ମାଁ ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କଲେ 5T ସଚିବ , ପନ୍ଦର ଦିନରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ

April 30, 2023, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ମାଁ ଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କଲେ 5T ସଚିବ , ପନ୍ଦର ଦିନରେ  ମାଷ୍ଟର ପ୍ଲାନ୍ ପ୍ରସ୍ତୁତ  କରିବାକୁ  ପରାମର୍ଶ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
April 30, 2023

ବ୍ରହ୍ମପୁର - ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ଆସନ୍ତାକାଲି ଶେଷ ହେବାକୁ ରହିଥିବା ବେଳେ ଏହି ଅବସରରେ ମାଁ ଙ୍କୁ ଅସ୍ଥାୟୀ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି ରାଜ୍ୟ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶରେ 5T ସଚିବ ରବିବାର ସଂନ୍ଦ୍ୟାରେ ବ୍ରହ୍ମପୁର ସହରର ମାଁ ଙ୍କ ଯାତ୍ରାରେ ମାଁ ଙ୍କୁ ଦର୍ଶନ କରିବା ପରେ ମାଁ ବୁଢୀ ଠାକୁରାଣୀଙ୍କ ମୁଖ୍ୟ ପୀଠକୁ ପହଞ୍ଚି ମାଁ ଙ୍କୁ ଦର୍ଶନ କରିବା ସହିତ ସେଠାକାର ପୂଜାର୍ଚ୍ଚନା ଓ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପନ୍ଦର ଦିନରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କାଟିବାକୁ ପରାମର୍ଶ ଦିଆଯାଇଛି ।ବ୍ରହ୍ମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ମନ୍ଦିର ରେ ମାଆଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏପରିକି ସଚିବ ମାଁ ଙ୍କ ମନ୍ଦିର ର ବିକାଶ ସମ୍ପର୍କରେ ମନ୍ଦିର କମିଟି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ବ୍ରହ୍ମପୁରର ବୁଢୀ ଠାକୁରାଣୀ ମନ୍ଦିର ଏକ ପ୍ରାଚୀନ ମନ୍ଦିର ହୋଇଥିବା ବେଳେ ନିୟମିତ ଭାବରେ ଭକ୍ତହ୍କ ସୁଅ ଛୁଟିଥାଏ । ଏ ଣୁ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେଠାରେ ଉପଯୁକ୍ତ ଭିତ୍ତିଭୂମି ର ବିକାଶ କରିବାକୁ ସ୍ଥିର କରାଯାଇଥିଲା ।ଏଣୁ ଏହି ସମ୍ପର୍କରେ ପନ୍ଦର ଦିନ ମଧ୍ୟରେ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ କୁ ପରାମର୍ଶ ଦିଆଯାଇଥିଲା । ଏହି ଗ୍ରସ୍ତ ସମୟରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ମେୟର ସଂଙ୍ଘମିତ୍ରା ଦଳେଇ , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ତହସିଲରେ ଗ୍ରାମକଣ୍ଠ ଓ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ

ଦିଗପହଣ୍ଡି ତହସିଲରେ ଗ୍ରାମକଣ୍ଠ ଓ ମୋ ବିଦ୍ୟାଳୟ ପଟ୍ଟା ବଣ୍ଟନ

Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: