ପାରଳାଖେମୁଣ୍ଡି : ବର୍ଷା ଅଭାବରୁ ଏବେ ଧାନ ଚାଷୀ ଚିନ୍ତାରେ, ପାଣି ନଥିବାରୁ ବିଲ ଫାଟି ଆଁ କଲାଣି ।

August 25, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : ବର୍ଷା ଅଭାବରୁ ଏବେ ଧାନ ଚାଷୀ ଚିନ୍ତାରେ, ପାଣି ନଥିବାରୁ ବିଲ ଫାଟି ଆଁ କଲାଣି ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 25, 2023

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଧାନ ବିଲକୁ ପାଣି ନଯାଇପାରି ଧାନ ବିଲ ଫାଟି ଆଁ କରିବା ସହ ଧାନ ଗଛ ସବୁ ନଷ୍ଟ ହେବାରେ ଲାଗିଲାଣି ।ସୂଚନା ମୁତାବକ ଜିଲରେ ଅଗଷ୍ଟ ମାସରେ 57 ପ୍ରତିଷଦ କମ୍ ବୃଷ୍ଟି ହୋଇଥିବା ବେଳେ ଉକ୍ତ ଅଞ୍ଚଳର ଚାଷୀ ଏବେ ନିକଟରେ ଥିବା ଖିଙ୍ଗା ଗଡା ଉପରେ ନିର୍ଭର ଅଟନ୍ତି । ଚାଷ ଓ ଚାଷୀଙ୍କର ସୁବିଧା ପାଇଁ ସରକାରଙ୍କ ଟଙ୍କା ଖର୍ଚ୍ଚ କରି କ୍ଷୁଦ୍ର ଜଳ ସମ୍ପଦ ବିଭାଗ ଗଜପତି ଖୀଙ୍ଗା ଗଡାରେ ଏକ କ୍ଷୁଦ୍ର ଜଳ ପ୍ରକଳ୍ପ ନିର୍ମାଣ କରିଥିଲା କିନ୍ତୁ ଉପଯୁକ୍ତ ସ୍ଥାନରେ ପ୍ରକଳ୍ପଟି ତିଆରି ନହୋଇଥିବାରୁ ସରକାରଙ୍କ ଟଙ୍କା ପାଣିରେ ପଡିଥିବା ବେଳେ ପାଣି ନ ପାଇଁ ଉକ୍ତ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ଯଦି ଜିଲ୍ଲା ସଦର ମହକୁମାରେ ଥିବା ଚାଷୀଙ୍କ ଏଭଳି ଦୟନୀୟ ଅବସ୍ଥା ତେବେ ଜିଲ୍ଲାର ଅଭ୍ୟନ୍ତର ଅଞ୍ଚଳର ଚାଷୀଙ୍କ ଅବସ୍ଥା କଣ ଥିବ ତାହା ଚିନ୍ତାର ବିଷୟ । ଉକ୍ତ ଅଂଚଳରେ ଚାଷୀ କେବଳ ବର୍ଷରେ ଥରେ ଧାନ ଚାଷ କରି ଜୀବିକା ନିର୍ବାହ କରନ୍ତି । ଚଳିତ ବର୍ଷ ଧାନ ଚାଷ କରିବା ପାଇଁ କେତେକ ଚାଷୀ କିଛି ବ୍ୟାଙ୍କ୍ ରୁ ଋଣ କରିଥିବା ବେଳେ ଅନ୍ୟ କିଛି ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ । ଅଭାବି ବର୍ଷା ଯୋଗୁଁ ଏବେ ମୁଣ୍ଡରେ ହାତ ଦେଇ ବସିବା ସହ କରିଥିବା ଋଣ କିପରି ସୁଝିବେ ସେନେଇ ଏବେ ଚିନ୍ତାରେ। ଯଦି ଧାନ ଫସଲ ଚାଷ ନଷ୍ଟ ହୋଇଯାଏ ତେବେ ଋଣ ଶୁଝି ନପାରି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ତେଣୁ କ୍ଷୁଦ୍ର ଜଳ ସେଚନ ବିଭାଗ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳର ଦାବି କରିଛନ୍ତି । ଯଦି ଯଥା ଶୀଘ୍ର ପାଣି ସମସ୍ୟାର ସମାଧାନ ନକରାଯାଏ ତେବେ ତେବେ ଚାଷୀକୁଳ ଆନ୍ଦେଳନ କରିବେ ବୋଲି ମୁନା ସାହୁ, ଗୋପୀନାଥ ପାତ୍ର, କେ.ସୀତାରାମ, ଶ୍ରିନୁ ସେନାପତି , ମେତିଆ ରାଓ,ପିତାମ୍ବର ବୋଲି ଚେତାବନୀ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : 5ଟି ସଚିବଙ୍କ ଗଜପତି ଗସ୍ତ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା ।

ପାରଳାଖେମୁଣ୍ଡି : 5ଟି ସଚିବଙ୍କ ଗଜପତି ଗସ୍ତ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରିବେ ସମୀକ୍ଷା ।

Read More...

ଚନ୍ଦ୍ରଯାନ -3 ର ସଫଳ ସଫ୍ଟ ଲ୍ୟାଣ୍ଡି ପରେ ଶୁଭେଚ୍ଛା ଜଣାଇଲା ବ୍ରହ୍ମପୁରର ବିଆଇଟିଏ

ଚନ୍ଦ୍ରଯାନ -3 ର ସଫଳ ସଫ୍ଟ ଲ୍ୟାଣ୍ଡି ପରେ ଶୁଭେଚ୍ଛା ଜଣାଇଲା ବ୍ରହ୍ମପୁରର ବିଆଇଟିଏ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: