ଗଞ୍ଜାମ ବ୍ଲକରେ ଶିକ୍ଷକ ସଂଘର ସାମୁହିକ ଘଣଧାରଣା ଦ୍ୱିତୀୟ ଦିନରେ , ପାଠପଢ଼ା ଠପ

September 15, 2023, ଶିକ୍ଷା, ଗଞ୍ଜାମ, Santosh Kumar Mishra
ଗଞ୍ଜାମ ବ୍ଲକରେ ଶିକ୍ଷକ ସଂଘର ସାମୁହିକ ଘଣଧାରଣା ଦ୍ୱିତୀୟ ଦିନରେ , ପାଠପଢ଼ା ଠପ
Santosh Kumar Mishra
[ Special Correspondent ]
Bhagyaprabha News Bureau
September 15, 2023

ଗଞ୍ଜାମ ବ୍ଲକରେ ଶିକ୍ଷକ ସଂଘର ସାମୁହିକ ଧାରଣା ଦ୍ୱିତୀୟ ଦିନରେ , ପାଠପଢ଼ା ଠପ ଛତ୍ରପୁର-ରାଜ୍ୟ ଏୟୁଟିଏଫ୍ ଶିକ୍ଷକ ସଂଘର ଆହ୍ଵାନ କ୍ରମେ ଗଞ୍ଜାମ ବ୍ଲକ୍ ଏୟୁଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ ଗଞ୍ଜାମ ବିଇଓ ଅଫିସ ସମ୍ମୁଖରେ ଆରମ୍ଭ ହୋଇଥିବା ସାମୁହିକ ଗଣଧାରଣା ୨ୟ ଦିନରେ ପହଞ୍ଚିଛି। ଯାହା ଫଳରେ ଗଞ୍ଜାମ ବ୍ଳକରେ ଏକ ପ୍ରକାର ପାଠପଢା ଠପ ହୋଇଯାଇଛି। ଏହି ସାମୁହିକ ଧାରଣାରେ ପିଷ୍ଟା,କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ୍ର ସାମିଲ ହୋଇଥିବା ଦେଖାଯାଇଛି। ୨ୟ ଦିନରେ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ, ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସଂପାଦକ ବାଳକୃଷ୍ଣ ମହାଣା ଯୋଗଦେଇ ଆଲୋଚନା କରିବା ସହ ଧାରଣାରେ ସାମିଲ ହୋଇଥିଲେ। ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବି ଯଥା ଠିକା ନିଯୁକ୍ତି ବାତିଲ, ସହ ଛଅ ବର୍ଷ କାର୍ଯ୍ୟ କାଳକୁ ମୂଳ ଚାକିରୀରେ ଗଣନା କରି ନୋସଲାନ ଇଂକ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରୀ ସର୍ତ୍ତାବଳି ନିର୍ଦ୍ଧାରଣ କରିବା, କେନ୍ଦୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନସନ ଲାଗୁ କରିବା ପ୍ରମୁଖ ଦାବିନନେଇ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି , ଶିକ୍ଷକ ସଂଘ। ଏହି ଗଣ ଧାରଣାରେ ଏୟୁଟିଏଫ୍ ଶିକ୍ଷକ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଗଜେନ୍ଦ୍ର ମାଝି, ସମ୍ପାଦକ ଲକ୍ଷ୍ମଣ ନାହାକ, କୋଷାଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ ମିଳିତ ଶିକ୍ଷକ ମଞ୍ଚର ନିରଞ୍ଜନ ମହାପାତ୍ର, ଏୟୁଟିଏଫର ସମ୍ପାଦକ ଅଭିରାମ ନାୟକ, ରାଜ୍ୟ ପିଷ୍ଟା ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସଭାପତି ପ୍ରଫୁଲ୍ଲ ମାଝୀ, କନିଷ୍ଠ ଶିକ୍ଷକ ସଂଘର ସ୍ୱାଗତିକା ଦଳାଇ, ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ଭବାନୀ ଶଙ୍କର ପଟ୍ଟନାୟକ, ରାମକୃଷ୍ଣ ବେହେରା, ପ୍ରଦୀପ କୁମାର ଭୁକ୍ତା , ମହେଶ ବେହେରା, ସ୍ୱାଗତିକା ଦଳାଇ, ଜ୍ୟୋସ୍ନା ରାଣୀ ବେହେରା, ବିଦ୍ୟୁତଲତା ମିଶ୍ର, ମନୋରମା ପ୍ରଧାନ, ସଂଯୟ ତରାଇ, ଲକ୍ଷଣ ସେଠି, ଅଭିମନ୍ୟୁ ସ୍ବାଇଁ, ପ୍ରମୁଖ ଉଦବୋଧନ ଦେଇ ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ମରଣା ନୀତିକୁ ବିରୋଧ କରିବା ସହ , ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ ବୋଲି ଚେତାବନୀ ଦେଇଥିଲେ। ଏହି ସାମୁହିକ ଗଣ ଧାରଣାରେ ଗଞ୍ଜାମ ବ୍ଲକର ୩୫୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୁମା ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

ହୁମା ଠାରେ ଆୟୋଜିତ ହେଲା ଉଦ୍ୟାନ କୃଷି କର୍ମଶାଳା

Read More...

ଯୁବ ସମାଜସେବୀ ସ୍ୱର୍ଗତ ବସନ୍ତ ସାହୁଙ୍କୁ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି

ଯୁବ ସମାଜସେବୀ ସ୍ୱର୍ଗତ ବସନ୍ତ ସାହୁଙ୍କୁ ଦ୍ୱାଦଶରେ ଶ୍ରଦ୍ଧାଞ୍ଜଳି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: