ବନ ବିଭାଗ ଦ୍ୱାରା ଫୁଲଟା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର

August 26, 2023, ବିଶେଷ, ଗଞ୍ଜାମ, Gouri Shankar Mishra
ବନ ବିଭାଗ ଦ୍ୱାରା ଫୁଲଟା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର
Gouri Shankar Mishra
[ Video Journalist ]
Bhagyaprabha News Bureau
August 26, 2023

ସହର ଉପକଣ୍ଠ ଫୁଲଟା ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବ୍ରହ୍ମପୁର ବନ ବିଭାଗ। ସୂଚନା ମୁତାବକ ଫୁଲଟା ଗ୍ରାମର ଉମାକାନ୍ତ ସାସମଲଙ୍କ ଘର ବାରିରେ ଏହି ବିଳୁପ୍ତ ପ୍ରାୟ ପ୍ରାଣୀଙ୍କୁ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ଉକ୍ତ ଜୀବଟିକୁ ଉଦ୍ଧାର କରି ରଖିବା ସହିତ ସେହି ଗ୍ରାମର ବିନାୟକ ହୋତାଙ୍କ ଜରିଆରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇବାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ହାଂସଦାଙ୍କ ନେତୃତ୍ୱରେ ଏକ ଟିମ ଯାଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାରକରି ଆଣିଛନ୍ତି। ବଜ୍ରକାପ୍ତାଟିର ଲମ୍ଭ ୩ ଫୁଟ ରହିଥିବା ବେଳେ ଏହାର ବୟଷ ୮ ବର୍ଷରୁ ଉର୍ଦ୍ଧ ହେବ। ସେହିପରି ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରିକ୍ଷାପରେ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯାଇଥିବା ବ୍ରହ୍ନପୁର ବନାଞ୍ଚଳ ଅଧିକାରୀଣି ମାଣିକେଶ୍ୱରୀ ହାଂସଦା ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ପ୍ରଥମ ଗଜପତି ଗସ୍ତ ସମୟର ହୋଇଥିବା ଅଭିଯୋଗ ସହ ମଞ୍ଜୁର ହୋଇଥିବା ପ୍ରକଳ୍ପ ଉପରେ ସମୀକ୍ଷା ।

ପାରଳାଖେମୁଣ୍ଡି : ପ୍ରଥମ ଗଜପତି ଗସ୍ତ ସମୟର ହୋଇଥିବା ଅଭିଯୋଗ ସହ ମଞ୍ଜୁର ହୋଇଥିବା ପ୍ରକଳ୍ପ ଉପରେ ସମୀକ୍ଷା ।

Read More...

ଅଙ୍କୁଶପୁର ଆୟୁର୍ବେଦ କଲେଜ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ କଳାବେଜ୍ ପରିଧାନ କରି  ପ୍ରତିବାଦ

ଅଙ୍କୁଶପୁର ଆୟୁର୍ବେଦ କଲେଜ ପରିସରରେ ଶାନ୍ତିପୂର୍ଣ୍ଣ ଭାବେ କଳାବେଜ୍ ପରିଧାନ କରି ପ୍ରତିବାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: