ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କୁ ନିର୍ବାଚନ କମିଶନରଙ୍କ ନୋଟିସ

April 04, 2019, ରାଜନୀତି, , Bhagyaprabha News Bureau
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଙ୍କୁ ନିର୍ବାଚନ କମିଶନରଙ୍କ ନୋଟିସ
Bhagyaprabha News Bureau
April 04, 2019

ଉତ୍ତରପ୍ରଦେଶ ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନର ନୋଟିସ ଜାରୀ କରିଛନ୍ତି । ସୂଚନା ଅନୁଯାୟୀ ଗାଜିଆବାଦର ବିଜେପିର ଏକ ନିର୍ବାଚନ ପ୍ରଚାର ଜନସଭାରେ ଯୋଗୀ ଯୋଗଦେଇ ଭାରତୀୟ ଯବାନ ମାନେ ମୋଦିଙ୍କ ସେନା ବୋଲି ଅଭିଭାଷଣରେ କହିଥିଲେ । ନିର୍ବାଚନ କମିଶନର ନିର୍ବାଚନର ଆଚରଣ ବିଥି ଉଲ୍ଳଂଘନ କଥା ହୃଦୟଙ୍ଗମ କରି ଯୋଗୀଙ୍କୁ ନୋଟିସ ଜାରୀ କରିଛନ୍ତି ଓ ଏପ୍ରିଲ ପାଞ୍ଚ ତାରିଖ ମଧ୍ୟରେ ଉତ୍ତର ପ୍ରଦେଶ ମୂଖ୍ୟମନ୍ତ୍ରୀ ଙ୍କୁ ମହଲତ ଦିଆଯାଇଥିବା କହିଛନ୍ତି ନିର୍ବାଚନ କମିସନର । ସୂଚନା ଯୋଗ୍ୟ ଯେ ପୁଲୱାମା ଆକ୍ରମଣ ଘଟଣା ପରେ କିଛି ରାଜନୈତିକ ଦଳ ସେନା ମାନଙ୍କ ପୋଷ୍ଟର ଲଗାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଏହା ପରେ ନିର୍ବାଚନ କମିଶନର କୈାଣସି ଭାରତୀୟ ଯବାନ ମାନଙ୍କୁ ନିର୍ବାଚନରେ ପୋଷ୍ଟର, ଯବାନଙ୍କ ନାମ କୈାଣସି ମନ୍ତବ୍ୟ ଦେଇପାରିବେ ନାହିଁ । ଘୋଷଣା କରିଥିଲେ ନିର୍ବାଚନ କମିସନ । ଯବାନ ମାନଙ୍କୁ ବିଜେପିର ସେନା ବୋଲି ହୃଦୟଙ୍ଗମ କରି ନିର୍ବାଚନ କମିଶନର ନୋଟିସ ଜାରୀ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ପଞ୍ଜାବ ରେ ଉଡିଲା ପାକିସ୍ତାନ ଡ୍ରୋନ

ପୁଣି ପଞ୍ଜାବ ରେ ଉଡିଲା ପାକିସ୍ତାନ ଡ୍ରୋନ

Read More...

୧୫ ସିଏଫ୍ଟି କାଠ ପଟା ଜବତ, ଜଣେ ଗିରଫ

୧୫ ସିଏଫ୍ଟି କାଠ ପଟା ଜବତ, ଜଣେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: