ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ହତ୍ୟା ଉଦ୍ୟମ ମାମଲା, ଦୁଇ ମହିଳା ଗିରଫ

April 10, 2023, ଅପରାଧ, ଗଞ୍ଜାମ, Kiran Behera
ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ହତ୍ୟା ଉଦ୍ୟମ ମାମଲା, ଦୁଇ  ମହିଳା ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
April 10, 2023

ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ହତ୍ୟା ଉଦ୍ୟମ ମାମଲାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାରରେ ବବି ରାଉଳ ନାମକ ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଏଭଳି ଆକ୍ରମଣକାରୀ ଦୁଇ ମହିଳା ଅଭିଯୁକ୍ତ ଙ୍କୁ ସୋମବାର ଗିରଫ କରିଛି । ସେମାନେ ହେଲେ ଛଣମେରି ଗ୍ରାମ ବଡସାହିର ବାସନ୍ତୀ ରାଉଳ ଏବଂ ଫାସିଗୁଡା ଗ୍ରାମ ଢେପସାହିର ସୁଦେଷ୍ଣା ନାୟକ । ଉଭୟଙ୍କୁ ସୋମବାର ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଥାନା ମାମଲା ନଂ.୧୨୫/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଦୁହିଁଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ମାର୍ଚ୍ଚ ୨୭ ତାରିଖ ଦିନ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ବବି ରାଉଳ ଓ ବାସନ୍ତୀ ରାଉଳ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଉଭୟ ଗୋଷ୍ଠି ପରସ୍ପରକୁ ଲୁହାଛଡ, ଇଟା, ପଥର ଖଣ୍ଡ ଦ୍ଵାରା ଆକ୍ରମଣ ଏବଂ ପ୍ରତି ଆକ୍ରମଣ କରିଥିଲେ।ଏଥିରେ ବବି ରାଉଳ ଏବଂ ବାସନ୍ତୀ ରାଉଳ ଗୁରୁତର ଆହତ ହୋଇଥିଲେ।ପୂର୍ବରୁ ବାସନ୍ତୀଙ୍କ ଏତଲା ଭିତ୍ତିରେ ବବି ରାଉଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସୋମବାର ବବିଙ୍କ ଏତଲା ଭିତ୍ତିରେ ବାସନ୍ତୀ ଓ ସୁଦେଷ୍ଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୌଦ୍ଧ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରାଯିବ

ବୌଦ୍ଧ ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ସଫଳ କରାଯିବ

Read More...

ପୂରାତନ ଛାତ ଭାଙ୍ଗିବା ବେଳେ ଚାପି ହୋଇ ଶ୍ରମିକ ମୃତ

ପୂରାତନ ଛାତ ଭାଙ୍ଗିବା ବେଳେ ଚାପି ହୋଇ ଶ୍ରମିକ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: