ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

May 15, 2023, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
BHAGYAPRABHA NEWS
[ INPUT ]
Bhagyaprabha News Bureau
May 15, 2023

ହିଞ୍ଜିଳିକାଟୁ - ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ହିଞ୍ଜିଳିକାଟୁ ବ୍ଳକ କମିଟି ପକ୍ଷରୁ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ଗଣଧାରଣା ରେ ବହୁ ନେତୃତ୍ୱ ବକ୍ତବ୍ୟ ରଖିବା ସହ ୧୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଗଲା। ଧାରଣାସ୍ଥଳୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବି ଗୁଡ଼ିକ ହେଲା ନରେଗା ଶ୍ରମିକଙ୍କୁ ବାର୍ଷିକ ୩୦୦ ଦିନର କାମ, ନରେଗା ଶ୍ରମିକଙ୍କ ମଜୁରୀ ହଡପ କରୁଥିବା ଦଲାଲ ଓ ଠିକାଦାରଙ୍କୁ ଗିରଫ କରିବା, ଭତ୍ତା ଆବେଦନ କରୁଥିବା ବୃଦ୍ଧ, ବୃଦ୍ଧା ଓ ଅସହାୟଙ୍କୁ ୬୦ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରିବା, ଡିଜିଟାଲ ଆଧାର ପେମେଣ୍ଟ ନାମରେ ଭୁଆଁ ବୁଲାଇବା ବନ୍ଦ କରି ଘରକୁ ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା, ରାସନ କାର୍ଡ ପରିବାର ସଦସ୍ୟଙ୍କ ନାମ ସଂଯୋଗ ଓ ନୂତନ ଆବେଦନକାରୀଙ୍କୁ ୩୦ ଦିନ ମଧ୍ୟରେ ରାସନ କାର୍ଡ ପ୍ରଦାନ, ବାସହୀନ ପରିବାରକୁ ଆବସ ଯୋଗାଇଦେବା, ସମସ୍ତ ନରେଗା ଏବଂ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ଦ୍ଧାରିତ ଦେୟ ୨୦ ଟଙ୍କାରେ ପଞ୍ଜିକରଣ କରି ୬୦ ଦିନ ମଧ୍ୟରେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଓ ସମସ୍ତ ସାମଜିକ ସୁରକ୍ଷା ପ୍ରଦାନ, ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ପାନୀୟ ଜଳ ଓ ହେଳ୍ପଡେସ୍କ ପ୍ରତିଷ୍ଠା, ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ନାମ ପଞ୍ଜିକରଣ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ କରିବା, ପ୍ରତିଟି ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଏବଂ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି କରିବା, ସର୍ବନିମ୍ନ ମଜୁରୀ ଆଇନର ଖିଳାପକାରୀ ମାଲିକ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସମୂହ ଉପସ୍ଥାପନ ହୋଇଛି। ହିଞ୍ଜିଳିକାଟୁ ବ୍ଳକ କମିଟି ର ସମ୍ପାଦିକା ତଥା ଜିଲ୍ଲା କମିଟି ସଦସ୍ୟା ପେଦିନୀ ପାର୍ବତୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗଣଧାରଣା ରେ ସି.ପି.ଆଇ(ଏମ୍ ଏଲ୍)ରେଡ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ର ସମ୍ପାଦକ କମ୍ରେଡ ଶଙ୍କର ରାଜ୍ୟ ସରକାରଙ୍କ ଅପାରଗତା, ପୋଲିସ ଓ ପ୍ରଶାସନ ର ଚାଟୁକାରିତା କୁ ଦୃଢ ଭାଷାରେ ନିନ୍ଦା କରିଥିଲେ। କରୋନ ପରଠାରୁ କାମ ଧନ୍ଧା ଘୋର ଅଭାବ, ବାହାର ରାଜ୍ୟରେ ମଧ୍ୟ ରୋଜଗାର ମିଳୁ ନାହିଁ। ୨୩ ବର୍ଷ ମଧ୍ୟରେ ନିଯୁକ୍ତି ପାଇଁ ଛୁଞ୍ଚି କାରଖାନାଟିଏ ମଧ୍ୟ ପ୍ରତିଷ୍ଠା ହୋଇ ପାରି ନାହିଁ। ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ କି କୃଷି କ୍ଷେତ୍ରର ଭିତ୍ତିଭୂମି ଉନ୍ନତି ହୋଇପାରିଲା ନାହିଁ। ବଜାର ଦର ଆକଶ ଛୁଆଁ ହୋଇଛି। ଏଭଳି ଏକ ସ୍ଥିତିରେ ଗ୍ରାମାଞ୍ଚଳରେ ନରେଗା କାମ ଅତ୍ୟନ୍ତସଜରୁରୀ ହୋଇ ପଡିଛି କିନ୍ତୁ କେନ୍ଦ୍ର ସରକାର ଶ୍ରମିକ ବିରୋଧି ପଦକ୍ଷେପ ନେଇ ମନରେଗା ବଜେଟର ୩୩ ପ୍ରତିଶତ ବଜେଟ କାଟ କରିଛନ୍ତି ବୋଲି ଉପସ୍ଥିତ ବହୁ ବକ୍ତା ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ନୀରବତା ଏକ ବଡ଼ ପ୍ରଶ୍ନ ବୋଲି ବର୍ଣ୍ଣନା କରିଥିଲେ। ଶ୍ରମିକଙ୍କ ହାଜିରା ପାଇଁ ରାଷ୍ଟ୍ରୀୟ ମୋବାଇଲ ମନିଟରିଙ୍ଗ ସିଷ୍ଟମ ନାମରେ ଶ୍ରମିକଙ୍କୁ ଭୁଆଁ ବୁଲାଇ କାମରୁ ବଞ୍ଚିତ କରିବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି ଟିୟୁସିଆଇ ନେତା ପି ଯୋଗେନ୍ଦ୍ର ଓ ରାମଚନ୍ଦ୍ର ବାଡତ୍ୟା ଉପସ୍ଥାପନ କରିଥିଲେ।ଠିକାଦାର ଓ ଦୁର୍ନିୀତି ବ୍ୟବସ୍ଥାକୁ ସହଯୋଗ କରୁଥିବା ଶ୍ରମିକଙ୍କୁ କାମ ଦେଇ ପ୍ରକୃତ ନରେଗା ଶ୍ରମିକଙ୍କୁ କାମରୁ ବନ୍ଦ କରି ଜୁଲୁମ କରାଯାଉଛି ବୋଲି ଅନେକ ନରେଗା ଶ୍ରମିକ ଅଭିଯୋଗ କରିଛନ୍ତି। ଏହି ଗଣଧାରଣା ରେ ପ୍ରଦିପ ଦାସ , କେଶବ ନାଈକ, ରୋହିନୀ ଵେହେରା, ଝିଟା ବେହେରା ଶଶି ଡାକୁଆ, ଜମ୍ବୁ ନାଇକ, ଦଣ୍ଡପାଣି ନାଇକ, କଵିତା ସେଠୀ, ଲକ୍ଷଣ ନାଈକ, ଆଦି ଦୁଃଖ ବର୍ଣ୍ଣନା କରିଥିଲେ। ଏନ୍ ରାଜେଶ୍ଵରୀ, ଵିଷ୍ଣୁଦାସ, ଅଦଲ ସୁନିତା, ଚନ୍ଦମା ଦାସ, ତ୍ରିଲୋଚନ ଵେହେରା, ପି ଯୋଗିନ୍ଦ୍ର ,କୁମାରୀ ନାଈକ, ନମିତା ନାଈକ, ଅରୁଣ ଵେହେରା ଆଦି ଗଣଧାରଣା ପରିଚାଳନା ରେ ମୂଖ୍ୟ ସହଯୋଗ ପ୍ରଦାନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀପୁର ଶ୍ରୀ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ଶ୍ରୀ ଶ୍ରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

Read More...

ଖେମୁଣ୍ଡି କଲେଜ ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

ଖେମୁଣ୍ଡି କଲେଜ ଭୂତତ୍ତ୍ଵ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: