ଛତ୍ରପୁର-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା

July 25, 2023, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଛତ୍ରପୁର-ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା
Santosh Kumar Mishra
[ Special Correspondent ]
Bhagyaprabha News Bureau
July 25, 2023

ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁବେଳେ ପ୍ରଚେଷ୍ଟା କରିଥାନ୍ତି। ଏହି ଅବସରରେ ଛତ୍ରପୁର ସ୍ଥିତ ସଂସ୍କୃତି ଭବନରେ ଛତ୍ରପୁର ପଞ୍ଚାୟତ ସମିତି ଦ୍ୱାରା ଆୟୋଜିତ ମିଶନ୍ ଶକ୍ତି ଆନୁକୁଲ୍ୟରେ ଏକ ବ୍ୟାଙ୍କ ଋଣ, ସୁଧ ଫେରସ୍ତ ଉପରେ ସଚେତନା ସୃଷ୍ଟି କରିବା ସହ ଋଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେବା ସହ ବିଡ଼ିଓ ସୁଶାନ୍ତ କୁମାର ବରାଳ ଉପସ୍ଥିତ ରହି ଛତ୍ରପୁର ବ୍ଲକର ୩୬୬ ସ୍ୱୟଂ ସହାୟିକା ଗୋଷ୍ଠୀ କୁ ମୋଟ ୧୭ କୋଟି ୮୫ ଲକ୍ଷ ୯ ହଜାର ଟଙ୍କା ବିଭିନ୍ନ ବ୍ୟାଙ୍କ ର ସହାୟତା ରେ ୠଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ସୁଶାନ୍ତ କୁମାର ବରାଳ ପରିଚାଳନା କରିଥିଲେ l ସଭା ଶେଷରେ ଅତିଥି ,ବ୍ୟାଙ୍କ ଅଧିକାରୀ ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଡିପିସି ଶାଶ୍ୱତ କୁମାର ସାହୁ ,ବିପିଏମ ମାନିନୀ ଜେନା, ବିପିସି ସନାତନ ସାହୁ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଅଧିକାରୀଙ୍କ ସମେତ ସମସ୍ତ ଏମବିକେ ,ସିଆରପି, ବ୍ୟାଙ୍କମିତ୍ର , ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ-ସମସ୍ୟା ଘେରରେ ତେଲିମାଳ ଦୁର୍ଗମ ଅଞ୍ଚଳ,ସହଯୋଗ କରିଲେ ସମାଜସେବୀ

ଗଞ୍ଜାମ-ସମସ୍ୟା ଘେରରେ ତେଲିମାଳ ଦୁର୍ଗମ ଅଞ୍ଚଳ,ସହଯୋଗ କରିଲେ ସମାଜସେବୀ

Read More...

ଏସୀୟ ଆଥେଲାଟିକରେ ଭାରତୀୟ ମହିଳା ଦଳରେ ସାମିଲ ହେବେ ଦୁର୍ଗମ ଅଞ୍ଚଳର ଛାତ୍ରୀ ସ୍ବେତାସିନୀ

ଏସୀୟ ଆଥେଲାଟିକରେ ଭାରତୀୟ ମହିଳା ଦଳରେ ସାମିଲ ହେବେ ଦୁର୍ଗମ ଅଞ୍ଚଳର ଛାତ୍ରୀ ସ୍ବେତାସିନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: