ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

July 01, 2023, ଶିକ୍ଷା, ଗଜପତି, Rasmi Ranjan Sahu
ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
July 01, 2023

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗଜପତି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମହେନ୍ଦ୍ରଗିରି ପୌର ପରିଷଦ ଉଚ୍ଚ ବିଦ୍ୟାଳୟ,ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ପାଳନ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଆ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ବରିଷ୍ଠ ଓ କନିଷ୍ଠ ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗ ଛାତ୍ରଛାତ୍ରୀମାନେ ତା.୦୯.୭୨୦୨୩ ଓ ବରିଷ୍ଟ ବର୍ଗ ଛାତ୍ରଛାତ୍ରୀମାନେ ତା ୧୬.୭.୨୦୨୩ ରିଖ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ କୃତକାର୍ଯ୍ଯ ହୋଇଥିବା ଛାତ୍ର ଛାତ୍ରୀମାନେ ଯୋଗଦେବେ। ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୩ରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ପୂର୍ବାହ୍ନ ୧୦. ଘଟିକା ସମୟରେ ଅନୁଷ୍ଠିତ ହେବ।ଆଜିର ଏହି ଜିଲ୍ଳା ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ବିଚିତ୍ରା ନନ୍ଦ ବେବର୍ତ୍ତା ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଦଶ ଜଣ ବିଚାରକ ମଣ୍ଡଳୀ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ସମ୍ପାଦନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକର ୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ...

ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ...

Read More...

ବହୁଚର୍ଚ୍ଚିତ ଏସିଏଫ୍ ମୃତ୍ୟୁ ମାମଲା,ପ୍ରାକ୍ତନ ଡିଏଫ୍‌ଓଙ୍କ ବିରୁଦ୍ଧରେ ଜାମିନ ବିହନ ପରୱାନା

ବହୁଚର୍ଚ୍ଚିତ ଏସିଏଫ୍ ମୃତ୍ୟୁ ମାମଲା,ପ୍ରାକ୍ତନ ଡିଏଫ୍‌ଓଙ୍କ ବିରୁଦ୍ଧରେ ଜାମିନ ବିହନ ପରୱାନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: