ସୋରିଆସିସ୍ ରୋଗ ସଚେତନl ଓ ସ୍ୱାସ୍ଥ ଶିବିର

April 24, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Swadhina Kumar Sahu
ସୋରିଆସିସ୍ ରୋଗ ସଚେତନl ଓ ସ୍ୱାସ୍ଥ ଶିବିର
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 24, 2023

ବ୍ରହ୍ମପୁର ସହରର ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସୋରିଆସିସ୍ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ସୋରିଆସିସ୍ ରୋଗ ସମ୍ବନ୍ଧରେ ସଚେତନ କରିଥିଲେ l ବର୍ତ୍ତମାନ ଯୁବକଙ୍କ ଠାରୁ ବୃଦ୍ଧ ଯାଏଁ ଏକ ଚିରସ୍ଥାୟୀ ଚର୍ମ ରୋଗ ସଂକ୍ରମଣ ହେଉଛି l ପ୍ରଥମେ ସନ୍ଧି ସ୍ଥାନ ଅଙ୍ଗୁଳିରେ ଯାଦୁ ପରି ଚକା ଚକା ହେଉଛି, ପ୍ରବଳ କୁଣ୍ଢାଇ ହେଉଛି, ଔଷଧ ଲଗାଇଲେ ସେହି ସ୍ଥାନ ଛାଡି ତା ଚାରିପାଖ ବଢୁଛି, ଯେକୌଣସି ବିଜ୍ଞାନର ଔଷଧ ଖାଇଲେ ଲଗାଇଲେ କମୁଛି କିନ୍ତୁ ଦୁଇଦିନ ଛାଡି ଦେଲେ ପୁଣି ବଢୁଛି l ଏଲୋପାଥିକ ଔଷଧ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ଦିନ ଖାଇଲେ, ଅରୁଚି ଭ୍ରମ, ଅମ୍ଳପିତ୍ତ ହେଉଛି ତେଣୁ ପ୍ରାକୃତିକ ଚିକିତ୍ସା କରନ୍ତୁ l ରସ ମାଣିକ୍ୟ,ବାକୁଚି ଚୂର୍ଣ୍ଣ କିଛିଦିନ ରୋଗ ବଳ ଅନୁସାରେ ଡାକ୍ତରଙ୍କ ପରାମର୍ଶରେ ଖାଇଲେ, ଚିତାପlରୁ ମୂଳ ଓ ଜଡାମଞ୍ଜି ଲଗାଇଲେ କମୁଛି l ଏହା ଦୀର୍ଘ ଦିନ ଖାଇବାକୁ ଡା. ସାହୁ ପରାମର୍ଶ ଦେଇଥିଲେ l ମିଠା, ଖଟା, କଫ କାରକ ଖାଦ୍ୟ, ମାନସିକଚାପ ଛାଡିବା ଉଚିତ l ଲୁଗା ସଫା ରଖିବେ l ନିୟମିତ ଔଷଧ ଖାଇବେ, ଅବହେଳା କଲେ ସାରା ଶରୀର ବିକୃତ ଚର୍ମ ହୋଇଯାଉଛି l କୁଣ୍ଡାଇଲେ ଧଳା ଚର୍ମ ବାହାରୁଛି lଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ, ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟି ସଭ୍ଯ ସଭ୍ୟା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ  ସ୍ମାରକପତ୍ର ପ୍ରଦାନ

ହିନ୍ଦୁ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

Read More...

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ମହାସମାରୋହ

ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ମହାସମାରୋହ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: