ବ୍ରହ୍ମପୁର :ଏରୋବିକ୍ସ କେନ୍ଦ୍ରରେ ଚକ୍ଷୁଦାନ ପକ୍ଷ ସଚେତନତା

August 27, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର :ଏରୋବିକ୍ସ କେନ୍ଦ୍ରରେ ଚକ୍ଷୁଦାନ ପକ୍ଷ ସଚେତନତା
Gouri Shankar Mishra
[ Video Journalist ]
Bhagyaprabha News Bureau
August 27, 2023

ଫ୍ରେଣ୍ଡଷ୍ ହେଲପିଙ୍ଗ କ୍ଲବ ଆନୁକୂଲ୍ୟରେ ଚକ୍ଷୁଦାନ ପକ୍ଷ ପାଳନର ତୃତୀୟ ଦିବସରେ ବ୍ରହ୍ମପୁରର ଟାଉନ ହଲ ପରିସରରେରବଟିକ୍ସ କେନ୍ଦ୍ରରେ ଏକ ସଚେତନତା ସଭା ହୋଇଯାଇଛି।ଏଥିରେ ୫୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ଥିଲେ। କ୍ଲବର ସଭାପତି ଇ. ପ୍ରଶାନ୍ତ କୁମାର ପାତ୍ର ଆଲୋଚନା କରି ଆମ ଜିଲ୍ଲା, ରାକ୍ୟାରୁ ଅନ୍ଧତ୍ୱ ଦୂର କରିବାକୁ ହେଲେ ପ୍ରତ୍ୟେକ ନାଗରିକ ମୃତ୍ୟୁପରେ ଚକ୍ଷୁଦାନ କରିବା ନିହାତି ଆବଶ୍ୟକ। ଜଣେ ଦାତାଙ୍କର ଚକ୍ଷୁ ବା କର୍ଣ୍ଣିଆ ଦ୍ୱାରସ ଦୁଇଜଣ ଦୃଷ୍ଟିଶକ୍ତି ଫେରି ପାଇପାରିବେ। ଇଛୁକ ଚକ୍ଷୁଦାତାଙ୍କ ମୃତ୍ୟୁପରେ କେତେକ ସାବଧାନତା ଅର୍ଥାତ ଆଖି ଦୁଇଟିକୁ ଓଦାତୁଲା ଦ୍ୱାରା ଘୋଡାଇ ରଖିବାକୁ ପଡିବ ଓମୁଣ୍ଡତଳେ ତକିଆ ଦେଇ ରଖିବେ।ପଙ୍ଖା ବନ୍ଦରଖିବେ । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ତାଲିମପ୍ରାପ୍ତ ଡାକ୍ତର ଆସି କେବଳ ପନ୍ଦର ମିନିଟରେ ଚକ୍ଷୁସଂଗ୍ରହ କରିଥାନ୍ତି ଓ ଚକ୍ଷୁ ରୋପଣ ପାଇଁ ଅପେକ୍ଷାରତ ଦୃଷ୍ଟିଶକ୍ତିବାଧିତ ଲୋକଙ୍କଠାରେ ପ୍ରତିରୋପଣ କରିଥାନ୍ତି।କ୍ଲବର ସମ୍ପାଦକ ଏମ.ବିଦ୍ୟସାଗର ଇଛୁକ ବ୍ୟକ୍ତି ଆଗରୁ ସ୍ୱୀକୃତି ଦେବାସହ ନିଜପରିବାରର ସମସ୍ତଙ୍କୁ ସଚେତନ କରାଇବାପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ।ଏହିପ୍ରକାରେ ପକ୍ଷ ପାଳନର ଅବଶିଷ୍ଟ ଦିନ ବିଭିନ୍ନ ବିଦ୍ୟାଳୟ , ସଂଘ, କ୍ଲବରେ ସଚେତନ କରିବା ପାଇଁ ଯୋଜନା ହୋଇଛି ବୋଲି ଏହି ପ୍ରୋଜେକ୍ଟର ଚେଇରମେନ ବି. ଲଷ୍ମୀନାରାୟଣ ସୁବୁଦ୍ଧି ଜଣାଇଥିଲେ। କ୍ଲବର ସଭ୍ୟ ଜମ୍ମୁଲ ସୁରେଶ,ପ୍ରଣତି ପାଢ଼ୀ, ଭି. ସତ୍ୟନାରାୟଣ, ଲଷ୍ମୀନାରାୟଣ,ପି. ଶ୍ରୀକାନ୍ତ, ପି.କିରଣ କୁମାର, ସି. ଶିବପ୍ରସଦ ରାଓ, ଏନ.ଅନୀଲ କୁମାର ଚୌଧୁରୀ, ଏସ. ଆପ୍ପା ରାଓ,ଇ.ଡି. ପାତ୍ର ଓ ଡି. ବି. ରାଓ ସହଯୋଗ କରିଥିଲେ।👇




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର : ଆଦର୍ଶବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

ବ୍ରହ୍ମପୁର : ଆଦର୍ଶବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

Read More...

ବ୍ରହ୍ମପୁର :ଉପକଣ୍ଠ ଚଣ୍ଡିପଦରସ୍ଥିତ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ରେକିଙ୍ଗ୍ ରୋଲର ସ୍କେଟିଂ ରେସିଂ ଚମ୍ପିଆନସିପ୍ ଅନୁଷ୍ଠିତ

ବ୍ରହ୍ମପୁର :ଉପକଣ୍ଠ ଚଣ୍ଡିପଦରସ୍ଥିତ କ୍ଲୋରୋଫିଲ୍ ସ୍କୁଲ ପରିସରରେ ଦ୍ୱିତୀୟ ଓଡ଼ିଶା ରାଜ୍ୟ ରେକିଙ୍ଗ୍ ରୋଲର ସ୍କେଟିଂ ରେସିଂ ଚମ୍ପିଆନସିପ୍ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: