ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହେଲା ରକ୍ଷାବନ୍ଧନ କାର୍ଯ୍ୟକ୍ରମ

August 30, 2023, ଶିକ୍ଷା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ହେଲା ରକ୍ଷାବନ୍ଧନ କାର୍ଯ୍ୟକ୍ରମ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
August 30, 2023

ପାରଳାଖେମୁଣ୍ଡି-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମଟି ବହୁ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ସମସ୍ତଙ୍କର ଶୁଭ କାମନା କରିଥିଲେ । କାର୍ଯ୍ୟ କ୍ରମର ଶେଷରେ ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟ, ବିଶିଷ୍ଟ ବ୍ୟକ୍ତି ,ଶୁଭେତ୍ସୁ,ବିଭିନ୍ନ ବସ୍ତି ଯଥା ସୁବାସ ନଗର, ମେଦିରି ସାହି, କଣ୍ଡରା ସାହି, ଶ୍ରୀ ଜଗନ୍ନାଥ ନିକେତନ,ନବଜୀବନ ଅନାଥ ଆଶ୍ରମ ପ୍ରଭୃତି ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ।ବିଦ୍ୟାଳୟର ନବଗଠିତ ମାତୃଭାରତୀର ମହିଳା ସଦସ୍ୟା ମାନେ ଉପକାରାଗାରର ସମସ୍ତ ଅନ୍ତେବାସୀ ମାନଙ୍କୁ, ଆଦର୍ଶ ଥାନା ର କର୍ମଚାରୀ ମାନଙ୍କୁ ଏବଂ ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କୁ ରାକ୍ଷୀ ବାନ୍ଧି ଥିଲେ।ଏଇ କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା, ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଓ ସମସ୍ତ ଗୁରୁଜୀ ଗୁରୁମା ତଥା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପରିଚାଳିତ ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୃଷକ ମାନଙ୍କୁ ମହିଳା ସଂଙ୍ଗଠନ ତରଫରୁ  ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ

କୃଷକ ମାନଙ୍କୁ ମହିଳା ସଂଙ୍ଗଠନ ତରଫରୁ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ

Read More...

ଜାତୀୟ ଶିକ୍ଷାନୀତି ଯୋଜନା-2020 ଉପରେ ଆଲୋଚନା।

ଜାତୀୟ ଶିକ୍ଷାନୀତି ଯୋଜନା-2020 ଉପରେ ଆଲୋଚନା।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: