ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଗଜପତି ଜିଲ୍ଲାରେ ଶୋଭାଯାତ୍ରା

August 29, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଗଜପତି ଜିଲ୍ଲାରେ ଶୋଭାଯାତ୍ରା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 29, 2023

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜି ମଣିପୁରରେ ଲାଗିରହିଥିବା ଅଶାନ୍ତ ପରିସ୍ଥିତିର ସୁଧାର ଆଣି ଶାନ୍ତି ଫେରାଇ ଆଣିବା ଦାବିରେ ଗଜପତି ୟୁନାଇଟେଡ଼ ଖ୍ରୀଷ୍ଟିୟାନ ଫୋରମ ଓ ମୁସଲିମ ସମ୍ପ୍ରଦାୟର ଶହଶହ ଲୋକ ଏକ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରିଛନ୍ତି । ଏହି ଶୋଭାଯାତ୍ରା ସୋମବାର ସକାଳେ ସ୍ଥାନୀୟ କୋର୍ଟ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପର୍ଯ୍ୟନ୍ତ 5 ଦଫା ସମ୍ବଳିତ ଏକ ସ୍ମାରକୀ ପତ୍ର ଗଜପତି ଙ୍କୁ ପ୍ରଦାନ କରିଥିଲେ । ଦୀର୍ଘ ଦିନ ହେଲା ମଣିପୁରରେ ହିଂସା ଥମିବାର ନାଁ ନେଉନି । ସେଠାରେ ଥିବା ଅନେକ ଚର୍ଚ୍ଚଘର, ଅନେକ ମସଜିଦ ଓ ନିରୀହ ଆଦିବାସୀ ବେଘର ହେବା ସହ ସାମ୍ପ୍ରଦାୟିକ ହିଂସାର ଶିକାର ହେଉଛନ୍ତି । ସେଠାରେ ରାଜ୍ୟ ସରକାର ଓ କେନ୍ଦ୍ରସରକାର ଶାନ୍ତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହା ଫଳରେ ଲୋକଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ ହେବା ସହ ନୀରିହ ଲୋକେ ଧନଜୀବନ ନଷ୍ଟ ହୋଉଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ କିଭଳି ମଣିପୁରରେ କିପରି ଶାନ୍ତି ଫେରିଆସିବ ସେ ନେଇ ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମୋହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ବର୍ତ୍ତମାନ ସୁଦ୍ଧା ମଣିପୁରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶାନ୍ତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ସେଠାରେ ରାଷ୍ଟ୍ରପତି ଶାସନ ଲାଗୁକରିବା ପାଇଁ ଦାବି କରିଛନ୍ତି ଗଜପତି ଜିଲ୍ଲାର ଉଭୟ ମୁସଲିମ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ନେତାମାନେ । ଏହି ଶୋଭାଯାତ୍ରାରେ ୟୁନାଇଟେଡ ଖ୍ରିଷ୍ଠୀଆନ ଫେରମ ଆବାହକ ପଲ୍ଲଭ ଲିମା, ଜେମସ ରାଇକ, ବାଣୀ ପ୍ରସାଦ ମାଳି, ଦକ୍ଷିଣ ଓଡ଼ିଶା ସନ୍ନିି ଓ ଜାମା ମସଜିଦ ସଭାପତି ମହମ୍ମଦ ଫେଜଉଲ୍ଲା ଖାନ ଏବଂ ଗଜପତି ଜିଲ୍ଲାର ବହୁ ସଂଖ୍ୟାରେ ମୁସଲିମ ଓ ଖ୍ରୀଷ୍ଠୀୟାନ ସମ୍ପ୍ରଦାୟର ଲୋକ ମାନେ ଯୋଗଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସ୍କୃତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସଂସ୍କୃତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଗୋପାଳପୁର ପି.ଏମ୍ ହାଇସ୍କୁଲ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

ଗୋପାଳପୁର ପି.ଏମ୍ ହାଇସ୍କୁଲ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: