ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ ସତ୍ୟ ପ୍ରକାଶ ନାୟକ

April 03, 2019, ରାଜନୀତି, , Bhagyaprabha News Bureau
ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ ସତ୍ୟ ପ୍ରକାଶ ନାୟକ
Bhagyaprabha News Bureau
April 03, 2019

ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜୈନତିକ ଦଳ ପାର୍ଥୀ ପତ୍ର ଦାଖଲ କରୁଛନ୍ତି ।ସେହିକ୍ରମରେ ଆଜି ପୁରୀ ଲୋକସଭା ନିର୍ବାଚନୀ କ୍ଷେତ୍ରପାଇଁ ନାମାଙ୍କନ ଭରିବେ ସତ୍ୟପ୍ରକାଶ ନାୟକ । ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହ ବିଶାଳ ରୋଡ ସୋରେ ଆସି ସତ୍ୟପ୍ରକାଶ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ସାମ୍ବାଦିକତାରୁ ରାଜନେତା ବନିଥିବା ସତ୍ୟପ୍ରକାଶ ପୁରୀ ଜଗନ୍ନାଥ ଧାମରୁ ନାମାଙ୍କନ ଦାଖଲ ସହ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି I ପୁରୀ ଲୋକସଭା ଆସନରେ ପ୍ରତିଦ୍ୱନ୍ଦୀ ହେଉଛନ୍ତି , ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଜେଡିର ପ୍ରାଥୀ ହେଉଛନ୍ତି ପିନାକୀ ମିଶ୍ର I ୨୦୧୯ରେ ପୁରୀରେ ବିଗଫାଇଟ ହେବ ବୋଲି ଚର୍ଚା ହେଉଛି I ସାମ୍ବାଦିକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ସତ୍ୟପ୍ରକାଶ ୨୦୧୯ରେ କିଭଳି ଭାବରେ ରାଜନୀତିରେ ନିଜର ଦକ୍ଷତା ଦେଖାଉଛନ୍ତି ତାହା ଦେଖିବାର କଥା I ଏହାସହ ପିନାକୀ ମିଶ୍ର ଓ ସମ୍ବିତ ପାତ୍ରଙ୍କୁ ସତ୍ୟପ୍ରକାଶ କିଭଳି ଟକ୍କର ଦେବେ ତାହା ଆଗାମୀ ଦିନ କହିବ I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାର୍ଥୀ ପତ୍ର ଦାଖଲ କଲେ ଭର୍ତ୍ତୁହରି ମହତାବ

ପାର୍ଥୀ ପତ୍ର ଦାଖଲ କଲେ ଭର୍ତ୍ତୁହରି ମହତାବ

Read More...

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଲା ଭାରତ

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଦୁଇ ପାଦେ ଆଗେଇଲା ଭାରତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: