ଗୁରୁତର ବାଛୁରୀର ଜୀବନ ବଞ୍ଚାଇବାରେ ସହାୟକ ହେଲେ ରବୀନ୍ଦ୍ର

May 21, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ଗୁରୁତର ବାଛୁରୀର ଜୀବନ ବଞ୍ଚାଇବାରେ ସହାୟକ ହେଲେ ରବୀନ୍ଦ୍ର
Gouri Shankar Mishra
[ Video Journalist ]
Bhagyaprabha News Bureau
May 21, 2023

ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ଗାଈ ମାଲିକଙ୍କୁ ଯେତେ ସଚେତନତା କଲେ ମଧ୍ୟ ଗାଈ ମାଲିକମାନେ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ଛାଡ଼ି ଦେଉଥିବା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ସମସ୍ୟା ମଧ୍ୟରେ ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ସମସ୍ୟା ସବୁଠାରୁ ଅଧିକ । କେତେବେଳେ ଦୁର୍ଘଟଣା ତ ଆଉ କେତେବେଳେ ଅନାବନା ଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡିଥାନ୍ତି ଏହି ନିରୀହ ପଶୁ ମାନେ । ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଜିପୁର ସନ୍ତୋଷୀ ମା' ନିକଟସ୍ଥ ନିଳକଣ୍ଠ ନଗର ୧ମ ଗଳିରେ । ମିଳିଥିବା ସୂଚନା ଅନୁଯାୟୀ ବିଷାକ୍ତ ଖାଦ୍ୟ ଖାଇ ଏକ ବାଛୁରୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଆଇନଜୀବୀ ତଥା ସମାଜସେବୀ ରବୀନ୍ଦ୍ର କୁମାର ସାହୁଙ୍କ ନଜରକୁ ଆସିଥିଲା। ସେ ହତ୍ ବାକ୍ ହୋଇ କାଳବିଳମ୍ବ ନକରି ଘଟଣା ସଂମ୍ପର୍କରେ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଗୋଚର କରିବା ପରେ, ସେ ପଶୁ ଚିକିତ୍ସାଳୟର ଡାକ୍ତର ବିଭୁ ପ୍ରସାଦ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ତୁରନ୍ତ ପଶୁ ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ଫଳରେ ବାଛୁରୀଟିର ଜୀବନ ବଞ୍ଚି ଯାଇଥିଲା। ଏଥିରେ ଶ୍ରୀ ଚୌଧୁରୀଙ୍କ ସମେତ ସ୍ବେଛାସେବୀ ଶକ୍ତି ରଞ୍ଜନ ସାହୁ, କାହ୍ନା ପଣ୍ଡା ଏବଂ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରିଥିଲେ। ସମାଜସେବୀ ରବୀନ୍ଦ୍ରଙ୍କ ଏହି ମହାନ କାର୍ଯ୍ୟକୁ ୨୬ନମ୍ବର ୱାର୍ଡବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର , ୧୨୧ ୟୁନିଟ ରକ୍ତ ସଂଗ୍ରହ

ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ରକ୍ତ ଦାନ ଶିବିର , ୧୨୧ ୟୁନିଟ ରକ୍ତ ସଂଗ୍ରହ

Read More...

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ ପୋଲିସର ତଦନ୍ତ ଜାରି

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ ପୋଲିସର ତଦନ୍ତ ଜାରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: