ଯାଜ୍ଞସେନୀର ସଂସ୍କୃତ ଅନୁବାଦ ପୁସ୍ତକ ଉନ୍ମୋଚିତ

July 28, 2023, ଦେଶଦୁନିଆ, , BHAGYAPRABHA NEWS
ଯାଜ୍ଞସେନୀର ସଂସ୍କୃତ ଅନୁବାଦ ପୁସ୍ତକ ଉନ୍ମୋଚିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 28, 2023

ନୂଆଦିଲ୍ଲୀ- ଯାଜ୍ଞସେନୀର ସଂସ୍କୃତ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ କାମନା ଅଡିଟୋରିୟମରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଏବଂ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମିଳିତ ଭାବେ ଆୟୋଜିତ ଦୁଇ ଦିବସୀୟ ଯାଜ୍ଞସେନୀ ଜାତୀୟ ସମ୍ମିଳନୀରେ ସଂସ୍କୃତ ଭାଷାରେ ଅନୁବାଦିତ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୋଗ ଦେବା ସହିତ ନିଜର ବକ୍ତବ୍ୟରେ ଭାରତର ଇତିହାସରେ ଦ୍ରୌପଦୀ ,ଅହଲ୍ୟା, ଶ୍ରବଣ କୁମାର ଙ୍କ ଭଳି ଅନେକ ଚରିତ୍ର ରହିଛନ୍ତି ।ଆମ ସଭ୍ୟତା ସବୁବେଳେ ନାରୀଙ୍କୁ ସମ୍ମାନ ଦେବାର ଶିଖାଇଚି ।ବର୍ତ୍ତମାନ ସମୟରେ ଭାରତୀୟ ସଭ୍ୟତାକୁ ଉଜାଗରଣ କରିଥିବା ମାଁଙ୍କ ଉପରେ ଚର୍ଚ୍ଚା ହେବାର ଆବଶ୍ୟକ । କାରଣ ସ୍ରଷ୍ଟାଙ୍କୁ କେନ୍ଦ୍ରକୁ ନ ଆଣିଲେ ସୃଷ୍ଟି ହୋଇପାରିବ ନାହିଁ । ବିଶ୍ଵବିଦ୍ୟାଳୟ ଗୁଡ଼ିକ ଆମର ପୁରାତନ ସଭ୍ୟତା ସମାଜର ପୁଞ୍ଜି ତଥା ଭାରତୀୟତା କୁ ବାଖ୍ୟାନ କରିବା ଆଧାରରେ ମହାଶକ୍ତି ହେବାକୁ ଯାଉଛି ।


ଜି-20ର ପ୍ରେସିଡେନ୍ସି କରୁଥିବା ଭାରତରେ ଯାଜ୍ଞସେନୀର 2ୟ ସଂସ୍କରଣ ଉନ୍ମୋଚିତ ହେଉଛି ଏହା ଆନନ୍ଦର କଥା ।ଏହି ପୁସ୍ତକର ମୂଳ ଲେଖିକା ଡଃ ପ୍ରତିଭା ରାୟ ଏବଂ ସଂସ୍କୃତରେ ଅନୁବାଦିତ କରିଥିବା ପ୍ରଫେସର ଭାଗିରଥି ନନ୍ଦଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।ମହିଳା ସଶକ୍ତିକରଣ କ୍ଷେତ୍ରରେ ଯାଜ୍ଞସେନୀ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ସାରସ୍ୱତ ସମାରୋହରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ଶ୍ରୀନିବାସ ବାର୍ଖେଡ ଅଧ୍ୟକ୍ଷତା କରୁଥିବା ବେଳେ ସମ୍ମାନିତ ଅତିଥି ରୂପେ ଡଃ ପ୍ରତିଭା ରାୟ ,ପ୍ରଫେସର ଭାଗିରଥି ନନ୍ଦ ,ସଙ୍ଗୀତ ନାଟକ ଏକାଡେମୀ ଅଧକ୍ଷ ଡଃ ସନ୍ଧ୍ୟା ପୁରେଚ୍ଛା ସମେତ ବହୁ ବରିଷ୍ଠ ସାହତ୍ୟିକ ,ଅଧ୍ୟାପକ ,ଅଧ୍ୟାପିକା ,ଗବେଷଣାରତ ବହୁ ଛାତ୍ର /ଛାତ୍ରୀ,ବୁଦ୍ଧିଜୀବି ଯୋଗ ଦେଇଥିଲେ ।ପ୍ରଫେସର ଭାଗିରଥି ନନ୍ଦ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ମରୁଆ ଗ୍ରାମରୁ ବାଲ୍ୟ ଶିକ୍ଷା ଆରମ୍ଭ କରି ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାପୀଠରେ ସାହିତ୍ୟ ଆଚାର୍ଯ୍ୟ ସମାପ୍ତ କରିବା ସହ ବର୍ତ୍ତମାନ ନୂଆଦିଲ୍ଲୀରେ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବିଦ୍ୟାଳୟର ଡିନ ରୂପେ କାର୍ଯ୍ୟ କରୁଛନ୍ତି । ଏହା ବ୍ୟତୀତ ସେ ଉଲ୍ଲଙ୍ଘନ ,ଭାରତ ବର୍ଷମ୍ , ସୃଷ୍ଟି ତତ୍ତ୍ୱାନୁଚିନ୍ତନମ ,ଗୁରୁ ଭାଗବତ,ଗୁରୁ ଭକ୍ତି କୁସୁମାଞ୍ଜଳୀ ଶଟକମ୍, ତସ୍ମିନ ଦିନେ, 5ମ ରୁ 8ମ ପର୍ଯ୍ୟନ୍ତ ବହୁ ପାଠ୍ୟ ପୁସ୍ତକରେ ପ୍ରବନ୍ଧ ,ଗଳ୍ପ ,50 ରୁ ଅଧିକ ଶୌଧ ପ୍ରବନ୍ଧ ,20 ରୁ ଅଧିକ ସଂସ୍କୃତ ଭାଷାରେ ପୁସ୍ତକ ରଚନା କରିଛନ୍ତି ।ଏହି ଅବସରରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ପକ୍ଷରୁ ଅଭିନନ୍ଦନ ସହିତ ଶୁଭେଚ୍ଛା ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଖିଳ ଉତ୍କଳ ଶିକ୍ଷକ ମହାସଂଘ,ଗଂଜାମ ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ

ନିଖିଳ ଉତ୍କଳ ଶିକ୍ଷକ ମହାସଂଘ,ଗଂଜାମ ଜିଲ୍ଲା ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ

Read More...

ପାରଳାଖେମୁଣ୍ଡି: ୭୭ତମ  ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ  ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି: ୭୭ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: