ପାରଳାଖେମୁଣ୍ଡି ଜିଲ୍ଲା ଉପକାରାଗାର କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

September 16, 2023, ଓଡ଼ିଶା, ଗଜପତି, Rasmi Ranjan Sahu
 ପାରଳାଖେମୁଣ୍ଡି ଜିଲ୍ଲା ଉପକାରାଗାର କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
September 16, 2023

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରର କର୍ମଚାରୀ ମାନେ 5 ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରୁଛନ୍ତି । ଉପ କାରାଗାର କର୍ମଚାରୀ ମାନେ 13 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ ପରିଧାନ କରି ନିଜ ନିଜ କାର୍ଯ୍ୟ ସହ ଦାୟିତ୍ଵ ସମ୍ପାଦନ କରିବେ । ଜଦି ଉକ୍ତ ସମୟ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହେଲେ 25 ତାରିଖ ଠାରୁ ଉପ କାରାଗାର ସମ୍ମୁଖରେ କଳା ବ୍ୟାଜ ପରିଧାନ କରିବା ସହ ସମସ୍ତ କର୍ମଚାରୀ ବିନା ଖାଦ୍ୟ ଖାଇ ଶାନ୍ତିଶୃଙ୍ଖଳା ଭାବେ କର୍ତ୍ତବ୍ୟ ସମ୍ପାଦନ କରିବେ । ଦାବି ପୂରଣ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ସଙ୍ଘ ସଭାପତି ଜୀ ରମେଶ କହିଛନ୍ତି। ଜିଲ୍ଲା ଉପକାରାଗାର କାର୍ଯ୍ୟରତ ଥିବ ଜୀ ରମେଶ, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ସେଠୀ, କେ ରମେଶ ରେଡ୍ଡି, ବାଉରୀ ବନ୍ଧୁ ସେଠୀ, ଏସ ନାଗରାଜୁ, ଏନ ଚିରଞ୍ଜିବି, ମିନାକ୍ଷୀ ରେଡ୍ଡୀ, ଗୀତାଞ୍ଜଳି ବେହେରା ପ୍ରମୁଖ କଳାବ୍ୟାଜ ପରିଧାନ କରି କାର୍ଯ୍ୟରତ ଥିବା ସୁଚନା ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୀରଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ହିନ୍ଦୀ ଦିବସ

ବୀରଭଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହେଲା ହିନ୍ଦୀ ଦିବସ

Read More...

ପ୍ରାଥମିକ ଶିକ୍ଷକ ଆନ୍ଦେଳନ ଯୋଗୁଁ ଜିଲ୍ଲାର 354ଟି ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ

ପ୍ରାଥମିକ ଶିକ୍ଷକ ଆନ୍ଦେଳନ ଯୋଗୁଁ ଜିଲ୍ଲାର 354ଟି ବିଦ୍ୟାଳୟରେ ପାଠପଢ଼ା ବ୍ୟାଘାତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: