ରଙ୍ଗ ଦେ ବସନ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା

September 04, 2023, ମନୋରଞ୍ଜନ, ଗଞ୍ଜାମ, Gouri Shankar Mishra
ରଙ୍ଗ ଦେ ବସନ୍ତୀ ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା
Gouri Shankar Mishra
[ Video Journalist ]
Bhagyaprabha News Bureau
September 04, 2023

ବ୍ରହ୍ମପୁର - ବ୍ରହ୍ମପୁର ସହରର ଅଗ୍ରଣୀ କଳା ଓ ସାସ୍କୃତିକ କେନ୍ଦ୍ର ଦେବଦାସୀ କଳାକେନ୍ଦ୍ର ପକ୍ଷରୁ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା।୭୭ତମ ସ୍ୱାଧିନତା ଦିବସ ଅବସରରେ କେନ୍ଦ୍ର ତରଫରୁ ରଙ୍ଗ ଦେ ବସନ୍ତୀ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି । ଗତ ମାସ ,୨୦ ତାରିଖ ଦିନ ଗଞ୍ଜାମ କଳା ପରିଷଦ ଠାରେ ଆୟୋଜିତ କରାଯାଇଥିଲା।ଏଥିରେ ବ୍ରହ୍ମପୁର ସହରର ବହୁ ଛୋଟ ଛୋଟ ପିଲା ମାନଙ୍କୁ ନେଇ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଆଗକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଏଥିରେ ନାଚ,ଗୀତ ଓ ଫ୍ୟାସନ ସୋ ଏବଂ କୌତୁକ ପୋଷାକ ପ୍ରତିଯୋଗିତାରେ ରେ ପିଲାମାନେ ଅଂଶ ଗ୍ରହଣ କରି ନିଜ ନିଜର ପ୍ରତିଭା କୌଶଳ ପ୍ରଦର୍ଶନ କରି ଥିଲେ।ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ପିଲା ମାନଙ୍କୁ ସଂସ୍କୃତି ଭବନ ଠାରେ ମାନ ପତ୍ର,ଫଳକ ଓ ପୁରସ୍କାର ରେ ଅର୍ଥରାଶି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସହରର କାହ୍ନା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଏବଂ ଇନର୍ ହ୍ୱିଲ କ୍ଳବ୍ ର ସଭାନେତ୍ରୀ ରଞ୍ଜନା ମିଶ୍ର, ବୃକ୍ଷ ପ୍ରେମୀ ତଥା କଳାକାର ସୁବାସ ଚନ୍ଦ୍ର ମହାରଣା, ମୁରଲୀ ମୋହନ ଆଚାର୍ଯ୍ୟ,ସୁଇଟି ସାହୁ,ଦିପା ସାହୁ ସନ୍ତୋଷ କୁମାର ହୋତା ନାଟ୍ୟଶ୍ରୀ ମଦନ ମିଶ୍ର , ଅନିଲ ପାତ୍ର ,ମହେଶ୍ୱତା ପାଢ଼ୀ , ପ୍ରେସ କ୍ଲବ ର କାଯ୍ୟକାରି ସଭାପତି ବରିଷ୍ଠ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ଉତ୍କଳ ଟିଭି ର ପରିଚାଳନା ନିର୍ଦ୍ଦେଶକ ଆତ୍ମାରାମ ସାହୁ , ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ ସାହୁ ,ପ୍ରମୁଖ ଅତିଥି ରୂପେ ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରି ସେମାନଙ୍କ ଭବିଷ୍ୟ ଉଜ୍ବଳ କାମନା କରିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ପରିଚାଳିକା ଶୁଭଶ୍ରୀ ପଣ୍ଡା , ପ୍ରଦୀପ ପଣ୍ଡା , ନିର୍ଦ୍ଧେଶକ ସନ୍ତୋଷ ପଣ୍ଡା ଏବଂ ମାର୍ଗଦର୍ଶକ ତଥା ବରିଷ୍ଠ ଉଦଘୋଷକ କାର୍ତ୍ତିକ ପାଣିଗ୍ରାହୀ ଅନୁଷ୍ଠାନର ଆଭିମୁଖ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉଦ ଘୋଷକ କାହ୍ନୁ ରାଉତ ଓ ମଧୁସ୍ମିତା ଦାସ ସଂଚାଳନ କରିଥିବା ବେଳେ କାହ୍ନା ଚେରିଟେବୁଲ ଟ୍ରଷ୍ଟ ର ବିଶ୍ୱଜିତ , ସୋନମ , ପ୍ରୀତମ ଓ ସମସ୍ତ ସଭ୍ୟ ସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୧୧ ତମ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ୧୧ ତମ ଦିବସରେ ସଚେତନତା କାର୍ଯ୍ୟକ୍ରମ

Read More...

ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ଦିବସୀୟ ତାଲିମ୍ ଶିବିର ଉଦଯାପିତ

ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ତଥା କଳାକାରଙ୍କ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ଦିବସୀୟ ତାଲିମ୍ ଶିବିର ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: