ନବୀନ ଆମ ନେତା, ଆମେ ସବୁ ଶୃଙ୍ଖଳିତ କର୍ମୀ।

June 02, 2023, ରାଜନୀତି, ଗଞ୍ଜାମ, Gouri Shankar Mishra
ନବୀନ ଆମ ନେତା, ଆମେ ସବୁ ଶୃଙ୍ଖଳିତ କର୍ମୀ।
Gouri Shankar Mishra
[ Video Journalist ]
Bhagyaprabha News Bureau
June 02, 2023

ଗୋପାଳପୁର ନିର୍ବାଚନମଣ୍ଡଳୀ ର ସମସ୍ତ ବିଜେଡି କର୍ମୀ ମାନଙ୍କ ଏକ କର୍ମୀ ସମ୍ମିଳନୀ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ଗଙ୍ଗେଇଶୁଣି ମନ୍ଦିର ପରିସରରେ ଏକ କର୍ମୀ ସମ୍ମିଳନୀ ବିଜେଡି ର ବରିଷ୍ଠ ନେତା ସରୋଜ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ର ଆୟୋଜନ କରାଯାଇଥିଲା।ଏହି ଅବସରରେ ଉପସ୍ଥିତ କର୍ମୀ ମାନେ ଗତ ୨ ବର୍ଷ ପରେ ଶ୍ରୀ ପଣ୍ଡାଙ୍କ ପକ୍ଷରୁ ଏପରି ଭାବରେ ଦଳର ସମସ୍ତ ପୁରାତନ ଓ ନୂତନ କର୍ମୀ ଓ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମାନଙ୍କୁ ଏକତ୍ରିତ କରାଇ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ବିଜେଡି ଦଳକୁ ତୃଣମୂଳ ସ୍ତରରେ ମଜବୁତ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ଅନେକ ଶ୍ରୀ ପଣ୍ଡାଙ୍କୁ ସାଧୁବାଦ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପଣ୍ଡା ବିଜେଡି ର ସମସ୍ତ କର୍ମୀ ଙ୍କୁ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଗତ ୨୫ ବର୍ଷ ତଳେ ଯେପରି ଭାବେ ବିଜେଡିକୁ ଶାସନ କୁ ଆଣିବାରେ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଥିଲେ, ଯାହାଫଳରେ ଆଜି ୨୫ ବର୍ଷ ହେଲା ଆମ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଆମକୁ ଶାସନ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ପୁଣି ଥରେ ରାଜ୍ୟର ସମସ୍ତ ବିଜୁ ପ୍ରେମୀ ଏକତ୍ରିତ ହୋଇ ସମସ୍ତ ୧୪୭ ଆସନରେ ବିଜେଡିକୁ ଜିତାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ନିବେଦନ କରିଥିଲେ।ଏହା ସହ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ମଧ୍ୟ ଆଗାମୀ ଦିନରେ ଦଳ ଯାହାକୁ ଟିକେଟ ଦେବ ତାକୁ ଆମେ ନେତା ଭାବେ ପୁଣିଥରେ ଜିତାଇବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବକ୍ସିପଲ୍ଲି ସମିତି ସଭ୍ୟ ଜୟସେନ ସାହୁ, କରାପଲ୍ଲୀ ସମିତି ସଭ୍ୟ ଡିଲେଶ୍ବର ରେଡ୍ଡୀ, ଗୋପାଳପୁର ଏନ ଏ ସି ର‌ ପୂର୍ବତନ ଉପାଧକ୍ଷ, ଇ. ଲୋକନାଥ, ଏସ.ଧନରାଜ, ଜି. ଇଶ୍ଵର ରାଓ, କେ. କ୍ରୀଷ୍ଣା, ଅଜୁ ଦାଶ, ଉମା ସାହୁ, ନରସିଂହ ସେଠୀ, ଅଶୋକ ସେଠୀ, ଆଲମସ ସାରିଫ , ସିମାଞ୍ଚଳ,ଗଣେଶ, ବୁଲୁ ପାତ୍ର, ବାବୁ ସେଠୀ ଙ୍କ ସମେତ ହାତୀପାଦୁ, ଗୋଳାବନ୍ଧ, କମଳାପୂର, ଗଞ୍ଜୁ, କରାପଲ୍ଲୀ, ବକ୍ସିପଲ୍ଲୀ, ନାରାୟଣପୁର, ଗୋପାଳପୁର ଏନ ଏ ସି,ମାଣ୍ଡିଆପଲ୍ଲୀ ଗ୍ରାମରୁ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା – ବହୁ ଯାତ୍ରୀ ମୃତ , ଗୁରୁତ୍ତରଙ୍କ ଚିକିତ୍ସା ଆରମ୍ଭ

ବାହାନଗା ରେଳ ଷ୍ଟେସନ୍‌ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା – ବହୁ ଯାତ୍ରୀ ମୃତ , ଗୁରୁତ୍ତରଙ୍କ ଚିକିତ୍ସା ଆରମ୍ଭ

Read More...

ଗଞ୍ଜାମ ଜିଲ୍ଲା ଶୋହୋଳ ଖଣ୍ଡ ଗୋପାଳ ସମାଜ ମହା ସମ୍ମିଳନୀ ଦିବସ ପାଳିତ, ଏବଂ ବଡଗଡ 'କ

ଗଞ୍ଜାମ ଜିଲ୍ଲା ଶୋହୋଳ ଖଣ୍ଡ ଗୋପାଳ ସମାଜ ମହା ସମ୍ମିଳନୀ ଦିବସ ପାଳିତ, ଏବଂ ବଡଗଡ 'କ" ତାଳୁକା କୁଳ ଗୃହ ପ୍ରତିଷ୍ଠା ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: