ପରିବାର ସହ ଛତିଶଗଡ଼ ଫେରିଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଓ ଝିଅ

October 10, 2023, ଓଡ଼ିଶା, ସୁନ୍ଦରଗଡ଼, BHAGYAPRABHA NEWS
ପରିବାର ସହ ଛତିଶଗଡ଼ ଫେରିଲେ ସୁନ୍ଦରଗଡ଼ରୁ ଉଦ୍ଧାର ମା’ ଓ ଝିଅ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 10, 2023

ସୁନ୍ଦରଗଡ଼ରେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ଅବଶେଷରେ ଛତିଶଗଡ଼ରେ ଥିବା ନିଜ ଗାଁକୁ ଫେରିଛନ୍ତି। ଗତକାଲି ଛତିଶଗଡ଼ରୁ ଆସିଥିବା ମହିଳାଙ୍କ ଝିଅ ଓ ଯାଆଙ୍କ ସହ ଆଜି ସକା‌ଳେ ଫେରିଛନ୍ତି। ଟାଉନ୍ ଥାନା ପୁଲିସ୍ ପରିବାରକୁ ଉଦ୍ଧାର ହୋଇଥିବା ମା’ ଓ ଝିଅଙ୍କୁ ହସ୍ତାନ୍ତର କରିବା ପରେ ଛତିଶଗଡ଼ରେ ଥିବା ସେମାନଙ୍କ ଗାଁରେ ପହଞ୍ଚାଇଥିବା ଜଣାଯାଇଛି। ଉଦ୍ଧାର ମା’ ଝିଅଙ୍କ ଗତକାଲି ଠିକଣା ମିଳିଥିଲା। ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜଣାପଡ଼ିଥିଲା। ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ କରାଯାଇଥିଲା। ପରେପରିବାର ଲୋକଙ୍କୁ ଖୋଜି ବାହାର କରିଥିଲା ସୁନ୍ଦରଗଡ଼ ପୁଲିସ। ଏଣେ ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଥିବା ପରିବାର ଲୋକେ କହିଛନ୍ତି। ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କକହିଥିଲେ। ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ସମ୍ପର୍କୀୟ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ। ଯାହା ଏବେ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି । ତେବେ ଦୁଷ୍କର୍ମ ସମ୍ପର୍କରେ ଏଯାଏ ମୁହଁ ଖୋଲି ନାହାନ୍ତି ବଡ଼ ଭଉଣୀ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ଚଢାଉ

ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ଚଢାଉ

Read More...

 ମାଆ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍, 2ମୃତ

ମାଆ ଓ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍, 2ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: