ବେଙ୍ଗାଲୁର- ଓଡିଆ ଟ୍ରଷ୍ଟ ସରଜାପୁରା ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର

August 07, 2023, ଦେଶଦୁନିଆ, , BHAGYAPRABHA NEWS
ବେଙ୍ଗାଲୁର- ଓଡିଆ ଟ୍ରଷ୍ଟ ସରଜାପୁରା ପକ୍ଷରୁ ଆୟୋଜିତ ହେଲା ରକ୍ତଦାନ ଶିବିର
BHAGYAPRABHA NEWS
[ INPUT ]
Bhagyaprabha News Bureau
August 07, 2023

ବେଙ୍ଗାଲୁର- ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଓଡିଆ ଟ୍ରଷ୍ଟ ସରଜାପୁରା ପକ୍ଷରୁ ଆୟୋଜିତ ହୋଇଯାଇଛି ରକ୍ତଦାନ ଶିବିର । ସ୍ଥାନୀୟ ସରଜାପୁର ଥାନା ନିକଟରେ ରହିଥିବା ଏକ ହୋଟେଲର ସଭା କକ୍ଷ ପରିସରରେ ଟ୍ରଷ୍ଟର ସଭାପତି ଜୟଚନ୍ଦ୍ର ମୁନି ଙ୍କ ଅଧ୍ଯକ୍ଷତାରେ ଆଯୋଜିତ ଶିବିରରେ ଟ୍ରଷ୍ଟର ବହୁ ଓଡିଆ ସମେତ ବିଭିନ୍ନ ଭାଷାଭାଷୀର ବ୍ୟକ୍ତିବିଶେଷ ମାନେ ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ ।


ବର୍ଷ ତମାମ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏପରି ରକ୍ତଦାନ ଶିବିରରେ ଶହେ ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଶେଷରେ ବିଶ୍ୱବନ୍ଦୁତ୍ୱ ଦିବସରରେ ସଂଗୃହିତ ହୋଇଥିବା ରକ୍ତଦାନ ଶିବିରର ଏହି ସମସ୍ତ ୟୁନିଟ୍ ଇନ୍ଦିରା ଗାନ୍ଧୀ ଚାଇଲ୍ଡ ହସପିଟାଲ କର୍ତ୍ତୁପକ୍ଷଙ୍କ ପ୍ରଦାନ କରାଯାଇଥିଲା ।


ଏହି ଶିବିରରେ ଅଧିକରୁ ଅଧିକ ବ୍ୟକ୍ତିବିଶେଷ ରକ୍ତଦାନ କରିଥିବାରୁ ଆଗାମୀ ଦିନରେ ପ୍ରତେକ ବର୍ଷ ଏଭି ସ୍ୱେଚ୍ଛାକୃତି ରକ୍ତଦାନ ଶିବିର ଆୟୋଜନ କରାଯିବା ବୋଲି କହିଛନ୍ତି ଓଡିଆ ଟ୍ରଷ୍ଟ ସରଜାପୁରା ର ସଭାପତି , ସଂପାଦକ ଙ୍କ ସମେତ ଏହାର ସମସ୍ତ କର୍ମକର୍ତ୍ତା ।


ସେପଟେ ଏଭଲି ଏକ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ମିଳିଥିବା ନେଇ ଟ୍ରଷ୍ଟ ପକ୍ଷରୁ କୃତଜ୍ଞତା ଜଣାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ଚାକିରୀ ଦେବା ନାରେ  ଠକେଇ ଅଭିଯୋଗ ।

ପାରଳାଖେମୁଣ୍ଡି : ଚାକିରୀ ଦେବା ନାରେ ଠକେଇ ଅଭିଯୋଗ ।

Read More...

ବୋଲ୍ ବୋଲ୍ ବମ୍  ହରହର ବମ୍ ଅଡ଼ିଓ-ଭିଡ଼ିଓ ସିଡି ଲୋକାର୍ପିତ

ବୋଲ୍ ବୋଲ୍ ବମ୍ ହରହର ବମ୍ ଅଡ଼ିଓ-ଭିଡ଼ିଓ ସିଡି ଲୋକାର୍ପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: