ସାମାନ୍ୟ ବର୍ଷା ପୌରପରିଷଦର ମୁଖା ଖୋଲିଦେଇଛି।

June 22, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ସାମାନ୍ୟ ବର୍ଷା ପୌରପରିଷଦର ମୁଖା ଖୋଲିଦେଇଛି।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
June 22, 2023

ପାରଳାଖେମୁଣ୍ଡି, ୨୧।୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ସାମାନ୍ୟ ବର୍ଷା ହୋଇଥିଲା । ହେଲେ ସହରରେ ଡ୍ରେନେଜ ବ୍ୟବସ୍ଥା ଭୂଷୁଡି ପଡି ଥିବା ଯୋଗୁଁ ଧୂଷିତ ଜଳ ଗୁଡିକ ନିଷ୍କାସିତ ହୋଇ ନପାରି ରାସ୍ତା ଉପରେ ଭାସୁଥିବାର ଦେଖିବାକୁ ମିଳିଛି । ସହରରେ ଡ୍ରନେଜ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଛି । ପୁରାତନ ନାଳଗୁଡିକର ପୁନଃ ଉଦ୍ଧାର ନାମରେ ନିମ୍ନ ତଥା ଯୋଜନା ବିହୀନ ଭାବେ କାର୍ଯ୍ୟ କରାଯାଇଥିବାରୁ ଅସରାଏ ବର୍ଷା ହେଲେ ବର୍ଷା ଜଳ ତଥା କର୍ଦମାକ୍ତ ଜଳ ସଠିକ ଭାବେ ନିଷ୍କାସିତ ନହୋଇପାରି ରାସ୍ତା ଉପରେ ଭାସୁଛି । ଏହା ସହ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ଆଲୋଚନା ହେଉଛି । ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସାହି ବସ୍ତିରେ କୁତ୍ରିମ ବନ୍ୟା ଦେଖିବାକି ମିଳୁଛି । ପାରଳାଖେମୁଣ୍ଡି ପୌରପାଳିକା ରେ ମୋଟ ୧୬ଟି ୱାର୍ଡର ୧୬୦ ସାହି ରୁ ଉର୍ଦ୍ଧ୍ବ କୁ ନେଇ ଗଠିତ । ରାଜା ରାଜୁଡା ଶାସନ ଅମଳରେ ସହରାଞ୍ଚଳର ବିକାଶ ପାଇଁ ମହାରାଜାମାନଙ୍କ ଦ୍ଵାରା ସୁଚିନ୍ତିତ ଉପାୟରେ ସହରର ସମସ୍ତ ଡ୍ରେନେଜ ବ୍ୟବସ୍ଥା କରାଯାଇଥିଲା କିନ୍ତୁ ବର୍ତ୍ତମାନ ଉନ୍ନୟନ ନାମରେ ଧିରେ ଧିରେ ନାଳ ଗୁଡିକ ସଂକୋଚିତ ହେବାରେ ଲାଗିଛି । ଜବରଦଖଲକାରୀମାନେ ନାଳ ଉପରେ ବାସଗୃହ କରିଥିବା ବେଳେ ପୌରପରିଷଦ ତରଫରୁ ପୁନଃଉଦ୍ଧାର ତଥା ନୂତନ ଭାବେ ନାଳ ନିର୍ମାଣରେ ତ୍ରୁଟିପୂର୍ଣ୍ଣ ଯୋଜନା ବା ଦାୟିତ୍ବ ହୀନତା କାର୍ଯ୍ୟ ଯୋଗୁଁ ନିଷ୍କାସନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲିକ୍ଷିତ ହେଉଛି । ବିଶେଷ କରି ବର୍ଷା ପଡିଲେ ଧୂଷିତ ଜଳ ଗୁଡିକ ଘର ଭିତରେ ପଶି ଯାଉଛି । ଆଜି ଅପରାହ୍ନରେ ପଡିଥିବା ସମାନ୍ୟ ବର୍ଷାର ପ୍ରଭାବରେ ସହରର ବହୁ ଅଞ୍ଚଳ ଧୂଷିତ ଜଳ ପୂର୍ଣ୍ଣ ହୋଇଥିବା ବେଳେ କର୍ଦମାକ୍ତ ପରିବେଶ ସୃଷ୍ଟି ହୋଇଥିଲା । ପାରଳାଖେମୁଣ୍ଡି ୱାର୍ଡ ନମ୍ବର ୧୧ ଅନ୍ତର୍ଗତ ସାନବ୍ରାହ୍ମଣସାହି ଛକ, ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ଠାରେ ଉପଯୁକ୍ତ ନାଳ ଅଭାବ ଯୋଗୁଁ ରାସ୍ତା ଉପରେ ଅଳିଆ ଆବର୍ଜନା ପାଣି ଭାସୁଥିବାର ଦେଖିବାକୁ ମିଳିଥିଲା । ସେହିପରି ସହରରର ନଡିଆତୋଟା ସାହି ଓ ନୂଆ ନଡିଆତୋଟା ସାହି ଏବଂ ୱାର୍ଡ ନମ୍ବର ୪ ଅନ୍ତର୍ଗତ ସିଟି ଟ୍ରେନିଂ ସ୍କୂଲ ରୋଡ ପ୍ରଭୃତି ସାହି ଅଞ୍ଚଳରେ ମଧ୍ୟ ସମଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷା ପଡିଲେ ଏହି ଅଞ୍ଚଳ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ସାହି ଗୁଡିକରେ ଡ୍ରେନେଜ ସୁବିଧା ଠିକ ନଥିବା ଯୋଗୁଁ ଏଭଳି କୁତ୍ରିମ ବନ୍ୟା ଦେଖାଯାଉଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏନେଇ ପୌରପରିଷଦର ବିଭିନ୍ନ ସ୍ଥରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର ଅଞ୍ଚଳବାସୀ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଲେ ପ୍ରଭୁ, ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ମତ୍ସ୍ୟ କଚ୍ଛ୍ୟ ଅବତାରରେ ଦର୍ଶନ ଦେଲେ ପ୍ରଭୁ, ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

Read More...

ବଜ୍ରପାତରେ ଚାଲିଗଲା ୫ ଗାଈର ଜୀବନ

ବଜ୍ରପାତରେ ଚାଲିଗଲା ୫ ଗାଈର ଜୀବନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: