ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିକୁ ରୋକ ଲାଗିବା ପରେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

September 09, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିକୁ ରୋକ ଲାଗିବା ପରେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 09, 2023

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ ରେକ ଲଗାଇଛି । ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଥିବା ଗଣେଶ ପୂଜା । ପାରଳାଖେମୁଣ୍ଡି ସହର ସହ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟର ପ୍ୟାରିସରେ ତିଆରି ଗଣେଶ ମୂର୍ତ୍ତି ଦେଖିବାକୁ ସୁନ୍ଦର ଲାଗୁଥିବା ବେଳେ ମାଟି ମୂର୍ତ୍ତି ଅପେକ୍ଷା କମ ଦାମରେ ବଜାରରେ ମିଳୁଥିବା ଯୋଗୁଁ ଲୋକେ ଏହି ମୂର୍ତ୍ତି କିଣିବା ପାଇଁ ଆଗ୍ରହ ହେଉଥିଲେ । ପ୍ଲାଷ୍ଟର ଅଫ ପ୍ୟାରିସ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହୃତ ହେଉଥିବା ଯୋଗୁଁ ଏହା ପରିବେଶ ପାଇଁ କ୍ଷତିକାରକ ଅଟେ । ଚଳିତ ବର୍ଷ ପ୍ରଶାସନ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲଗାଇଛି । ଯାହା ଫଳରେ ଚଳିତ ବର୍ଷ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ଭଲ ବ୍ୟବସାୟ ହେବା ନେଇ ଆଶା କରି ବିଭିନ୍ନ ପ୍ରକାରର ମାଟିର ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି। ମାଟିରେ ତିଆରି ମୂର୍ତ୍ତି ପରିବେଶ ପାଇଁ ସହାୟକ ହୋଇଥିବା ବେଳେ ଏଥିରେ ବ୍ୟବହୃତ ରଙ୍ଗ କୌଣସି ହାନିକାରକ ହୋଇଥାଏ । ପ୍ଲାଷ୍ଟର ଆଫ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲାଗିବ ପରେ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ନିଜ ନିଜ କୌଳିକ ବୃତ୍ତି ଫେରି ପାଇଥିବା ବେଳେ ଯଦି ଆଗରୁ ଏହି ପଦକ୍ଷେପ ନିଆଯାଇ ମୂର୍ତ୍ତି କାରିଗର ମାନଙ୍କୁ ଅବଗତ କରାଯାଇଥାନ୍ତା ତେବେ ଅଧିକ ମୂର୍ତ୍ତି ତିଆରି କରିପାରିଥାନ୍ତେ ବୋଲି କହିଛନ୍ତି ମୂର୍ତ୍ତି କାରିଗର ସୁଜିତ୍ ମହାରଣା, ରଞ୍ଜିତ ମହାରଣା , ବାବୁଲା, ବାବୁଲି ମହାରଣା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପୁନିତ ସାଗର ଅଭିଯାନ

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପୁନିତ ସାଗର ଅଭିଯାନ

Read More...

ଗଜପତି ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ଅନୁଷ୍ଠିତ

ଗଜପତି ଜିଲ୍ଲା ସ୍ତରୀୟ ଭଲିବଲ୍ ଚାମ୍ପିୟନସ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: