ଅଧାପନ୍ତରିଆ ରାସ୍ତା - ବିପଦସଂଙ୍କୁଳ କାଠ ପୋଲରେ ମରଶରୀରକୁ ଶ୍ମଶାନକୁ ନେଉଛନ୍ତି ଜନତା

June 06, 2023, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ଅଧାପନ୍ତରିଆ ରାସ୍ତା - ବିପଦସଂଙ୍କୁଳ କାଠ ପୋଲରେ ମରଶରୀରକୁ ଶ୍ମଶାନକୁ ନେଉଛନ୍ତି ଜନତା
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
June 06, 2023

ଅଧାପନ୍ତରିଆ ରାସ୍ତା - ବିପଦସଂଙ୍କୁଳ କାଠ ପୋଲରେ ମରଶରୀରକୁ ଶ୍ମଶାନକୁ ନେଉଛନ୍ତି ସ୍ଥାନୀୟ ଜନତା । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ବୁର୍ଜା ଗ୍ରାମର ଶ୍ମଶାନ ରାସ୍ତା ନକହିଲେ ଭଲ । ମହାତ୍ମାଗାନ୍ଧୀ ଜାତୀଯ କର୍ମ ନିଯୁକ୍ତି ଯୋଜନାରେ ୬ ଲକ୍ଷ ଏବଂ ବିଧାୟକ ପାଣ୍ଠିରୁ ୨ ଲକ୍ଷ ଦେଇଥିଲେ ସୁଦ୍ଧା ଦୀର୍ଘ ଦୁଇ ବର୍ଷ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଆରମ୍ଭ କରାଯାଇଥିବା ପୋଲ କାର୍ଯ୍ୟ ସମାପ୍ତ ହୋଇପାରୁନି କାହିଁକି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । ମଙ୍ଗଳବାର ଜଣେ ବରିଷ୍ଠ ବ୍ୟକ୍ତି ବିୟୋଗ ହୋଇଥିବାରୁ ଆମେ ସ୍ଥିତି ପରଖିଲା ବେଳେ ଲୋକେ ମୃତ୍ୟୁ ବ୍ୟକ୍ତିଙ୍କୁ କାନ୍ଦରେ କୋକେଇ ଅସ୍ଥାୟୀ କାଠ ପୋଲ ଉପରେ ଦେଇ ବଡ଼ କଷ୍ଟରେ ମଶାଣିକୁ ନେଇଥିଲେ। ଏନେଇ ଆମେ ଉକ୍ତ କାର୍ଯ୍ୟର ଠିକାଦାର ଦେବନ କନ୍ଧପାନ ଙ୍କୁ ପଚାରିବାରୁ ମୁଁ ବିନା ଟଙ୍କାରେ ଉକ୍ତ ପୋଲର ଉଭୟ ସାଇଡ୍ ରେ ଛାତ ପକାଇବା ପାଇଁ କଙ୍କ୍ରିଟ୍ କାନ୍ଥ ଗୁଡ଼ିକ ନିର୍ମାଣ କରିଛି । ମତେ ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ ବିଡ଼ିଓ ଟଙ୍କା ଦେଲେ ଯାଇ ପୋଲ ଛାତ ପକେଇବି ନଚେତ୍ ମୁଁ କରିପାରିବି ନାହିଁ ମତେ ଏବେ ପର୍ଯ୍ୟନ୍ତ କିଛି ଟଙ୍କା ଦେଇନାହାନ୍ତି ବୋଲି ରୋକ୍ ଠୋକ୍ ମନା କରିଦେଇଥିବାରୁ । ଆମେ କନିଷ୍ଠ ଯନ୍ତ୍ରୀ ଶ୍ରାବଣୀ ପାଢ଼ୀ କହିଥିଲେ କି ମୁଁ ଉକ୍ତ କାର୍ଯ୍ୟ ବିଷୟରେ ଜାଣିନି ବୋଲି ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନ ଜାଣୁନୁ ଉକ୍ତ କାର୍ଯ୍ୟ କେମିତି ଆରମ୍ଭ ହେଲା ତାହା ମଧ୍ୟ ଗୋଟିଏ କାମରେ ଦୁଇ ଦୁଇଟି ପ୍ରଜେକ୍ଟ୍ ରଖି ଚାଲୁ କଲେ କେମିତି ଯଦି ଚାଲୁ କଲେ ଲୋକଙ୍କ ମୌଳିକ ସୁବିଧା ବଞ୍ଚିତ କାହିଁକି ଦୀର୍ଘ ଦୁଇ ବର୍ଷ ଉର୍ଦ୍ଧ ସମୟ ଧରି ଉପେକ୍ଷା କରି ରଖିଛନ୍ତି ଏଥିପାଇଁ ଦାୟୀ କିଏ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରିଛନ୍ତି। ତେବେ ଏନେଇ ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ସେଠାରେ କେତେ ଟଙ୍କା ଖର୍ଚ୍ଚ ହେଲେ ପୋଲ ନିର୍ମାଣ ହୋଇ ପାରିବ ତାହା ଯଥା ଶ୍ରୀଘ୍ର କରାଯିବ ବୋଲି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ ପ୍ରକାଶ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଗୋପାଳପୁର ବନ୍ଦର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

Read More...

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: