ତ୍ରିପୁରାରେ ମହାସମାରୋହ ରେ ପାଳିତ ହେଲା ଉତ୍କଳ ଦିବସ

April 02, 2019, ଦେଶଦୁନିଆ, , Bhagyaprabha News Bureau
ତ୍ରିପୁରାରେ ମହାସମାରୋହ ରେ ପାଳିତ ହେଲା ଉତ୍କଳ ଦିବସ
Bhagyaprabha News Bureau
April 02, 2019

ପ୍ରତେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଆ ସମାଜ, ତ୍ରିପୁରା, ଅଗରତଲା ଦ୍ବାରା ନବମ "ଓଡିଶା ଉତ୍ସବ-୨୦୧୯" ଉତ୍କଳ ଦିବସ ଅବସରରେ ପହିଲା ଏପ୍ରିଲ ଦିନ ସସମାରୋହ ଓ ଏନ୍ ଜି ସି, ତ୍ରିପୁରାର ଆର୍ଥୀକ ଅନୁଦାନରୁ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅନୁଷ୍ଠାନରେ ମୁଖ୍ୟ ଅତିଥି ରୂପେ ମହାମାନ୍ୟ ରାଜ୍ୟପାଳ, ତ୍ରିପୁରା, ପ୍ରୋଫେସର୍ କପ୍ତାନ ସିଂ ସୋଲାଂକୀ; ତ୍ରିପୁରା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମାନନୀୟ କୁଳପତି ପ୍ରୋଫେସର୍ ବିଜୟକୁମାର ଲକ୍ଷ୍ମୀକାନ୍ତରାଓ ଧାରୁରକର; ମାନନୀୟ ଆସେଟ୍ ମ୍ୟାନେଜର, ତ୍ରିପୁରା ପରିସମ୍ପତୀ,ଓ ଏନ୍ ଜି ସି, ଶ୍ରୀ ଯୁକ୍ତ ଜି କେ ସିଂହ ରାୟଙ୍କ ସହ ସମାଜର ସଭାପତି, ଶ୍ରୀ ବିଷ୍ଣୁ ଚରଣ ପତି ତଥା ସଚିବ, ଡା. ରବୀନ୍ଦ୍ର କୁମାର ମହାପାତ୍ର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଓ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ମହାମାନ୍ୟ ରାଜ୍ଯପାଳ, ଶାନ୍ତି ପାଠ ପୁରଃସର ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନକୁ ପ୍ରାରମ୍ଭ କରିଥିଲେ। ଓଡ଼ିଆ ଭାଇ ଭଉଣୀ ମାନଙ୍କ ଦ୍ବାରା "ବନ୍ଦେ ଉତ୍କଳ ଜନନୀ ..." ସଂଗୀତ ଗାନ କରାଯିବା ପରେ ସମାଜର ସଭାପତି ଶ୍ରୀ ଯୁକ୍ତ ପତିଙ୍କ ସ୍ବାଗତ ଭାଷଣ ତଥା ସଚିବ ଡ଼. ମହାପାତ୍ରଙ୍କ ଦ୍ବାରା ସମାଜର ବାର୍ଷିକ ବିବରଣୀ ପାଠ କରାଜାଇଥିଲା । ମୁଖ୍ୟପୃଷ୍ଠପୋଷକ ଶ୍ରୀମାନ୍ ଗୌତମ କୁମାର ସିଂହରାୟ ଓଡିଶା ମାତୃକାର ତଥା ଆଜି କାର ଦିନର ବୈଶିଷ୍ଟ୍ୟ କହିଥିଲେ। ମାନନୀୟ କୁଳପତି ଓଡ଼ିଆ ତଥା ଓଡ଼ିଶାର ଖ୍ୟାତି, କଳା, ଭାସ୍କର୍ଯ୍ୟ, ସଂସ୍କୃତିକୁ ସୁନ୍ଦର ଭାବେ ପ୍ରତିପାଦିତ କରିଥିଲେ।ମହାମାନ୍ୟ ରାଜ୍ଯପାଳ ଓଡ଼ିଆ ମାନେ ଓଡ଼ିଶା ବାହାରେ ଓଡ଼ିଶା ଦିବସ ପାଳନ କରୁଛନ୍ତି ଜାଣି ଭୁୟସୀ ପ୍ରସଂଶା କରିବା ସହ ଓଡ଼ିଆ ମାନଙ୍କର ବ୍ଯକ୍ତିତ୍ବ ଢଥା କୃତିତ୍ବକୁ ପ୍ରୋତ୍ସାହିତ କରିବା ପୂର୍ବରୁ ସମାଜର ସ୍ମରଣିକା "ଚକାଡୋଳା" କୁ ଉନ୍ମୋଚନ କରି ଶ୍ରୀଯୁକ୍ତ ସିଂହ ରାୟଙ୍କୁ "ପ୍ରୀୟ ଓଡିଆ" ସନ୍ମାନ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରୂପେ ଓଡିଶାରୁ ଆଗତ ସ୍ବପ୍ନା ରାଣୀ ସିନ୍ହାଙ୍କ ନିର୍ଦ୍ଦେଶନାରେ "ନୃତ୍ୟନୀଳୟ" ଦ୍ବାରା ଓଡ଼ିଶୀ, ଦଶମହାବିଦ୍ୟା, ଦଶାବତାର, ସମ୍ବଲପୁରୀ, ପାଇକ ସ୍ବାଭିମାନ ଆଦି ଅନେକେ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ସହ ତ୍ରିପୁରାର କଳାକାର ମାନଂକ ଦ୍ବାରା ମଧ୍ୟ ଓଡ଼ିଶାର ନୃତ୍ୟ କଳା ପ୍ରଦର୍ଶିତ ହୋଇଥିଲା ।



ଉକ୍ତ ଉତ୍ସବରେ ପାଖାପାଖି 500 ପ୍ରବାସୀ ଓଡ଼ିଆଙ୍କ ସହ ସ୍ଥାନୀୟ ନିମନ୍ତ୍ରିତ ଉତ୍ସାହୀ ଅତିଥି ମାନେ କାର୍ଯ୍ୟ କ୍ରମକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟ କ୍ରମଟି ସଂପୂର୍ଣ୍ଣ ଭାବେ ଦୀର୍ଘ ତିନି ଘଣ୍ଟା ଧରି ପ୍ରତ୍ୟକ୍ଷ ଦୃଶ୍ୟ ହୋଇଥିଲା କିଛି ସ୍ଥାନୀୟ ଦୂରଦର୍ଶନରେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସର ପାର୍ଥୀ ତାଲିକା ଘୋଷଣା

କଂଗ୍ରେସର ପାର୍ଥୀ ତାଲିକା ଘୋଷଣା

Read More...

ବିଜେପିରେ ସାମିଲ ହେଲେ ରଘୁନାଥ ମହାନ୍ତି

ବିଜେପିରେ ସାମିଲ ହେଲେ ରଘୁନାଥ ମହାନ୍ତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: