ବିଜେପି ନେତାଙ୍କୁ ବିଜେଡ଼ିର ଆକ୍ରମଣ,ଏସପିଙ୍କୁ ଅଭିଯୋଗ କଲେ ଭାଜପା ପ୍ରତିନିଧି ଦଳ

August 27, 2023, ରାଜନୀତି, ଗଞ୍ଜାମ, BHAGYAPRABHA NEWS
ବିଜେପି ନେତାଙ୍କୁ ବିଜେଡ଼ିର ଆକ୍ରମଣ,ଏସପିଙ୍କୁ ଅଭିଯୋଗ କଲେ ଭାଜପା ପ୍ରତିନିଧି ଦଳ
BHAGYAPRABHA NEWS
[ INPUT ]
Bhagyaprabha News Bureau
August 27, 2023

ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଠାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମହନ୍ତ ଚିନ୍ମୟଦାସ ମହାରାଜଙ୍କ ସମେତ ଅନ୍ଯ କର୍ମୀଙ୍କୁ ବିଜେଡ଼ିର କେତେକ ନେତୃବୃନ୍ଦ ଆକ୍ରମଣ କରିବା ପ୍ରତିବାଦରେ ବ୍ରହ୍ମପୁର ଏସ୍. ପି ଙ୍କୁ ଅଭିଯୋଗ କଲେ ଭାଜପା ପ୍ରତିନିଧି ଦଳ । ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର ପୂର୍ବାହ୍ନରେ ଦିଗପହଣ୍ଡି ଠାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ବିଜେଡ଼ି ଦଳର କିଛି ବ୍ୟକ୍ତିବିଶେଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହାକି ବରିଷ୍ଠ ନେତା ମହନ୍ତ ଚିନ୍ମୟଦାସ ମହାରାଜଙ୍କ ସମେତ ମିଟୁ ଦୋରା,ଶଙ୍କର ପ୍ରଧାନ ଏବଂ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତ୍ତା ଙ୍କୁ ବିଜେଡ଼ି ଗୁଣ୍ଡା ମାନଙ୍କ ଆକ୍ରମଣ ପ୍ରତିବାଦରେ ଆଜି ଅପରାହ୍ନ ସମୟରେ ବ୍ରହ୍ମପୁର ଏସ.ପି ଙ୍କୁ ବିଜେପି ପକ୍ଷରୁ ଏକ ଅଭିଯୋଗ ପତ୍ର ଦିଆଯାଇଛି I ଏପରିକି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଡ଼ାକବାଜି ଯନ୍ତ୍ର ରିକ୍ସାକୁ ଠେଲି ଓଲଟାଇ ଦେଇଥିଲେ । ପରେ ତିନି ବିଜେପି କାର୍ଯ୍ୟକର୍ତ୍ତା ଅଧିକ ଗୁରୁତ୍ତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଜେଡ଼ିର ନେତୃବୃନ୍ଦଙ୍କ ବିରୁଦ୍ଧରେ ବ୍ରହ୍ମପୁର ଏସ.ପିଙ୍କ ଠାରେ ଅଭିଯୋଗ କରାଯାଇଛି । ଏ ନେଇ ତୁରନ୍ତ ଗିରଫ ନକରାଗଲେ ଏମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ନଚେତ୍ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ମାଡ଼ ହୋଇଥିବା ବିଜେପିର ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ, ଶଙ୍କର ପ୍ରଧାନ ,ମିଟୁ ଦୋରାଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ଏଲ୍.ମୋହନ ଦାସ ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ବାପି ପ୍ରଧାନ,ସୋମନାଥ ପାତ୍ର,ତୁତୁନ୍ ପାତ୍ର,ଏ.ବାବୁଲା ପାତ୍ର, ଆକାଶ ଗୌଡ଼,ସରୋଜ ଦାସ,କିଶୋର ସାହୁ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ମାତା ପ୍ରସାଦ ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ ପ୍ରମୁଖ ଉପସ୍ଥିତ ରହି ବ୍ରହ୍ମପୁର ଏସପିଙ୍କ ଅନୁପସ୍ଥିତିରେ ଡ଼ିଏସପି ଭାଲେଣ୍ଟିନା ରାୟ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରୁଣ୍ଡିମହୁଲ ଖେଳ ପଡିଆ ରୁ ୧୧୬ କେଜି ଗଞ୍ଜେଇ ଜବତ

ରୁଣ୍ଡିମହୁଲ ଖେଳ ପଡିଆ ରୁ ୧୧୬ କେଜି ଗଞ୍ଜେଇ ଜବତ

Read More...

ପାରଳାଖେମୁଣ୍ଡି : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ।

ପାରଳାଖେମୁଣ୍ଡି : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: