ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟ ରେ କବିତା ଆସର ଅନୁଷ୍ଠିତ

June 17, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟ ରେ କବିତା ଆସର ଅନୁଷ୍ଠିତ
Gouri Shankar Mishra
[ Video Journalist ]
Bhagyaprabha News Bureau
June 17, 2023

ଶୁକ୍ରବାର ଶେଷ ରଜ ଦିନ ଗଞ୍ଜାମ କଳା ପରିଷଦର ନୂତନ ଭବନ ଠାରେ ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ଓ ଲେଖିକା ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଉପସଚିବ ଡ଼. କୁଳମଣି ଓଝା, ମୁଖ୍ୟବକ୍ତା ଭାବେ ଇଂଜିନିଅର ଆଶୁତୋଷ ପାତ୍ର, ସମ୍ମାନିତ ଅତିଥି ଭାବେ ଗିରିଜା ଶଙ୍କର ଦାଶ, ଦେବୀପ୍ରଭା ରଥ, ଶରତ ଚନ୍ଦ୍ର ପଣ୍ଡା ମଞ୍ଚସୀନ ଥିବା ବେଳେ ସୌଦାମିନୀ ମିଶ୍ର କବିତା ଗୁଡିକ ସଂଯୋଜନା କରିଥିଲେ l ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମେଜର ରମାରମଣ ପାଢ଼ୀ, ଶ୍ରୀମତୀ ପୁଷ୍ପାଞ୍ଜଳି ପଟ୍ଟନାୟକ ଓ ସ୍ୱୟଂସିଦ୍ଧl ସ୍ବର୍ଣ୍ଣପ୍ରଭା ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଲେଖିକା ସଂସଦ ତରଫରୁ ସଂଗୀତ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା l ସଂଗୀତରେ ଜର୍ଜ ଭାବେ ସ୍ବର୍ଣ୍ଣ ପ୍ରଭା ପାଢ଼ୀ, କିରଣ ବାଳା ମିଶ୍ର ଯୋଗ ଦେଇ ଥିବାବେଳେ ପ୍ରଥମ ସୁଧାଞ୍ଜଳି ମିଶ୍ର, ଦ୍ୱିତୀୟ ଯୁଗ୍ମ ଆର. ସୁନନ୍ଦା ଚୌଧୁରୀ, ସୌଦାମିନୀ ମିଶ୍ର, ତୃତୀୟ ଯୁଗ୍ମ ଏସ. ରୂପମତୀ ପୃଷ୍ଟୀ, ସୁଚେତା ପାଣିଗ୍ରାହୀ ସ୍ଥାନ ଗ୍ରହଣ କରିଥିଲେ ସେହିପରି ସାଧାରଣ ଜ୍ଞାନରେ ଜର୍ଜ ଭାବେ ବିଦୁଷୀ ଲୋପା ସାମଲ, ଦେବୀପ୍ରଭା ରଥ ଯୋଗ ଦେଇଥିବାବେଳେ ପ୍ରଥମ ଅମିତା ମିଶ୍ର, ଦ୍ୱିତୀୟ ଜ୍ୟୋସ୍ନାରାଣୀ ଦେବୀ, ତୃତୀୟ ସ୍ଥାନ ସ୍ଵର୍ଣମୟୀ ପାଢ଼ୀ ଅଧିକାର କରିଥିଲେ l ପଦ୍ମିନୀ ମିଶ୍ର, ନିହାରିକା ସାହୁ, ସ୍ମୃତି ରଞ୍ଜନ ପଟ୍ଟନାୟକ, ବି ସତ୍ୟମ ଅଚାରୀ, ପ୍ରମୋଦ ପଣ୍ଡା, ପ୍ରଫୁଲ୍ଲ ତ୍ରିପାଠୀ, ମିହିର ରଥଶର୍ମା, ବିଳାସ କୁମାର ନନ୍ଦ ଡ଼. ସତ୍ୟନାରାୟଣ ନନ୍ଦ, ଭଗବାନ ପାତ୍ର ରଞ୍ଜିତା ରାଣୀ ଦାଶ ମଧୁସ୍ମିତା ସାହୁ ରଜନୀରାଣୀ ମୁନି ବହୁ କବି କବି କବୟିତ୍ରୀ କବିତା ପାଠ କରିଥିବା ବେଳେ ସମ୍ପାଦିକା ସୁଧାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋକକଳା ଗାୟକ ଭାସ୍କର ସାହୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

ଲୋକକଳା ଗାୟକ ଭାସ୍କର ସାହୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

Read More...

 ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ସହର ଏବେ ଚଳଚଞ୍ଚଳ...

ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ସହର ଏବେ ଚଳଚଞ୍ଚଳ...

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: