ବିଶ୍ବ ରକ୍ତଦାନ ଦିବସରେ ପୋଡାମାରୀରେ ୧୦୫ ୟୁନିଟ ରକ୍ତ ସଂଗ୍ରହ..

June 14, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ବିଶ୍ବ ରକ୍ତଦାନ ଦିବସରେ ପୋଡାମାରୀରେ ୧୦୫ ୟୁନିଟ ରକ୍ତ ସଂଗ୍ରହ..
Kiran Behera
[ Reporter,Digapahandi ]
Bhagyaprabha News Bureau
June 14, 2023

ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବୁଧବାର ଦିନ ବିଶ୍ବ ରକ୍ତଦାନ ଦିବସ ଅବସରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମ ସ୍ଥିିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଓ ସମିତି ସଭ୍ୟ ପି. ଚନ୍ଦ୍ରମା ପାତ୍ରଙ୍କ ମିଳିତ ଉଦ୍ୟମରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା , ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ଶିବିର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏଥିସହ କାର୍ଯ୍ୟକ୍ରମର ମହତ୍ତ୍ଵ କଣ ଏବଂ ଗୋଟିଏ ଲୋକର ରକ୍ତ ଅନ୍ୟ ଲୋକର ଜୀବନ ବଞ୍ଚାଇବାରେ କିପରି ସହାୟ ହୋଇଥାଏ ତାହା ଆଲୋକପାତ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀଙ୍କ ସହାୟତାରେ ରକ୍ତ ସଂଗୃହୀତ ହୋଇଥିବା କାଜଲ ବେହୁରା ନାମକ ଜଣେ ମହିଳା ପ୍ରଥମ ରକ୍ତଦାନ କରିଥିବା ବେଳେ ୧୦ ଜଣ ମହିଳା ରକ୍ତଦାନ କରିବା ପାଇଁ ଉତ୍ସାହିତ ରହିଥିଲେ । ଏଥିରେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତପ୍ତପାଣି ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

ତପ୍ତପାଣି ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ

Read More...

ଶୋକସନ୍ତପ ଅଧ୍ଯକ୍ଷାଙ୍କ ପରିବାରକୁ ସମବେଦନା ଜ୍ଞାପନ କଲେ ଜିଲ୍ଲାପାଳ ଓ ନଗର ଉନ୍ନୟନ ମନ୍ତ୍ରୀ

ଶୋକସନ୍ତପ ଅଧ୍ଯକ୍ଷାଙ୍କ ପରିବାରକୁ ସମବେଦନା ଜ୍ଞାପନ କଲେ ଜିଲ୍ଲାପାଳ ଓ ନଗର ଉନ୍ନୟନ ମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: