ଶୋକସଭାରେ ବ୍ଳକ ଅଧ୍ୟକ୍ଷାଙ୍କ ସ୍ମୃତିଚାରଣ କଲେ ଟିକରପଡା ପଞ୍ଚାୟତ

June 17, 2023, ଓଡ଼ିଶା, ଗଞ୍ଜାମ, Kiran Behera
ଶୋକସଭାରେ ବ୍ଳକ ଅଧ୍ୟକ୍ଷାଙ୍କ ସ୍ମୃତିଚାରଣ କଲେ  ଟିକରପଡା ପଞ୍ଚାୟତ
Kiran Behera
[ Reporter,Digapahandi ]
Bhagyaprabha News Bureau
June 17, 2023

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ମୃତ୍ୟୁ ଆଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କରି ସେହି ସ୍ନେହଭରା କଥାବାର୍ତ୍ତା , ମିଠାଳିଆ ହସ ଆଜି ମଧ୍ୟ ପାଶୋରି ପାରୁନାହାନ୍ତି ବ୍ଳକ ବାସୀ । ଏହି ଅବସରରେ ଶନିବାର ଦିନ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ବ୍ଳକ ଅଧିନସ୍ଥ ସହଦେବ . ଟିକରପଡା ପଞ୍ଚାୟତ ପକ୍ଷରୁ ଏକ ଶୋକସଭା ପାଳିତ ହୋଇଥିଲା । ସ୍ଥାନୀୟ ନାଏବ ସରପଞ୍ଚ ବାବୁ ସାହୁଙ୍କ ସଂଯୋଜନାରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟା ଶୈଳ ବେହେରା , ପୂର୍ବତନ ସରପଞ୍ଚ ବାୟା ଗୈାଡ , ସମିତି ସଭ୍ୟ ପ୍ରତିନିଧି ସମୀର ଦଳବେହେରା , ସମାଜସେବୀ ମନୋଜ ପଟ୍ଟନାୟକ , ସନ୍ତୋଷ ଜାନୀ , ୱାର୍ଡ ସଭ୍ୟ କ୍ଷେତ୍ରବାସୀ ଦଳବେହେରା , ରବି ସାହୁ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀମତୀ ସେଠୀଙ୍କ ଅଭୁଲା ସ୍ମୃତିକୁ ମନେ ପକାଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକାକୁଳ ପରିବାରକୁ ସହାୟ ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲୁକାକଳାରେ ପିତୃଦିବସର ବାର୍ତ୍ତା ପ୍ରଦାନ କଲେ ବାଲୁକା ଶିଳ୍ପୀ ସତ୍ୟ

ବାଲୁକାକଳାରେ ପିତୃଦିବସର ବାର୍ତ୍ତା ପ୍ରଦାନ କଲେ ବାଲୁକା ଶିଳ୍ପୀ ସତ୍ୟ

Read More...

ଅଧ୍ୟକ୍ଷାଙ୍କ ବିୟୋଗରେ ଶୋକସଭା ପାଳିଲେ ଖମ୍ବାରୀ ଗାଁ ପଞ୍ଚାୟତ ବାସୀ...

ଅଧ୍ୟକ୍ଷାଙ୍କ ବିୟୋଗରେ ଶୋକସଭା ପାଳିଲେ ଖମ୍ବାରୀ ଗାଁ ପଞ୍ଚାୟତ ବାସୀ...

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: