ବଜ୍ରପାତରେ ଚାଲିଗଲା ୫ ଗାଈର ଜୀବନ

June 22, 2023, ବିଶେଷ, ଗଞ୍ଜାମ, Kiran Behera
ବଜ୍ରପାତରେ ଚାଲିଗଲା ୫ ଗାଈର ଜୀବନ
Kiran Behera
[ Reporter,Digapahandi ]
Bhagyaprabha News Bureau
June 22, 2023

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଆକାଶରେ ବିଜୁଳି ଓ ଘଡଘଡି ମାରିଥିଲା । ଯାହାଫଳରେ ପୋଡାମାରି ପଞ୍ଚାୟତର ମାର୍ଥାପୁର ରୋଡରେ ଏହି ବଜ୍ରପାତ ମାଡ଼ରେ ଗ୍ରାମର ରିଙ୍ଗା ଗୌଡ଼ଙ୍କ ପାଞ୍ଚୋଟି ଗାଈ ବାଛୁରୀ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆଜି ମଧ୍ୟ ଭଞ୍ଜ ସାହିର ରିଙ୍ଗା ଓ ତାଙ୍କ ପୁଅ ବଇଁଶୀ ଗୌଡ଼ ମିଶି ଗାଈ ଚରାଇବା ପାଇଁ ନିକଟସ୍ଥ ଖୋଲା ପଡିଆକୁ ଯାଇଥିଲେ । ତେବେ ଏହି ସମୟରେ ଆକାଶରେ କଳା ମେଘ ଘୋଟି ଆସିବା ସହ ବର୍ଷା ସାଙ୍ଗକୁ ଚଡଚଡି ମାରିଥିଲା । ଯାହାଫଳରେ ସେଠାରେ ଚରୁଥିବା ରିଙ୍ଗାଙ୍କ ଗାଇ ସମେତ ବାଛୁରୀର ମୃତ୍ୟୁ ହୋଇଥିଲା । ଖବରପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଆଦିତ୍ୟ ସେନାପତି ଓ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାହାଣୀ ପ୍ରଥାକୁ ନା କୁହନ୍ତୁ , ଗଜପତି ଜିଲ୍ଲାରେ ହେବ ବ୍ୟାପକ ସଚେତନତା।

ଡାହାଣୀ ପ୍ରଥାକୁ ନା କୁହନ୍ତୁ , ଗଜପତି ଜିଲ୍ଲାରେ ହେବ ବ୍ୟାପକ ସଚେତନତା।

Read More...

ଏ ଡି ଏସ୍  ଡାନ୍ସ ଗୃପର ତୃତୀୟ ବାର୍ଷିକ ଉତ୍ସବ

ଏ ଡି ଏସ୍ ଡାନ୍ସ ଗୃପର ତୃତୀୟ ବାର୍ଷିକ ଉତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: