ସାନଖେମୁଣ୍ଡି ବ୍ଲକ କଂସାମାରୀ ପଞ୍ଚାୟତ ଧରମପୁର ଗ୍ରାମରେ କୁଅରେ ପଡ଼ି ଯୁବକ ମୃତ

June 19, 2023, ଅପରାଧ, ଗଞ୍ଜାମ, Kiran Behera
ସାନଖେମୁଣ୍ଡି ବ୍ଲକ କଂସାମାରୀ ପଞ୍ଚାୟତ ଧରମପୁର ଗ୍ରାମରେ କୁଅରେ ପଡ଼ି ଯୁବକ ମୃତ
Kiran Behera
[ Reporter,Digapahandi ]
Bhagyaprabha News Bureau
June 19, 2023

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମାରୀ ପଞ୍ଚାୟତ ଅନ୍ତର୍ଗତ ଧରମପୁର ଗ୍ରାମରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଘର ନିକଟରେ ଥିବା କୂଅ ଚନ୍ଦିନୀରେ ଶୋଇଥିବା ବେଳେ ଅସାବଧାନତା କାରଣରୁ ଗଳି ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ଉକ୍ତ ଗ୍ରାମର ଜି . ଦଣ୍ଡପାଣି ଦୋରା (୫୨) ବୋଲି ସୂଚନା ମିଳିଛି । ଖବରନୁଯାୟୀ , ମୃତ ଦୋରା ଶ୍ରମିକ ଭାବେ କାମ କରୁଥିବା ବେଳେ ପ୍ରତ୍ୟେକ ଦିନ ଭଳି ଗତ ଶନିବାର ସନ୍ଧ୍ୟାରେ କାମରୁ ଫେରି ଘରେ କେହି ନଥିବା ଯୋଗୁଁ ଘର ନିକଟରେ ଥିବା କୂଅ ଚନ୍ଦିନୀରେ ଶୋଇଥିଲେ । ତେବେ ରବିବାର ସକାଳୁ ସବୁଦିନ ଭଳି କାମକୁ ଯିବାପାଇଁ ଡାକି ଆସୁଥିବା ଅନ୍ୟ ସହଯୋଗୀ ତାଙ୍କୁ ଖୋଜିବା ସହ ଶେଷରେ ନିରାଶ ହୋଇ ଏକାକୀ ଚାଲି ଯାଇଥିଲେ । ପୁଣିଥରେ ସନ୍ଧ୍ୟାରେ ଆସି ଡାକ ପକାଇବା ପରେ କୂଅକୁ ନଜର ପଡ଼ିଥିଲା । ତେବେ ସେଥିରୁ ଜଣାପଡ଼ିଲା ଯେ , କୁଅରେ ଜଣକ ଶବ ଭାସୁଥିବା ଦେଖିବାକୁ ପାଇବା ପରେ ଲୋକରୁଣ୍ଡ ହୋଇ ସ୍ଥାନୀୟ ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ସାନଖେମୁଣ୍ଡି ଦମକଳ ବାହିନୀ କର୍ମକର୍ତ୍ତା ଗଭୀର କୂଅରେ ପଶିଥିଲେ ମଧ୍ୟ ଉଦ୍ଧାର କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏହାପରେ ଦିଗପହଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବା ପରେ ମିଳିତ ଭାବେ ଅକ୍ସିଜନ ସିଲିଣ୍ଡରର ସହାୟତା ନେଇ ଉଦ୍ଧାର କରିଥିଲେ । ଏନେଇ ପାଟପୁର ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ନଂ ୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ପୋଡାମାରୀ ଫାଣ୍ଡି ଏ ଏସ୍ ଆଇ ପରମେଶ୍ବର ମଳିକ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Read More...

ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା

ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: