ଭୁବନେଶ୍ବର :ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ର କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ।

September 30, 2023, ଖେଳ, ଖୋର୍ଦ୍ଧା, Bhagyaprabha News Bureau
ଭୁବନେଶ୍ବର :ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ର କ୍ୱାର୍ଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ।
Bhagyaprabha News Bureau
September 30, 2023

ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳ ଟି ଭୁବନେଶ୍ବର ର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍,ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ ଟି ଷ୍ଟାଡିୟମ୍ ରେ ଅନୁଷ୍ଠିତ ହେଉଛି। ଆଜି କ୍ୱାର୍ଟର ଫାଇନାଲ୍ ମ୍ୟାଚ ର ୪ଟି ମ୍ୟାଛ ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍ ରେ ଖେଳା ଯାଇଥିଲା।ଆଜ ମ୍ୟାଚ ଟି ବହୁତ ଗୁରୁତ୍ୱପୂର୍ଣ୍ଣ।ଡିସେମ୍ବର ୧ରୁ ୧୨ ତାରିଖ ଯାଏ ଖେଳାଯିବାକୁ ଥିବା କତର ରେ ବିଶ୍ୱକପ ପାଇଁ ଖେଳିଳି ତାଲିକା କାଲି ଘୋଷଣା ହେବ।ବିସିସିଆଇ ଏନସିଏ କ୍ବାଲିଫାଇଡ କୋଚ ଓ ଇଣ୍ଡିଆନ ଡେଫ କୋଚ ଦେବ ଦତ କାଲି ଏହିଠାରେ ଭାରତୀୟ ଦଳ ଘୋଷଣା କରିବେ।ଆଜି ଏହି ଖେଳରେ ମୁଖ୍ୟ ଅତିଥୀ ଭାବରେ ଆଇଜିକେସି ହସ୍ପିଟାଲ ର ମୁଖ୍ୟ ପରିଚାଳକ ବୃନ୍ଦାବନ ନାହକ ଯୋଗଦେଇ ଖେଳିଳି ମାନଙ୍କୁ ଉତ୍ସାହିତ କରିଥିଲେ।ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚ ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ରେ ୬୧ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ୮ ଓଭର ରେ ତାମିଲନାଡୁ ୨ ଓ୍ବିକେଟ ବିନିମୟରେ ୬୨ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।ସେହିଭଳି ୨ୟ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୬ ଓ୍ବିକେଟ ବିନିମୟରେ ୯୩ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ହରିୟାଣା ୬ ଓ୍ବିକେଟ ବିନିମୟରେ ୭୭ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।୩ୟ ମ୍ୟାଚରେ ବେଙ୍ଗଲ ପ୍ରଥମେ ବ୍ୟାଟିଂ କରି ୨ ଓ୍ବିକେଟ ବିନିମୟରେ ୧୦୭ ରନ ସଂଗ୍ରହ କରିଥିଲେ ଯାହାର ପିଛା କରି ମଧ୍ୟପ୍ରଦେଶ ୯ ଓ୍ବିକେଟ ବିନିମୟରେ ୭୯ ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି।୪ର୍ଥ ମ୍ୟାଚରେ ଜାମ୍ମୁ କାଶ୍ମୀର ପ୍ରଥମେ ବ୍ୟାଟିଂ କରି ୯ ଓ୍ବିଖେଟ ବିନିମୟରେ ୭୦ ରନ ସଂଗ୍ରହ କରିଥିଲେ ଯାହାର ପିଛାକରି କେରଳ ଦଳ ୯ ଓଭର ରେ ୩ ଓ୍ବିକେଟ ହରାଇ ୭୪ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଂରାଜୀ  ବିଭାଗ ଦ୍ୱାରା ସ୍ଥାୟୀ ପରିବେଶ ଏବଂ ଇଣ୍ଟର୍ସପେସିସ୍ ଇକୋଲୋଜିସ୍ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ

ଇଂରାଜୀ ବିଭାଗ ଦ୍ୱାରା ସ୍ଥାୟୀ ପରିବେଶ ଏବଂ ଇଣ୍ଟର୍ସପେସିସ୍ ଇକୋଲୋଜିସ୍ ଉପରେ ଆନ୍ତର୍ଜାତୀୟ ସମ୍ମିଳନୀ

Read More...

ପଞ୍ଚମ ଦିନରେ ଜାତୀୟ ମୁକ ବଧିର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ

ପଞ୍ଚମ ଦିନରେ ଜାତୀୟ ମୁକ ବଧିର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: