ବ୍ରହ୍ମପୁର ବିଧାୟକ ଙ୍କ ସହଯୋଗ ରେ ନିଜ ଗାଁକୁଫେରିଲା ବିଜୟ ଙ୍କ ମୃତଦେହ

July 28, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ବିଧାୟକ ଙ୍କ ସହଯୋଗ ରେ ନିଜ ଗାଁକୁଫେରିଲା ବିଜୟ ଙ୍କ ମୃତଦେହ
Gouri Shankar Mishra
[ Video Journalist ]
Bhagyaprabha News Bureau
July 28, 2023

ଦାରିଙ୍ଗବାଡି ଅଞ୍ଚଳର ବିଜୟ ପ୍ରଧାନ ହୃଦ ରୋଗରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଗତ ଦୁଇ ଦିନ ହେଲା ଭର୍ତ୍ତି ହୋଇଥିଲେ । ଆଜି ସକାଳୁ ତାଙ୍କର ମେଡିକାଲରେ ଚିକିତ୍ସିଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତଦେହକୁ ନିଜ ଜନ୍ମ ମାଟି ତଥା ଦାରିଙ୍ଗବାଡିରେ ପହଞ୍ଚାଇବା ନିମନ୍ତେ ଅସମର୍ଥ ହୋଇଥିଲେ ତାଙ୍କ ସମ୍ପର୍କୀୟ । ଏନେଇ ଦାରିଙ୍ଗବାଡିର ବିଧାୟକ ବ୍ରହ୍ମପୁର ବିଧାୟକଙ୍କୁ ମୃତ ଶରୀର ତାଙ୍କ ଜନ୍ମ ମାଟିକୁ ଆଣିବା ନିମନ୍ତେ ସହାୟତା କରିବା ପାଇଁ କହିଥିଲେ । ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦେଶରେ ବିଜେଡ଼ି ମହାନଗର ଯୁବ ସଭାପତି ଅଜିତ ପଣ୍ଡା, ବ୍ରହ୍ମପୁର ଓଡିଶା ମୋ ପରିବାରର ସଂଯୋଜକଙ୍କ ସମେତ ବହୁ ବିଜେଡ଼ି କର୍ମୀ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ । ପିଏମାଆର କୋଠାରେ ରହିଥିବା ବିଜୟଙ୍କ ମୃତଦେହକୁ ବାହାର କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡିକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରିଥିଲେ । ଏହି ଅବସରରେ ବିଜେଡ଼ି ନେତା ବିଜୟ ସାମଲ ,ମଳୟ ବିଷୋୟୀ,ସମୀର ମିଶ୍ର,ଶୂନ୍ୟ ଦାସ,ଗିରିଜା ଶତପଥି,ପ୍ରମୁଖ ଉପସ୍ଥିତ ଥିଲେ ଜଣେ ଅସହାୟଙ୍କୁ ସାହାର୍ଯ୍ୟ କରି ବେଶ ଆନନ୍ଦିତ ଲାଗୁଥିବା କହିଛନ୍ତି ବିଜେଡ଼ିର କର୍ମୀ ମାନେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ନୀଳକଣ୍ଠେଶ୍ବର ୱେଲଫର କ୍ଳବ ସଦସ୍ୟ ଙ୍କ ଭଦ୍ରାଞ୍ଚଲମ ଯାତ୍ରା

ବ୍ରହ୍ମପୁର ନୀଳକଣ୍ଠେଶ୍ବର ୱେଲଫର କ୍ଳବ ସଦସ୍ୟ ଙ୍କ ଭଦ୍ରାଞ୍ଚଲମ ଯାତ୍ରା

Read More...

ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଗଜପତିରେ ସମ୍ବର୍ଦ୍ଧନା - ପ୍ରତିବାଦ ଜଣାଇଲେ କଂଗ୍ରେସ ଓ ବିଜେପି

ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ଗଜପତିରେ ସମ୍ବର୍ଦ୍ଧନା - ପ୍ରତିବାଦ ଜଣାଇଲେ କଂଗ୍ରେସ ଓ ବିଜେପି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: