ଗଂଜାମ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା

September 27, 2023, ଖେଳ, ଗଞ୍ଜାମ, Bhagyaprabha News Bureau
ଗଂଜାମ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା
Bhagyaprabha News Bureau
September 27, 2023

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରେଡ୍ କ୍ରସ ଛାତ୍ରୀ ପୂଜା ସାହୁ ଅଣ୍ଡର ୧୪ ଗାର୍ଲ୍ ଗ୍ରୁପ୍ ହାଇ ଜମ୍ପ ରେ ଗଂଜାମ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପୂଜା ସାହୁ ଅଷ୍ଟମ ଶ୍ରେଣୀର ଜଣେ ଶାନ୍ତଶିଷ୍ଟ, ଉତ୍ତମ ସ୍ଵଭାବ, ଆଦର୍ଶ ଏବଂ ମେଧାବୀ ଛାତ୍ରୀ ଅଟନ୍ତି।ସେ ପାଠପଢା ଉତ୍ତମ ଭାବରେ କରିବା ସହିତ ଖେଳକୁଦରେ ସମୟ ଦିଅନ୍ତି ଆଉ ମଧ୍ୟ ଭଲ ଭାବରେ ଅଭ୍ୟାସ କରନ୍ତି। ସେ ବିଦ୍ୟାଳୟର ଜଣେ ଭଲ ରେଡ଼କ୍ରସ ଛାତ୍ରୀ ଭାବରେ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି । ପିଲାଟି ଦିନରୁ ପାଠପଢା ସହିତ ଖେଳପ୍ରତି ବହୁତ ଆଗ୍ରହ ଥିଲା। କଞ୍ଚଣା ଗ୍ରାମ ଅନ୍ତର୍ଗତ ଫକୀର ସାହୁ ଓ ନିବାସୀ ସାହୁଙ୍କ ଝିଅ ଗଂଜାମ ଜିଲ୍ଲାର ଅନ୍ ସ୍ଲୋ ସରକାରି ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ସ୍ଥିତ ମିନି ଷ୍ଟାଡିୟମ୍ ରେ ଆୟୋଜିତ ଏହି ବିଦ୍ୟାଳୟ ସମୂହ କ୍ରିଡା ପ୍ରତିଯୋଗୀତା ୨୦୨୩-୨୪ ରେ ଭାଗ ନେଇ ହାଇ ଜମ୍ପ ରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ,ଗ୍ରାମ ତଥା ବ୍ଲକ୍ ପାଇଁ ସୁନାମ ଆଣିଛନ୍ତି। ଏଥିପାଇଁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଶ୍ରୀମତି ଯ୍ୟୋସ୍ନାରାଣୀ ସେନାପତି ଅକ୍ଲାନ୍ତ ପରିଶ୍ରମ କରି ପ୍ରଶିକ୍ଷଣ ଦେଇଥଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡ. ସ୍ନିଗ୍ଧାରାଣି ସ୍ବାଇଁ ଏବଂ ରେଡ୍ କ୍ରସ୍ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ପ୍ରେରଣା ଦେଇଥିବା ପୂଜା ସାହୁ କହିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗ ଓ ଉତ୍ସାହ, ପିତାମାତାଙ୍କ ଆଶୀର୍ବାଦ ପାଇଁ ଏସବୁ ସମ୍ଭବ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଗକୁ ଆହୁରି କଠିନ ପରିଶ୍ରମ କରି ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଉତ୍ତୀର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଆୟୋଜିତ

ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଆୟୋଜିତ

Read More...

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: