ଗଜପତି :ମୋହନା ନିର୍ବାଚନ ମଣ୍ଡଳୀରେ ଦଳ ଅପେକ୍ଷା ପାର୍ଥି ଲୋକଙ୍କ ପସନ୍ଦ।

August 14, 2023, ରାଜନୀତି, ଗଜପତି, Rasmi Ranjan Sahu
ଗଜପତି :ମୋହନା ନିର୍ବାଚନ ମଣ୍ଡଳୀରେ ଦଳ ଅପେକ୍ଷା ପାର୍ଥି ଲୋକଙ୍କ ପସନ୍ଦ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 14, 2023

ଗଜପତି ଜିଲ୍ଲା ମୋହନା ନିର୍ବାଚନୀ ମଣ୍ଡଳୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଥିବା ବେଳେ ଏହି ଆସନରୁ ପ୍ରତିନିଧିତ୍ଵ କରି ଆସୁଥିଲେ ବିଜେଡିର ପୁରୁଖା ନେତା ସୂର୍ଯ୍ୟନାରାୟଣ ପାତ୍ର। 2009 ମସିହାରେ ସୀମା ନିର୍ଧାରଣ ପରେ ଗଜପତି ଜିଲ୍ଲା ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ଼ ବ୍ଲକ କୁ ନେଇ ମୋହନା ନିର୍ବାଚନ ମଣ୍ଡଳୀ ଗଠନ ହେଲା। ନିର୍ବାଚନ ମଣ୍ଡଳୀ ଗଠନ ପରଠାରୁ ଏଠାରେ ଦଳ ଅପେକ୍ଷା ଲୋକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ପାର୍ଥି। 2014 ମସିହା ନିର୍ବାଚନରେ କଂଗ୍ରେସ ର ଚକ୍ରଧର ପାଇକ 37697, ବିଜେପିର ଦାଶରଥି ଗମାଙ୍ଗ 36790 ଓ ବିଜେଡିର ଜନ ଦଳବେହେରା 20206 ଖଣ୍ଡ ଭୋଟ ପାଇଥିବା ବେଳେ ରାଜନୀତିରେ ନୂତନ ଭାବେ ପାଦ ରଖିଥିବା ଚକ୍ରଧର ପାଇକ ପୁରୁଖା ନେତାଙ୍କୁ ପଛରେ ପକାଇ ନିର୍ବାଚନୀ ବିଜୟ ଲାଭ କରିଥିଲେ । 2014 ନିର୍ବାଚନରେ ବିଜେଡ଼ିର ବାସନ୍ତୀ ମଲ୍ଲିକ 43006, କଂଗ୍ରେସର ଦାଶରଥି ଗମାଙ୍ଗ 42892 ଓ ବିଜେପିର ଭରତ ପାଇକ 39625 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ହାତରୁ ଏହି ଆସନ ଟି ବିଜେଡି ହାତକୁ ଯାଇଥିଲା ଏବଂ ବିଜେଡିର ବାସନ୍ତୀ ମଲ୍ଲିକ ବିଜୟ ହୋଇଥିଲେ । 2019 ନିର୍ବାଚନୀ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦାଶରଥି ଗମାଙ୍ଗ 53705, ବିଜେଡିର ପୂର୍ଣାବାସି ନାୟକ 51351 ଓ ବିଜେପିର ପ୍ରଶାନ୍ତ ମଲ୍ଲିକ46176 ଖଣ୍ଡ ଭୋଟ ପାଇଥିଲେ । ପୁଣି ଥରେ କଂଗ୍ରେସ ହାତରୁ ଖସି ଥିବା ଏହି ଆସନ ଟି କଂଗ୍ରେସ ଫେରି ପାଇବା ସହ କଂଗ୍ରେସର ଦାଶରଥି ଗମାଙ୍ଗ ବିଜୟ ହୋଇଥିଲେ ।
ଗକୁ 2024 ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ଗଜପତି ଜିଲ୍ଲାର ଏହି ମୋହନା ନିର୍ବାଚନ ମଣ୍ଡଳୀ ଉପରେ ସାରା ଗଜପତି ବାସିଙ୍କ ନଜର ରହିଛି । କଂଗ୍ରେସର ଗଜପତି ଜିଲ୍ଲା ସଭାପତି ତଥା ବର୍ତ୍ତମାନର ମୋହନା ବିଧାୟକ ଦାଶରଥି ଗମାଙ୍ଗ ରହିଥିବା ବେଳେ ଏକଦା ଦାଶରଥି ଙ୍କ ନିକଟତର ରହିଥିବା ଜଗବନ୍ଧୁ ଦାଶ ବର୍ତ୍ତମାନର ବିଜେଡି ଜିଲ୍ଲା ସଭାପତି । ଯଦି ବିଗତ 3ଟି ନିର୍ବାଚନକୁ ଦେଖାଯାଏ ତେବେ 2009 ମସିହା ଠାରୁ 2019 ନିର୍ବାଚନ ପର୍ଯ୍ୟନ୍ତ ମୋହନା ବିଧାନସଭା ଆସନରେ 2 ଥର କଂଗ୍ରେସ ବିଜୟ ଲାଭ କରିଥିବା ବେଳେ 1 ମାତ୍ର ବିଜେଡି ବିଜୟ ଲାଭ କରିଛି। ଆଗାମୀ 2024 ସାଧାରଣ ନିର୍ବାଚନରେ ଲୋକେ କାହା ମୁଣ୍ଡରେ ସୁନା କଳସୀ ଧଳିବେ ତାହା ଉପରେ ବର୍ତ୍ତମାନ ସାରା ଗଜପତିଙ୍କ ନଜର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ତେଜସ୍ କୋଚ୍ ସହିତ ଶୁଭାରମ୍ଭ

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ତେଜସ୍ କୋଚ୍ ସହିତ ଶୁଭାରମ୍ଭ

Read More...

ଦିଗପହଣ୍ଡି ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଦିଗପହଣ୍ଡି ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: