ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବୈଠକ,ଆସନ୍ତା 23 ରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ସଂଙ୍ଘ

June 18, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ବୈଠକ,ଆସନ୍ତା 23 ରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ସଂଙ୍ଘ
Gouri Shankar Mishra
[ Video Journalist ]
Bhagyaprabha News Bureau
June 18, 2023

ଆଉଟସୋରସିଂ କର୍ମଚାରୀ ଙ୍କ ଦାବୀ କୁ ସରକାର ଙ୍କ ଅଣଦେଖା କରୁଥିବା ନେଇ ଆସନ୍ତା ଜୁନ 23 ରେ ରାଜ୍ୟସାରା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବେ ଆଉଟସୋର୍ସିଙ୍ଗ କର୍ମଚାରୀ ।ଏକମାସର ମହଲତ ପରେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ପାଈଁ ନିଷ୍ପତ୍ତି ଆଉଟସୋସିଂ କର୍ମଚାରୀ ମହାସଂଘର ଗଞ୍ଜାମ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକରେ ନିଷ୍ପତ୍ତି ରାଜ୍ୟରେ ବିଭିନ୍ନ ବିଭାଗ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟରତ ଆଉଟଶୋରସିଂ କର୍ମଚାରୀ ମାନେ ଗତ ନଭେମ୍ବର 26 ଓ ପରବର୍ତୀ ସମୟ ମାର୍ଚ୍ଚ 26 ରେ ଦୁଇ ଦୁଇଥରରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ମାଧ୍ୟମ ରେ ନିଜର ବହୁଦିନ ର ସ୍ଥାୟୀ ନିଯୁକ୍ତି ଦାବୀ କୁ ନେଇ ସରକାର ଙ୍କ ଦୃଷ୍ଟି କୁ ଆଣିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦାବିକୁ ପୂରଣ ନ କରି ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ଆଉଟସୋର୍ସିଙ୍ଗ ମହାସଂଘ ପୁନଶ୍ଚ ସମ୍ପୂର୍ଣ୍ଣ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିବା ଓଲ୍ଲାଇବା ପୂର୍ବରୁ ଆସନ୍ତା 23 ଜୁନ ରେ ରାଜ୍ୟ ସାରା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ର ରାଜ୍ୟ କମିଟିର ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ସହରର ଗେଟବଜାର ଏନଜିଓ ହଲ ରେ ଗଞ୍ଜାମ ଜିଲ୍ଲା କମିଟି ର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ବିଜୟ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି I


ଜିଲ୍ଲା କମିଟିର ନିଷ୍ପତ୍ତି କ୍ରମେ ଗଞ୍ଜାମ ଜିଲ୍ଲା ରେ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ବିଶାଳ ରାଲି ସହ ଶତାଧିକ କର୍ମଚାରୀ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିବେ I ଯଦି ମାସକ ଭିତରେ ଦାବୀ ପୂରଣ ନ ହୁଏ ତେବେ ସମ୍ପୂର୍ଣ କାର୍ଯ୍ୟାବନ୍ଦ ସହ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଉ କରାଯିବାର ପ୍ରସ୍ତାବ ରହିଛି I ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ବର୍ତମାନ ର ସରକାର ଭୁଆଁ ବୁଲାଇବା ସରକାର ବୋଲି ଅବିହିତ କରିବା ସହିତ ସମସ୍ତ ସରକାର ଯୋଜନା ଗୁଡିକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା କର୍ମଚାରୀ ମାନଙ୍କୁ ଅଣଦେଖା କରିବା ନିଶ୍ଚିତ ରୂପେ ସରକାର ଙ୍କ ଆର୍ଥିକ ପରିଚାଳନା ବିଫଳତା କୁ ପଦାରେ ପକାଉଛନ୍ତି ବୋଲି କହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା, ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ I ମହାସଂଘ ର ଉପ ସଭାପତି ଜୟରାମ ରାଓ, ସମ୍ପାଦକ ବିନାୟକ ପତି,ସାଙ୍ଗଠନିକ ସମ୍ପାଦକ ସୁନୀଲ ଦାସ,ପଂଚାୟତ କର୍ମଚାରୀ ନେତା ମିହିର ବିଶ୍ୱାଳ, ଅମରେସ ବେହେରା, ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି,ପ୍ରଶାନ୍ତ ପରିଛା,ସ୍ୱାସ୍ଥ୍ୟ କର୍ମଚାରୀ ନେତା ଏନ. ନିରଞ୍ଜନ ଦାସ, ହିମାଂଶୁ ପଟ୍ଟନାୟକ, ସୁନୀଲ ପାତ୍ର, ଦେବାଶିଷ ତ୍ରିପାଠୀ,ବିଶ୍ଵରଞ୍ଜନ,ସୁଧୀର ସାହୁ, ପୂର୍ଣ୍ଣପ୍ରିୟା ପାତ୍ର, ଗୋକୁଳ ଗୌଡ଼, ଶ୍ରୀକାନ୍ତ ଚୌଧୁରୀ, ଙ୍କ ସହ ବିଭିନ୍ନ ବିଭାଗ ର କର୍ମଚାରୀ ନେତା ମାନେ ଉପସ୍ଥିତ ରହିଥିଲେ I ଏଥିରେ ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି , କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା (ଜବସିକ୍ୟୁରିଟି ପ୍ରଦାନ) ,ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି , ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ , ମହିଳା କର୍ମଚାରୀ ମାନଙ୍କୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ , ଇପିଏଫ /ଇଏସଆଇ ର ସଠିକ ପୈଠ , ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ର ବ୍ୟବସ୍ଥା ପକ୍ଷରୁ ଦାବୀ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ,ଆବଶ୍ୟକତା ଠାରୁ କମ୍ ଯୋଗାଉଛି ନିଗମ

ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ,ଆବଶ୍ୟକତା ଠାରୁ କମ୍ ଯୋଗାଉଛି ନିଗମ

Read More...

ରାଜଗୋପାଳ ପାଢ଼ୀଙ୍କୁ ଜାତୀୟ ନାଟ୍ୟ ବୈଭବୀ ସମ୍ମାନ

ରାଜଗୋପାଳ ପାଢ଼ୀଙ୍କୁ ଜାତୀୟ ନାଟ୍ୟ ବୈଭବୀ ସମ୍ମାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: