ସୁରତରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା ଅଭିଯୋଗ

June 17, 2023, ଓଡ଼ିଶା, ଗଞ୍ଜାମ, Kiran Behera
ସୁରତରେ ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା ଅଭିଯୋଗ
Kiran Behera
[ Reporter,Digapahandi ]
Bhagyaprabha News Bureau
June 17, 2023

ଗୁଜରାଟ ରାଜ୍ୟର ସୁରତରେ ଜଣେ ଓଡ଼ିଆ ଦାଦନ ଶ୍ରମିକ ଗତ ୧୨ ତାରିଖ ସନ୍ଧ୍ୟାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶ୍ରମିକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମର ବାଇରି ବେହେରା (୪୫) ବୋଲି ଖବର ମିଳିପାରିଛି । ଖବରନୁଯାୟୀ , କୁମ୍ଭାର ସାହି ବାସିନ୍ଦା ସ୍ବର୍ଗତ ବେହେରା ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୭ ବର୍ଷ ହେଲା ସୁରତ ଯାଇ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ତେବେ ଗତ ଦୁଇ ମାସ ତଳେ ତାଙ୍କ ବାପାଙ୍କ ମୃତ୍ୟୁ ଖବର ପାଇ ଗ୍ରାମକୁ ଫେରି ଆସିଥିଲେ । ଶୁଦ୍ଧ କାର୍ଯ୍ୟ ସରିବାର ଦେଢ଼ ମାସ ପରେ ସେ ପୁଣିଥରେ ଦାଦନ ଖଟିବାକୁ ସୁରତ ଯାଇଥିଲେ । ତେବେ ୧୨ ତାରିଖ ଦେହ ଖରାପ କହି କାମକୁ ଯାଇନଥିବା ବେଳେ ଅପରାହ୍ନରେ ରୁମରେ ରହୁଥିବା ଅନ୍ୟମାନେ ଆସି ଦୀର୍ଘ ସମୟ ଧରି କବାଟ ବାଡେଇବା ପରେ କବାଟ ନ ଖୋଲିବା ପରେ ସନ୍ଦେହ ଜାତ ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିବା ପରେ ଦେଖିବାକୁ ପାଇଥିଲେ ଯେ , ଯୁବକ ଜଣକ ନିଜ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲା । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ଅନ୍ୟପକ୍ଷରେ ଗ୍ରାମରେ ରହୁଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ଖବର ପାଇଥିଲେ ମଧ୍ୟ ସ୍ବାମୀଙ୍କୁ ଦେଖିବା ଓ ଶବ ଆଣିବା ପାଇଁ ପାଖରେ ଅର୍ଥରାଶିର ଅଭାବ ରହିଥିଲା । ଏଭଳି ଦୁଃଖଦ ସମୟରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ସହାୟତା ଲୋଡ଼ିଥିଲେ । ଏହାପରେ ସରପଞ୍ଚ ଶ୍ରୀ ଗୈାଡ ସେଠାକାର ପୋଲିସ ସହ ଫୋନ ଯୋଗେ କଥାବାର୍ତ୍ତା ହେବାପରେ ତାଙ୍କ ଶଶୁର ଘରଙ୍କ ଉପସ୍ଥିତିରେ ଶବକୁ ଛଡ଼ା ଯାଇଥିଲା । ଏହାପରେ ଏତେ ଦୂର ଶବକୁ ଆଣିବା ବହୁ କଷ୍ଟକର ହେବାରୁ ସେଠାରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆବାସିକ ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ କିନ୍ନର ସଂଘର ସହାୟତା ପ୍ରଦାନ

ଆବାସିକ ଆଦର୍ଶ ଦୃଷ୍ଟିହୀନ ବାଳିକା ବିଦ୍ୟାଳୟକୁ କିନ୍ନର ସଂଘର ସହାୟତା ପ୍ରଦାନ

Read More...

ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ଜାତୀୟ ଜଳ ପୁରସ୍କାର ପ୍ରଦାନ

ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ଜାତୀୟ ଜଳ ପୁରସ୍କାର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: