କ୍ଲବ, ଇଏଚସି କ୍ଲବ, ଏଡି, ଇନୋଭା, ୟୁରେକା, ଏନଏସି, ଏନଏସଏସ, ଆରଇସି, ଏକ୍ସଏଲ, ମଲ୍ଟିମିଡିଆ, ଡ୍ୟାନ୍ସ, କେଟ, ଗୁଗୁଲ, ଫୋଟ ଫ୍ଲକ୍ସ, ମ୍ୟାନେଜେମେଣ୍ଟ ପରି ବହୁ କ୍ଲବ ଅଂଶ ଗ୍ରହଣ କରିଥିଲେ । ସେହିପରି ବୈଷୟିକ ଶିକ୍ଷା ସହିତ ଆସିଥିବା ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଚଳିତ ବର୍ଷ ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନର ୧୪ ଶହରୁ ଉର୍ଦ୍ଧ ବିଦ୍ୟାର୍ଥୀଙ୍କ ସମେତ ବହୁ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ସେହିପରି ଉଦଯାପନୀ ସନ୍ଧ୍ୟାରେ ପ୍ରସିଦ୍ଧ ଏମଟିଭି ଷ୍ଟୁଡିଓର ଇ ପି ଆର ବ୍ୟାଣ୍ଡ ସହିତ ଭୂବନେଶ୍ୱରର ଡିଜେ ଦିପ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।


ଏ କାର୍ଯ୍ୟକ୍ରମ ରେ ଡ଼ ଏମ ସୁରେଶ, ଡ଼ ମାନବେନ୍ଦ୍ର ପାତ୍ର , ଡ଼ ବିଷ୍ଣୁକର ନାୟକ, ଡ଼ ଦୁର୍ଯୋଧନ ସାହୁ, ଡ଼ ପ୍ରୀତି ରଞ୍ଜନ ସାହୁ, ଡ. ସଂଦୀପନ ମଲ୍ଲିକ, ଡ. ରତିକାନ୍ତ ନାୟକ, ଡ଼ ଅଶ୍ବିନୀ କୁମାର ଖୁଣ୍ଟିଆ, ଡ଼ ଅଶ୍ବିନୀ କୁମାର ନାୟକ, ପ୍ର ପୁର୍ନେନ୍ଦୁ ମିଶ୍ର,ପ୍ର ସ୍ୱାଧୀନ ମିଶ୍ର, ପ୍ର ହରିକୃଷ୍ଣ ଗନ୍ତାୟତ, ପ୍ର ଏମ. ରାଜେନ୍ଦ୍ର କୁମାର, ଡ଼ ସୁବ୍ରତ କୁମାର ଭୂୟାଁ, ଡ଼ ସୁଶାନ୍ତ ସାହୁ, ପ୍ର ଭବାନୀ ଗୌଡ଼, ପ୍ର ସରୋଜ ପାଢ଼ୀ, ମିନାକ୍ଷୀ ଦାଶ, ଶିବାନୀ ଗୁରୁ, ଆଫ୍ରିନ ଅଲି, ପ୍ରଭୁଦତ୍ତ ମିଶ୍ର, ସନ୍ତୋଷ ସାହୁ, ଗୋପବନ୍ଧୁ ଉତ୍ତରକବାଟ, ସୁନୀଲ ରେ, ଅଭିଷିକ୍ତ ମିଶ୍ର, ପିତାମ୍ବର ସାହୁ, ଇତ୍ୟାଦି ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାହ୍ନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ

କାହ୍ନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ

Read More...

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିପୁଳ ପରିମାଣର କାଠ ସହ ଗାଡି ଜବତ

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିପୁଳ ପରିମାଣର କାଠ ସହ ଗାଡି ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: