ବ୍ରହ୍ମପୁର -ୱାର୍ଡବାସୀଙ୍କ ପାଖରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣୁଛି ମହାନଗର ନିଗମ

September 05, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର -ୱାର୍ଡବାସୀଙ୍କ ପାଖରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣୁଛି ମହାନଗର ନିଗମ
Gouri Shankar Mishra
[ Video Journalist ]
Bhagyaprabha News Bureau
September 05, 2023

ସହରର ପ୍ରତିଟି ୱାର୍ଡକୁ ଯାଇ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର କିପରି ତୁରନ୍ତ ସମାଧାନ ହୋଇ ପାରିବ ସେ ଦିଗରେ କାମ କରୁଛି ବ୍ରହ୍ମପୁର ମହାନଗର ନିଗମ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ସୋମବାର ଦିନ ଠାରୁ ପ୍ରତିଦିନ ଦୁଇଟି ଲେଖାଏଁ ୱାର୍ଡକୁ ନିଗମ ମେୟର ସଂଘମିତ୍ରା ଦଲେଇଙ୍କ ଠାରୁ ଆରମ୍ଭ କରି କମିଶନର ଜେ ସୋନାଲ ଙ୍କ ସମେତ ସମସ୍ତ ଡେପୁଟି କମିଶନର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝୁଛନ୍ତି। ଏହା ସହିତ ସମସ୍ୟା ଗୁଡିକର କିପରି ସମାଧାନ ଖୁବଶୀଘ୍ର ହେବ ସେଥିପାଇଁ ସେହି ବିଭାଗର ଅଧିକାରୀଙଅକୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ଆଜି ସେହିପରି ନିଗମ ପକ୍ଷରୁ ବ୍ରହ୍ମପୁର ସହରର ୩ ନମ୍ବର ଏବଂ ୪ ନମ୍ବର ୱାର୍ଡରେ ୱାର୍ଡ ସଭା ତଥା ଜନ ଅଭିଯୋଗ ଶୁଣାଣି ରହିଥିବା ବେଳେ ସାମାଜିକ ସୁରକ୍ଷା ଭର୍ତ୍ତାକୁ ନେଇ ସର୍ବାଧିକ ଅଭିଯୋଗ ଉଭୟ ୱାର୍ଡ ରହିଥିବା ଦେଖିବାକୁ ମିଳିଛି। ବହୁ ହିତାଧିକାରୀଙ୍କୁ ଦୀର୍ଘଦିନ ହେବ ନିୟମିତ ଭାବେ ଭର୍ତ୍ତା ଟଙ୍କା ମିଳୁ ନଥିବା ସେମାନେ ଅଭିଯୋଗ କରିଥିଲେ। ସେହିପରି ପାନୀୟ ଜଳର ସମସ୍ୟାକୁ ନେଇ ମଧ୍ୟ କିଛି ସ୍ଥାନରେ ଅଭିଯୋଗ ମିଳିଛି। ତେବେ ସମସ୍ତ ଅଭିଯୋଗକୁ ଗ୍ରହଣ କରିବା ସହ ତୁରନ୍ତ ସମାଧାନ ଦିଗରେ ବିଏମସି କାର୍ଯ୍ୟ କରିବ ବୋଲି ମହାନଗର ନିଗମ ଆୟୁକ୍ତ ଜେ ସୋନଲ କହିଥିଲେ। ସେହିପରି ଆଜିର ଏହି ଅଭିଯୋଗ ଶୁଣାଣିରେ ନିଗମ ମେୟର ସଂଘମିତ୍ରା ଦଲେଇ, କମିଶନର ଜେ ସୋନାଲ ଙ୍କ ସମେତ ଡେପୁଟି କମିଶନର ବିନୋଦ ବେହେରା, କର୍ପୋରେଟର ସବିତା ସାହୁ, ସନ୍ଧ୍ୟାରାଣୀ ଶୁକ୍ଲା, ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଲା, ଗୋଷ୍ଟୀ ସଂଯୋଜିକା ଗିତାଞ୍ଜଳୀ ସାମନ୍ତରାୟ, ଜୟଶ୍ରୀ ପାଣିଗ୍ରାହୀ, ଯନ୍ତ୍ରୀ ଶୁଭସ୍ମିତା ପୃଷ୍ଟିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ୪ ନମ୍ବର ୱାର୍ଡରେ ଅତିଥିଙ୍କ ଉପସ୍ଥିତିରେ ଅଙ୍ଗନବାଡୀ ପିଲାଙ୍କୁ ପୋଷାକ ବିତରଣ କରାଯାଇଥିଲା ଏବଂ ପ୍ରତି ୱାର୍ଡରୁ ବହୁ ସଂଖ୍ୟକ ଜନସାଧାରଣ ଆସି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚବିଦ୍ୟାଳୟରେ ଗୁରୁଦିବସ ତଥା ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚବିଦ୍ୟାଳୟରେ ଗୁରୁଦିବସ ତଥା ବିଦାୟ ସମ୍ବର୍ଦ୍ଧନା ଉତ୍ସବ

Read More...

ଗଞ୍ଜାମ ସହର ସ୍ଥିତ ହୁମ୍ମା ଠାରେ ବିଜେପିର ପ୍ରସ୍ତୁତି ବୈଠକ

ଗଞ୍ଜାମ ସହର ସ୍ଥିତ ହୁମ୍ମା ଠାରେ ବିଜେପିର ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: