ବନ୍ୟପ୍ରାଣୀ ଓ ଆଦ୍ର ଜମିର ସଂରକ୍ଷଣ ସଚେତନତା ନେଇ କନଫରେନ୍ସ

October 08, 2023, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବନ୍ୟପ୍ରାଣୀ ଓ ଆଦ୍ର ଜମିର ସଂରକ୍ଷଣ ସଚେତନତା ନେଇ କନଫରେନ୍ସ
Gouri Shankar Mishra
[ Video Journalist ]
Bhagyaprabha News Bureau
October 08, 2023

ବ୍ରହ୍ମପୁର -ସମ୍ପ୍ରତି ବିଶ୍ୱରେ ମାନବ ସମାଜ ନିଜର ଆଡ଼ମ୍ବରପୂର୍ଣ୍ଣ ଜୀବନ ଯାପନ ନିମନ୍ତେ ଅଯଥାରେ ନୀରିହ ବନ୍ୟ ପ୍ରାଣୀ ଓ ଜଙ୍ଗଲ ସମ୍ପଦ ନିପାତ କରି ନିଜକୁ ତଥା ନିଜ ଭବିଷ୍ୟତ ବଂଶଧର ମାନଙ୍କୁ ଘୋର ଅନ୍ଧକାର ଆଡ଼କୁ ଠେଲି ଦେବା ବ୍ୟବସ୍ଥା କରୁଛି। ବ୍ୟାପକ ପ୍ଲାଷ୍ଟିକ ଓ ହାନିକାରକ ଦ୍ରବ୍ୟ ବ୍ୟବହାର ଯୋଗୁ ଜଳାଶୟ, ପରିବେଶ ଜୀବ ଜନ୍ତୁ ଙ୍କ ଉପରେ ପ୍ରଭାବ ପଡୁଛି ଓ ତାହାର ପ୍ରଭାରେ ଆମେ ମାନେ ପ୍ରଭାବିତ ହୋଇ ନାନାପ୍ରକାର ରୋଗ ର ସମ୍ମୁଖୀନ ହେଉଛନ୍ତି। ଏଣୁ ସମସ୍ତେ ମିଳିମିଶି ବନ୍ୟପ୍ରାଣୀ , ଜଙ୍ଗଲ ଓ ଆଦ୍ର ଜମି ର ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପରିବେଶ ସନ୍ତୁଳନ ଦିଗରେ କାର୍ଯ କରିବା ଉଚିତ୍ ବୋଲି ଆଜି ଗଣପତି ସାବତ ଫାଉଣ୍ଡେସନ ପକ୍ଷରୁ ତାମ୍ପରା ହ୍ରଦ ନିକଟ ରେସୋର୍ଟ ର ସମ୍ମିଳନୀ ପ୍ରକୋଷ୍ଠରେ ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସହଯୋଗରେ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଆୟୋଜିତ କର୍ମଶାଳା ରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଫାଉଣ୍ଡେସନ ର ସଭାପତି ତଥା ବିଶିଷ୍ଟ ପରିବେଶ ବିଜ୍ଞାନୀ ଡ ବିନୋଦ ଚନ୍ଦ୍ର ସାବତ ଅଧ୍ୟକ୍ଷତା କରି କର୍ମଶାଳା ର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ। ବିଶିଷ୍ଟ ସମାଜସେବୀ ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରାଣାବିନ୍ଦ ରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରାଣୀ ସମ୍ପଦ ଓ ଜଙ୍ଗଲ ସମ୍ପଦ କୁ ସୁରକ୍ଷା ନ କଲେ ଭବିଷ୍ୟତ ରେ ମାନବ ସମାଜ କରୋନା ଠାରୁ ଭୟଙ୍କର ବ୍ୟାଧି ର ଶିକାର ହେବା ସହ ନିଜକୁ ଧ୍ଵଂସ ମୁଖକୁ ଦେଲିଦେବ।ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ପ୍ରଫେସର ଡ ଅଞ୍ଜନ କୁମାର ପୃଷ୍ଟି ଯୋଗଦେଇ ନିଜର ସାରଗର୍ଭ ବକ୍ତବ୍ୟ ରେ ବନ୍ୟପ୍ରାଣୀ ସୁରକ୍ଷା ସହ ଆଦ୍ର ଜମି ର ସଂରକ୍ଷଣ ଓ ଜଳାଶୟ ଗୁଡ଼ିକର ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ସଚେତନତା କରିବା ନିମନ୍ତେ ଅନୁରୋଧ କରିଥିଲେ। ଡ ଦେବାଶିଷ ମହାପାତ୍ର, ଓଡ଼ିଶା ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦ, ବିଜ୍ଞାନୀ, ଅବସରପ୍ରାପ୍ତ ପ୍ରଫେସର ଡ ବୀଜୟ କୁମାର ମହାନ୍ତି, ଡ ଉମେଶ ସାହୁ, ଶ୍ରୀ ବିଜୟ କୁମାର ବିଶ୍ବାଳ ପ୍ରମୁଖ ବକ୍ତା ଭାବେ ଯୋଗଦେଇ ସମସ୍ୟା, ସମାଧାନ ଓ ସଚେତନତା ଉପରେ ଆଲୋକପାତ କରିଥିଲେ। ନୀଳକଣ୍ଠ ନଗର ସରସ୍ଵତି ଅଧ୍ୟକ୍ଷ ଡ ସୁବ୍ରତ କୁମାର ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ ଶଙ୍କର ନାରାୟଣ ବେଜ୍ ଧନ୍ୟବାଦ ପ୍ରଦାନ କରିଥିଲେ। ପୋଷ୍ଟର ପ୍ରତିଯୋଗିତାରେ ସୁଶ୍ରୀ ଉଷାକିରଣ ପଟନାୟକ ପ୍ରଥମ, ନିହରିକା ବେହେରା ଦ୍ଵିତୀୟ, ସ୍ଵତିରାଣି ସାହୁ ତୃତ୍ୱିୟ, ରୁଦ୍ରମାଧବ ପାତ୍ର ଚତୁର୍ଥ ଓ ବର୍ଷାରାଣି ପୋଲାଇ ପଞ୍ଚମ ସ୍ଥାନ ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ନୀଳକଣ୍ଠ ନଗର ସରସ୍ଵତୀ ମହାବିଦ୍ୟାଳୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ, ବିବେକାନନ୍ଦ ବିଦ୍ୟାମନ୍ଦିର ରମ୍ଭା, ସୁବାଳୟା ଉଚ୍ଚ ବିଦ୍ୟାଳୟଓ ଝରପାଲି ବିଦ୍ୟାଳୟ ସମେତ ବହୁ ଛାତ୍ର ଛାତ୍ରୀ କର୍ମଶାଳା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମସ୍ତେ ତମ୍ପରା ହ୍ରଦ ପରିଦର୍ଶନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡି ନେତା ଶଶି ଭୂଷଣ ମହାନ୍ତି ହେଲେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଦଳର ପର୍ଯ୍ୟବେକ୍ଷକ

ବିଜେଡି ନେତା ଶଶି ଭୂଷଣ ମହାନ୍ତି ହେଲେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଦଳର ପର୍ଯ୍ୟବେକ୍ଷକ

Read More...

ମଣ୍ଡଳ ସ୍ତରୀୟ ବାଘ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମଣ୍ଡଳ ସ୍ତରୀୟ ବାଘ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: