ଅପରେସନ୍ ନହ୍ନେ ଫରିସ୍ତେ : ଜୁଲାଇ 2023 ରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 62 ନାବାଳକ ନାବାଳିକା ଉଦ୍ଧାର |

August 09, 2023, ବିଶେଷ, ଖୋର୍ଦ୍ଧା, Bhagyaprabha News Bureau
ଅପରେସନ୍ ନହ୍ନେ ଫରିସ୍ତେ : ଜୁଲାଇ 2023 ରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 62 ନାବାଳକ ନାବାଳିକା ଉଦ୍ଧାର |
Bhagyaprabha News Bureau
August 09, 2023

ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ 2023 ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ 62 ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି | ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 50 ନାବାଳକ ଏବଂ 12 ନାବାଳିକା ସେମାନଙ୍କ ପିତାମାତାଙ୍କ ସହ ମିଳିତ ହୋଇଛନ୍ତି |ପିତା ମତ କିମ୍ବା ଅଭିଭାବକ ମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା / ପାରିବାରିକ ସମସ୍ୟା ହେତୁ କିମ୍ବା ଉନ୍ନତ ଜୀବନ ସନ୍ଧାନରେ ପିତାମାତାଙ୍କୁ ନ ଜଣାଇ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି | ସେମାନଙ୍କ ପିତାମାତାଙ୍କ ସହ ମିଳିତ ହେବା ପୂର୍ବରୁ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବିଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ |ରେଳ ମାଧ୍ୟମରେ ମାନବ ଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ବଚପନ ବଚାଓ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି | ଏହା ବ୍ୟତୀତ ମାନବ ଚାଲାଣ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଚାଲୁରହିଥିବା ଅଭିଯାନ {(ଅପରେସନ୍ AAHT (ଆକ୍ସନ୍ ଏଗେନଷ୍ଟ ହ୍ୟୁମାନ୍ ଟ୍ରାଫିକ୍) ମଧ୍ୟ ଆରମ୍ଭ କରି ମାନବ ଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଅଛି |ଜୁଲାଇ 2023 ରେ ଉଦ୍ଧାର ହୋଇଥିବା 62 ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳମଣ୍ଡଳରୁ 33 ବାଳକ ଓ 02 ବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳରୁ 05 ବାଳକ ଓ 04 ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ 12 ବାଳକ ଏବଂ 06 ବାଳିକାଙ୍କୁ ଉଦ୍ଧାର କରିଛି | ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ/ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନୋଟି ଟ୍ରେନର ସମୟ ପ୍ରତ୍ୟକ ତିନୋଟି ଷ୍ଟେସନ ଠାରେ ସମୟରେ ପୁନଃ ନିର୍ଧାରଣ |

ତିନୋଟି ଟ୍ରେନର ସମୟ ପ୍ରତ୍ୟକ ତିନୋଟି ଷ୍ଟେସନ ଠାରେ ସମୟରେ ପୁନଃ ନିର୍ଧାରଣ |

Read More...

ପାରଳାଖେମୁଣ୍ଡି, ଜିଲ୍ଲା ସ୍ବାସ୍ଥ୍ୟ ସମିତି  ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, ଜିଲ୍ଲା ସ୍ବାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: