ବନାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚାରା ଉତ୍ପାଦନ ପାଇଁ ନର୍ସରୀ ପ୍ରସ୍ତୁତ ପ୍ରଶିକ୍ଷଣ ଶିବିର

September 09, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ବନାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଚାରା ଉତ୍ପାଦନ ପାଇଁ ନର୍ସରୀ ପ୍ରସ୍ତୁତ ପ୍ରଶିକ୍ଷଣ ଶିବିର
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 09, 2023

ପାରଳାଖେମୁଣ୍ଡି ବନ ବିଭାଗ ତରଫରୁ ବିଭିନ୍ନ ବନାଞ୍ଚଳରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ S.ଆନନ୍ଦ ଙ୍କ ନିର୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା, ଚନ୍ଦ୍ରଗିରି, ରାମଗିରି, ରା. ଉଦୟଗିରି ମହେନ୍ଦ୍ର, ଦେବଗିରି, ତଥା କାଶୀନଗର ବନାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(SHG) ମାଆ ମାନଙ୍କୁ ଛଅ ମାସିଆ ଚାରା ଉତ୍ପାଦନ କରିବା ସହିତ Vermi Compost କିପରି ପ୍ରସ୍ତୁତ କରାଯିବ ତାହା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ୟଶ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ(SHG) ମାଆ ମାନଙ୍କୁ କିପରି ଅଧିକ ରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ଏବଂ ଅଧିକ କାର୍ଯ୍ୟକ୍ଷମ ଓ କ୍ରିୟାଶୀଳ ହୋଇପାରିବେ ତାହା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି ।ଉକ୍ତ ପ୍ରଶିକ୍ଷଣ ଶିବିର ଗୁଡିକ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ସାହୁ ସମ୍ପୂର୍ଣ ଭାବେ ରେଞ୍ଜ ଅଧିକାରୀ ମାନଙ୍କୁ ସହଯୋଗ କରି ମାର୍ଗ ଦର୍ଶନ କରିଥିଲେ ଏବଂ ପରାମର୍ଶ ପ୍ରଦାନ କରିଥିଲେ । ଏପରିକି ପ୍ରତେକ ରେଞ୍ଜ ର ରେଞ୍ଜ ଅଧିକାରୀ, ଫରେଷ୍ଟର, ଓ ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ରହି ନିଷ୍ଠାର ସହିତ କର୍ମ କ୍ଷେତ୍ରରେ ଅଧ‌ିକ ସହଯୋଗ କରିବା ପାଇଁ ମତ ଦେଇଥ‌ିଲେ । ଚଳିତ ବର୍ଷ 4,44,000( ଚାରି ଲକ୍ଷ ଚଉରାଳସି ହଜାର) ଚାରା ଉତ୍ପାଦନ SHG ମାଆ ମାନଙ୍କ ଦ୍ବାରା କରିବା ପାଇଁ ନିଷ୍ପତି ନିଆଯାଇଛି ଏବଂ ବିଭିନ୍ନ SHG ଙ୍କୁ ମନୋନୀତ କରି ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ନର୍ସରୀ ଆରମ୍ଭ କରାଯିବ ଯେଉଁଥିରେ ସ୍ଥାନୀୟ ଲୋକ ଙ୍କ ଚାହିଦା ଅନୁସାରେ ଚାରା ଉତ୍ପାଦନ କରି ମାଗଣା ରେ ଚାରା ବଣ୍ଟନ କରାଯିବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ଆଦିବାସୀ ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ

Read More...

ବ୍ରହ୍ମପୁରରେ ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ

ବ୍ରହ୍ମପୁରରେ ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: