ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଜିଲ୍ଲା ସ୍ତରୀୟ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ଅଗ୍ରାଧିକାର l

June 23, 2023, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଜିଲ୍ଲା ସ୍ତରୀୟ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ଅଗ୍ରାଧିକାର l
Santosh Kumar Mishra
[ Special Correspondent ]
Bhagyaprabha News Bureau
June 23, 2023

ଛତ୍ରପୁର: ଷ୍ଟେଟ ବ୍ୟାଙ୍କ ପକ୍ଷରୁ କ୍ଷେତ୍ରିୟ କାର୍ଯ୍ୟାଳୟର ସମସ୍ତ ଗ୍ରାହକ ସେବା କେନ୍ଦ୍ର ଗୁଡିକର ସହଯୋଗିତା ସମ୍ପର୍କିତ କାର୍ଯ୍ୟଶାଳା ଗୁରୁବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି l ଏଥିରେ ଜିଲ୍ଲାର ୧୦୧ ଟି ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଯୋଗ ଦେଇଥିଲେ l ଏହି ବୈଠକରେ ଷ୍ଟେଟ ବ୍ୟାଙ୍କ ବ୍ରହ୍ମପୁର ଜିଲ୍ଲାର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଓ ମୁଖ୍ୟ ଅତିଥି ଶ୍ରୀ ମାନସ ରଞ୍ଜନ ଧିର ସାମନ୍ତ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କର ଅଭିଭାଷଣରେ ଷ୍ଟେଟ ବ୍ୟାଙ୍କ ସବୁବେଳେ ଉତ୍ତମ ଗ୍ରାହକ ସେବାକୁ ପ୍ରାଥମିକତା ଦେଇ ଆସୁଛୁ ବୋଲି କହିଥିଲେ l ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଶେଷ କରି ଆର୍ଥିକ ଅନ୍ତର୍ଭୁକ୍ତି କରଣ ଯୋଜନାକୁ ସଫଳ କରାଇବା ଲାଗି ଷ୍ଟେଟ ବ୍ୟାଙ୍କ ଅଗ୍ରାଧିକାର ଦେଇଛି l ଏହି ସବୁ କାର୍ଯ୍ୟକ୍ରମ ସଫଳ କରାଇବା ପାଇଁ ଗ୍ରାହକ ସେବା କେନ୍ଦ୍ର ଗୁଡିକର ଭୂମିକା ଅଛି ବୋଲି ପ୍ରକାଶ କରିଥିଲେ l ପ୍ରଧାନମନ୍ତ୍ରିଙ୍କ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନସନ ବୀମା ଯୋଜନା ବିଷୟ ଆଲୋଚନା ହୋଇଥିଲା l ଏଥିରେ ଛତ୍ରପୁର ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀ ନୀଳକଣ୍ଠ ବେହେରା , ଶ୍ରୀ ରମଣି ରଞ୍ଜନ ସାହୁ( ମ୍ୟାନେଜର F.I ),ଶ୍ରୀ ରତ୍ନାକର ପଣ୍ଡା Asst ମ୍ୟାନେଜର ସଭାରେ ଉଦବୋଧନ ଦେଇଥିଲେ l ଏଥିରେ ମୁଖ୍ୟତଃ ସରକାରଙ୍କ Gp saturation camp ମଧ୍ୟରେ ପ୍ରଧାନମନ୍ତ୍ରି ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଏହି ଦୁଇଟି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗୁରୁତ୍ୱ ଦେଇଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପାରଳାଖେମୁଣ୍ଡି ରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ।

ପାରଳାଖେମୁଣ୍ଡି ରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ।

Read More...

ବ୍ରହ୍ମପୁର ଶାନ୍ତିଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

ବ୍ରହ୍ମପୁର ଶାନ୍ତିଜ୍ୟୋତି ଭବନରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: