ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ଦୁଇ ଛାତ୍ରୀ

May 12, 2023, ଶିକ୍ଷା, ଗଞ୍ଜାମ, Kiran Behera
ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ଦୁଇ ଛାତ୍ରୀ
Kiran Behera
[ Reporter,Digapahandi ]
Bhagyaprabha News Bureau
May 12, 2023

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଥିବା ବେଳେ ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୈାରବ ଆଣିଛନ୍ତି ଦୁଇ ଛାତ୍ରୀ । ଦ୍ବାଦଶ ଶ୍ରେଣୀରୁ ଛାତ୍ରୀ ଏସ୍ . ରାନୀ ରେଡ୍ଡୀ ସର୍ବାଧିକ ୪୬୫ (୯୩%)ନମ୍ବର ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀରୁ ଛାତ୍ରୀ ବି. ବର୍ଷାରାଣୀ ରେଡ୍ଡୀ ୪୭୧(୯୪.୨%) ନମ୍ବର ରଖି ଏଭଳି କୃତିତ୍ୱ ହାସଲ କରିଥିବା ଜଣାପଡିଛି । ଖବରନୁଯାୟୀ , ଚଳିତ ବର୍ଷ ଏହି ବିଦ୍ୟାଳୟରୁ ୮୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଏବଂ ୫୪ ଜଣ ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀର ପରୀକ୍ଷା ଫଳ ୯୩.୯ ପ୍ରତିଶତ ହୋଇଥିବା ବେଳେ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳ ୯୨.୫ ପ୍ରତିଶତ ରହିଛ। ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ତାମଣି ପଲାଇ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୃତି ହାସଲକାରୀ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହିି ସଫଳତା ପାଇଁ ଦୁଇଛାତ୍ରୀ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିବାର ଲୋକଙ୍କ ସମସ୍ତ ଶ୍ରେୟ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାତ୍ରାଗାଡ଼ାରେ ଚାରୋଟି ହାତୀଙ୍କ ମୃତଦେହ ଠାବ

ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାତ୍ରାଗାଡ଼ାରେ ଚାରୋଟି ହାତୀଙ୍କ ମୃତଦେହ ଠାବ

Read More...

 ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ  ଖଜୁରୀଗୁଡ ପ୍ରସ୍ତୁତିର ସଚେତନତା ଶିବିର

ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଖଜୁରୀଗୁଡ ପ୍ରସ୍ତୁତିର ସଚେତନତା ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: