ବ୍ରହ୍ମପୁର :"ବନ୍ଦେ ମାତରମ" ପାଇଁ ପ୍ରସ୍ତୁତି ବୈଠକ

August 06, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର :
Gouri Shankar Mishra
[ Video Journalist ]
Bhagyaprabha News Bureau
August 06, 2023

୧୭ ଅଗଷ୍ଟ ୨0୨୩ ରେ ସଂସ୍କୃତିଧର୍ମୀ ପତ୍ରିକା ଅଭିନୟ ଜଗତ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ " ବନ୍ଦେ ମାତରମ " ର ରୌପ୍ୟ ଜୟନ୍ତୀ ଉତ୍ସବ ବ୍ରହ୍ମପୁରର ଟାଉନ ହଲ ରେ ଆୟୋଜନ ହେବ l ଏଥି ସକାଶେ ଅଭିନୟ ଜଗତ ତରଫରୁ ସମ୍ପାଦକ ଡ ମିହିର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଆୟୋଜିତ ହୋଇସାରିଛି l ୧୯୯୯ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ହେଉଛି l ତେଣୁ ଧୂମଧାମ ରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କିଛି ଜ୍ଞାନୀଗୁଣୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ବର୍ଦ୍ଦନା କରାଯିବ l ଏହି କାର୍ଯ୍ୟକ୍ରମରେ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଯୋଗ ଦେବାପାଇଁ ମଧ୍ୟ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି l ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ସୁଦୀପ ସାହୁ, ନାରାୟଣ ମାହାଙ୍କୁଡ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର, ଅଭିନୟ ଜଗତ ର ସଭାପତି ରବୀନ୍ଦ୍ର କୁମାର ନାୟକ, ସର୍ବ ଭାରତୀୟ ନାଟ୍ୟ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀ, ନୃତ୍ୟ ନିର୍ଦ୍ଦେଶିକା ଉଷା ରାଣୀ ମହାପାତ୍ର ଓ କଳାପ୍ରାଣ କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର-ବିଶ୍ୱ ବନ୍ଧୁତ୍ୱ ଦିବସରେ ନାଟ୍ୟ ନିର୍ଦ୍ଦେଶକ ସଂଘର ବନ୍ଧୁମିଳନ ।

ବ୍ରହ୍ମପୁର-ବିଶ୍ୱ ବନ୍ଧୁତ୍ୱ ଦିବସରେ ନାଟ୍ୟ ନିର୍ଦ୍ଦେଶକ ସଂଘର ବନ୍ଧୁମିଳନ ।

Read More...

ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ପାଠାଗାରର ଉତ୍କର୍ଷ କାର୍ଯ୍ୟ ଶୁଣିଲା ସାରା ଦେଶ

ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ପାଠାଗାରର ଉତ୍କର୍ଷ କାର୍ଯ୍ୟ ଶୁଣିଲା ସାରା ଦେଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: