ପଞ୍ଚମ ଦିନରେ ଲକ୍ଷ୍ମୀପୁରରେ ଶିକ୍ଷକ ସଂଘର ଧାରଣା ,ପାଠପଢା ଠପ୍- ମିଳୁନି ମଧ୍ୟାହ୍ନ ଭୋଜନ

September 12, 2023, ଶିକ୍ଷା, କୋରାପୁଟ, SANJAY KUMAR KANDHAPANI
ପଞ୍ଚମ ଦିନରେ ଲକ୍ଷ୍ମୀପୁରରେ ଶିକ୍ଷକ ସଂଘର ଧାରଣା ,ପାଠପଢା ଠପ୍- ମିଳୁନି ମଧ୍ୟାହ୍ନ ଭୋଜନ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
September 12, 2023

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ତିନି ଦଫା ଦାବି ନେଇ ସମୂହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଛି ।ଗତ ପ୍ରାୟ ୫ ଦିନ ଧରି ଧାରଣା ଜାରି ରହିଥିବା ବେଳେ ୧୦୫ ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢା ସମ୍ପୁର୍ଣ୍ଣ ଠପ୍ ହୋଇପଡିଛି ।ସେପଟେ ଛାତ୍ର ଛାତ୍ରୀଙ୍କୁ ଠିକରେ ମିଳିପାରୁନି ମଧ୍ୟାହ୍ନ ଭୋଜନ । ଲକ୍ଷ୍ମୀପୁର ବ୍ଲକର ୮୯୪୮ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିବା ଜଣାପଡିଛି। ଝିପି ଝିପି ବର୍ଷାରେ ସ୍କୁଲ ପୋଷାକ ଶାଢ଼ୀ ପିନ୍ଧି ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ପ୍ରତିବାଦରେ କରିଛନ୍ତି। ରାଜ୍ୟ ସରକାର ଦାବି ସମାଧାନ ପାଇଁ ୫ ତାରିଖ ଧାର୍ଯ୍ୟ କରିଥିଲେ । ଗୁରୁ ଦିବସରେ ଗୁରୁଙ୍କୁ ରାଜ୍ୟ ସରକାର ଭେଟି ଦେବେ ବୋଲି ଶିକ୍ଷକ ମାନେ ଭାବି ନେଇଥିଲେ। କିନ୍ତୁ ରାଜ୍ୟ ସରକାର ପୁଣି ୧୮ ତାରିଖ ଦିନ ଧାର୍ଯ୍ୟ କରିଥିବାରୁ ସମସ୍ତ ଶିକ୍ଷକ ଛୁଟିରେ ରହିବା ସହିତ ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଶିକ୍ଷକ ସଂଘର ସଦସ୍ୟ ଅରୁଣ ଦତ୍ତ ଏବଂ ଗୀତାଞ୍ଜଳୀ ପରିଡ଼ା ପ୍ରକାଶ କରିଛନ୍ତି। ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଦୟା ଗରଡ଼ା, ଏ. ରମେଶ କୁମାର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।ଏହି ଧାରଣା ପଲ୍ଲୀ ଠୁ ରାଜଧାନୀ ଭୁବନେଶ୍ଵର ଯାଏଁ ଚାଲିଛି ରାଜ୍ୟ ସରକାର ଆମ ଦି ନ ଗୁଡ଼ିକ ନମାନନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଙ୍ଘ ପକ୍ଷରୁ ଦାବୀ କରାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ପ୍ରେସ କ୍ଲବ ଦ୍ୱିବାର୍ଷିକ ନିର୍ବାଚନ: ରବିନ୍ଦ୍ରନାଥ ସଭାପତି

ଛତ୍ରପୁର ପ୍ରେସ କ୍ଲବ ଦ୍ୱିବାର୍ଷିକ ନିର୍ବାଚନ: ରବିନ୍ଦ୍ରନାଥ ସଭାପତି

Read More...

ଯାଜପୁରରେ ପାଳିତ ହେଲା ବିଶ୍ୱ ସଂସ୍କୃତ ଦିବସ

ଯାଜପୁରରେ ପାଳିତ ହେଲା ବିଶ୍ୱ ସଂସ୍କୃତ ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: