ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ୱର

August 23, 2023, ସ୍ବାସ୍ଥ୍ୟ, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ୱର
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 23, 2023

ପାରଳାଖେମୁଣ୍ଡି - ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ଵର । ସୂଚନା ମୁତାବକ ମଙ୍ଗଳବାର ସୁଦ୍ଧା ଗଜପତି ଜିଲ୍ଲାରେ 42 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗୁମ୍ମା ବ୍ଲକରୁ 3 ଜଣ, ମୋହନା ବ୍ଲକରୁ 5 ଜଣ, କାଶୀନଗର ବ୍ଲକରୁ 32 ଜଣ ଓ ପାରଳାଖେମୁଣ୍ଡି ସହର ମଧ୍ୟରୁ 2 ଜଣ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ଜନିତ ଜ୍ବରର ଚିକିତ୍ସା ପାଇଁ କୌଣସି ସୁବିଧା ନଥିବା ଯୋଗୁ ଜିଲ୍ଲାବାସୀ ପୋଡଶି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ମେଡିକାଲ ଓ ଆନ୍ଧ୍ରପ୍ରଦେଶର କିଛି ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରି ଚିକିତ୍ସା ହେଉଛନ୍ତି। ଯେଉଁ ରୋଗୀ ମାନେ ଆନ୍ଧ୍ରପ୍ରଦେଶର ବେସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଓଡ଼ିଶା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ରହିଛି ସେମାନଙ୍କ ସରଳତାର ସୁଯେଗ ନେଇ ଚିକିତ୍ସା ବାହାନାରେ କିଛି ଅସାଧୁ ବ୍ୟକ୍ତି ଓଡ଼ିଶା ସରକାରଙ୍କ ଅର୍ଥକୁ ବାଟମାରଣା କରି ହରିଲୁଟ କରୁଥିବା ବେଳେ ଯେଉଁ ମାନଙ୍କ ପାଖରେ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାର କାର୍ଡ ନାହିଁ ସେମାନଙ୍କୁ ଚିକିତ୍ସା ନାଁରେ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡିଥିବାର ନଜର ଆସିଛି। ସରକାରଙ୍କ ତରଫରୁ ଗଜପତି ଜିଲ୍ଲାରେ ଲୋକଙ୍କୁ ସେଚେତନ କରାଯାଉଛି । ଯେଉଁ ଅଞ୍ଚଳରେ ଡେଙ୍ଗୁ ରେଗୀ ଚିହ୍ନଟ ହେଉଛନ୍ତି ସେହି ସବୁ ଅଞ୍ଚଳରେ ଦୃଷ୍ଟି ରଖାଯିବା ସହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ଯେମିତି ଏହି ଜ୍ଵର ଅଧିକ ନ ବ୍ୟାପେ ସେଥିପାଇଁ ବିଭିନ୍ନ ପଦକ୍ଷେପ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଉଛି। ଡେଙ୍ଗୁ ଜନିତ ଜ୍ଵର ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରଖି ଚିକିତ୍ସା କରାଯାଉଥିବା ବେଳେ ପ୍ଲେଟଲେଟ ଅଦଳବଦଳ ପାଇଁ ବ୍ରହ୍ମପୁର ଏମ କେ ସି ଜିକୁ ସ୍ଥାନାନ୍ତରିତ କରାଯାଉଥିବା ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମୁବାରକ ଅଲି କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ଲାଷ୍ଟର ଅଫ ପାରିସ୍ ମୂର୍ତ୍ତି ବର୍ଜନ ପାଇଁ ଲୋକଙ୍କୁ ସଚେତନ କଲା ଜିଲ୍ଲାପ୍ରଶାସନ

ପ୍ଲାଷ୍ଟର ଅଫ ପାରିସ୍ ମୂର୍ତ୍ତି ବର୍ଜନ ପାଇଁ ଲୋକଙ୍କୁ ସଚେତନ କଲା ଜିଲ୍ଲାପ୍ରଶାସନ

Read More...

ଗୁମ୍ମା ଓ ରା ଉଦୟଗିରି ଠାରେ ଆମ ବସଷ୍ଟାଣ୍ଡ ଉଦଘାଟିତ,ମୋହନା ପାଇଁ ଶିଳାନ୍ୟାସ।

ଗୁମ୍ମା ଓ ରା ଉଦୟଗିରି ଠାରେ ଆମ ବସଷ୍ଟାଣ୍ଡ ଉଦଘାଟିତ,ମୋହନା ପାଇଁ ଶିଳାନ୍ୟାସ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: