ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ

July 04, 2023, ମନୋରଞ୍ଜନ, ଗଞ୍ଜାମ, Gouri Shankar Mishra
ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ
Gouri Shankar Mishra
[ Video Journalist ]
Bhagyaprabha News Bureau
July 04, 2023

ବ୍ରହ୍ମପୁର-କଳା ଓ କଳାକାର ହିତୈଷୀ ମହାମଂଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବ ଅବସରରେ ଦୁଇ ଦିବସୀୟ ଲୋକକଳା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ପୂର୍ବାହ୍ନ ଅଧିବେଶନରେ କଣଭାଗ ଲକ୍ଷ୍ମୀ ପୁରାଣ, ପୁଟବଗଡ ରାଧାପ୍ରେମ ଲୀଳା, ନନ୍ଦିକ ଭାରତ ଲୀଳା, ହରିଡାଖଣ୍ଡି ରାମନାଟକ, କେଶପୁର ପାଲା, ଦଣ୍ଡ ସୁଆଙ୍ଗ, ଜାନୁଘଣ୍ଟ, ଗାହାଣ, ପାଲ୍ୟାମା ଦାସକାଠିଆ, ଚିଲାଡି କ୍ରୁଷ୍ଣଲୀଳା ଆଦି ବହୁ ଲୋକ ନାଟକ ପରିବେଷଣ କରାଯାଇଥିଲା। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ରାଜ୍ଯ ଯୋଜନା ବୋର୍ଡ ସଦସ୍ଯ ଡା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ଯା ପ୍ରୀତି ସାହୁ, ନାଟ୍ଯକାର ଇଂ. ଯାମିନୀକାନ୍ତ ଦାସ, ବରିଷ୍ଠ ଶିକ୍ଷାବିତ୍ ତଥା କଳାକାର ଶଙ୍କର୍ଷଣ ସାବତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କଳାକାର ମାନଙ୍କ ସମାଜ ପ୍ରତି ଥିବା ମହନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ନାଟ୍ଯ ନିର୍ଦ୍ଦେଶକ ରବି ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାନ୍ଧ୍ୟ ଅଧିବେଶନରେ ବ୍ରହ୍ମପୁର ଅନ୍ବେଷା କଳାକେନ୍ଦ୍ର, ଶେରଗଡ ଦି ରାଇଜିଂ ଷ୍ଟାର ଏକାଡେମୀ, ବ୍ରହ୍ମପୁର ଜାଗ୍ରୁତି ଡାନ୍ସ ଏକାଡେମୀ ର ଶିଶୁ କଳାକାର ମାନେ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ। ଉଦଯାପନୀ ସଭା ସଂଘ କାର୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭା ରେ ନାଟ୍ୟକାର ଅଭୟ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଡଃ ସର୍ବଣା ବିବେକ, ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା, ସଂସ୍କୃତି ପୁରୁଷ ମେଜର୍ ରମାରମଣ ପାଢୀ, ଚଳଚ୍ଚିତ୍ର ପ୍ରଯୋଜକ ଏନ୍ ରାମବାବୁ, ବରିଷ୍ଠ ଯାତ୍ରା ଅଭିନେତା ରାଜେନ୍ଦ୍ର ମୋହନ ପତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଂଘ କାର୍ଯ୍ୟଧାରା ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ କାର୍ଯ୍ୟକ୍ରମ ର ଉଦଯାପନୀ ଘୋଷଣା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ରେ ସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରଦୀପ କୁମାର ସାହୁ, ମହେନ୍ଦ୍ର ସାହୁ, କୁନୁ ବେହେରା, ପାଣ୍ଡବ ପ୍ରଧାନ, ଚିତ୍ତ ରଞ୍ଜନ ଦଳାଇ, ସୁଦାମ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ ପ୍ରମୁଖ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସମିତି ଓ ଲେମ୍ପସ୍ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ସମିତି ଓ ଲେମ୍ପସ୍ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

Read More...

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର  ଛତୁଚାଷ ତାଲିମ କାର୍ଯ୍ୟକ୍ରମ

ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ଛତୁଚାଷ ତାଲିମ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: