ସାଂସଦ ପାଣ୍ଠିରୁ ଟଙ୍କା ଆବଣ୍ଟନକୁ ନେଇ ସାନଖେମୁଣ୍ଡି ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ : ଇସ୍ତଫା ଦେଲେ ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ

June 25, 2023, ଓଡ଼ିଶା, ଗଞ୍ଜାମ, Kiran Behera
ସାଂସଦ ପାଣ୍ଠିରୁ ଟଙ୍କା ଆବଣ୍ଟନକୁ ନେଇ ସାନଖେମୁଣ୍ଡି ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ : ଇସ୍ତଫା ଦେଲେ ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ
Kiran Behera
[ Reporter,Digapahandi ]
Bhagyaprabha News Bureau
June 25, 2023

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ସାଂସଦ ପାଣ୍ଠିରୁ ଆସିଥିବା ଟଙ୍କା ଆବଣ୍ଟନକୁ ନେଇ ରବିବାର ଦିନ ବିଜୁ ଜନତା ଦଳ କର୍ମୀ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ଅସନ୍ତୋଷ ଦେଖାଦେଇଛି । ଯାହାକୁ ନେଇ ପାଟପୁର ସ୍ଥିତ ବୁଦ୍ଧେଶ୍ବର ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ବିଜେଡ଼ିର ସାଂଗଠନିକ ବୈଠକ କାର୍ଯ୍ୟକ୍ରମରେ କର୍ମକର୍ତ୍ତା ମାନେ ଦୃଢ଼ ନିନ୍ଦା କରିବା ସହ ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି । ଖବରପ୍ରକାରେ , ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ଜନ ପ୍ରତିନିଧି ମାନେ ସେମାନଙ୍କ ପଞ୍ଚାୟତର ବିକାଶ କରିବା ପାଇଁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇ ଆସିଥିଲେ । କିନ୍ତୁ ବର୍ତ୍ତମାନ ଦଳୀୟ କର୍ମୀଙ୍କ ମଧ୍ୟରେ ବିବାଦ ଯୋଗୁଁ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ କର୍ମୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ଯାହାଫଳରେ ଆଜି ଅସନ୍ତୋଷ ବିଜୁ କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନା ସଭା ହେବା ଦଳର ସଂଗଠନ ଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ନୂତନ ଅସ୍ଥାୟୀ କମିଟି ଗଠନ କରାଯାଇଥିଲା । ଏଥିରେ ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କୁ ସଭାପତି ଭାବେ ମନୋନୀତ କରାଯାଇଥିଲା । ତାଙ୍କରି ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅମିନ ପ୍ରଧାନ , ପ୍ରତିନିଧି ଶଙ୍କର୍ଷଣ ସ୍ବାଇଁ , ରାଜୀବ ଲୋଚନ ପାତ୍ର ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ଅଞ୍ଚଳର ଉନ୍ନତି ସକାଶେ ବହୁ କର୍ମୀ ଦୁଇ ଦୁଇଟି ପଦବୀ ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ତାଙ୍କ ପ୍ରତି ଅଣଦେଖା , କୌଣସି ସାଂଗଠନିକ କାର୍ଯ୍ୟରେ ସେମାନଙ୍କୁ ନିମନ୍ତ୍ରଣ ନ କରିବା ଫଳରେ ନିକଟରେ ବହୁ କର୍ମକର୍ତ୍ତା ନିଜ ପଦବୀରୁ ଇସ୍ତଫା ମଧ୍ୟ ଦେଇ ଆସିଛନ୍ତି । ଏଥିସହ ୪ ବର୍ଷ ପରେ ସାଂସଦ ପାଣ୍ଠିରୁ ଆସିଥିବା ୧ କୋଟି ୨୫ ଲକ୍ଷ ଟଙ୍କା ଆସିକା ସାଂସଦ ପ୍ରମିଳା ବିଷୋୟୀ ସାନଖେମୁଣ୍ଡି ଅଞ୍ଚଳର ନେତୃତ୍ୱ ଦାୟିତ୍ବରେ ରହିଥିବା କର୍ମୀଙ୍କୁ ଦିଆଯାଇଥିବା ବେଳେ ସାଂସଦ ପ୍ରତିନିଧିଙ୍କ ଅଜାଣତରେ ସେହି ଟଙ୍କାକୁ ନିର୍ଦ୍ଧିଷ୍ଟ ୪ ଗୋଟି ପଞ୍ଚାୟତରେ ବଣ୍ଟନ କରାଯାଇଥିବାରୁ ଦୃଢ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାର ସମାଧାନ କରାଯାଉ , ଏପରିକି ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କୁ ସମସ୍ତ କାର୍ଯ୍ୟରେ ସଂପୃକ୍ତ କରାଯାଉ ଏବଂ ଦଳକୁ ଅଧିକ ଦୃଢ଼ କରାଯାଉ ବୋଲି ବୈଠକରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଏହା ଉପରେ ବିଜୁ ଜନତା ଦଳ ପକ୍ଷରୁ କୌଣସି ସମାଧାନ ନ କରାଯାଏ ତେବେ ଦଳୀୟ କର୍ମୀମାନେ ଦଳୀୟ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ଦୃଢ଼ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଧୋବା ସ୍ବାଇଁ , ସୁଶାନ୍ତ ସେଠୀ , ଜାଗିଲି ସେଠୀ , ଦେବରାଜ ସେଠୀ , ରମେଶ ପାତ୍ର , ପ୍ରଶାନ୍ତ ରେଡ୍ଡୀ , ଶିବରାମ ସ୍ବାଇଁ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ସମାବେଶ କାର୍ଯ୍ୟକ୍ରମ

ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚ୍ଚା ସମାବେଶ କାର୍ଯ୍ୟକ୍ରମ

Read More...

କୁକୁର କାମୁଡାରେ ୧୫ ଛେଳି ଛୁଆ ମୃତ...

କୁକୁର କାମୁଡାରେ ୧୫ ଛେଳି ଛୁଆ ମୃତ...

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: