ପାରଳାଖେମୁଣ୍ଡି : ଦୁର୍ଗାପୂଜା ପାଳନ ପାଇଁ ବିଭିନ୍ନ ପୂଜା କମିଟିର ଜୋରଦାର ପ୍ରସ୍ତୁତି ।

October 10, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି : ଦୁର୍ଗାପୂଜା ପାଳନ ପାଇଁ ବିଭିନ୍ନ ପୂଜା କମିଟିର ଜୋରଦାର ପ୍ରସ୍ତୁତି ।
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
October 10, 2023

ଚଳିତ ବର୍ଷ ମା ଜଗତଜନନୀ ଦୁର୍ଗାଙ୍କ ପୂଜା ଆଡମ୍ବର ସହ ପାଳନ ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଭିନ୍ନ ପୂଜା କମିଟି ଜୋର୍ ଦାର ପ୍ରସ୍ତୁତି କରୁଥିବା ଦେଖାଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜା ପାଳନ ପାଇଁ କୌଣସି କଟକଣା ନଥିବା ବେଳେ ସହରର ସମସ୍ତ ପୂଜା କମିଟି ଶାନ୍ତିଶୃଙ୍ଖଳା ସହ ମା ଦୁର୍ଗାଙ୍କ ପୂଜା ଆଡ଼ମ୍ବରରେ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭକ୍ତ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଖନଜା ସାହି, ବଡ଼ ବ୍ରାହ୍ମଣ ସାହି, ଗାନ୍ଧୀ ଛକ, ରାଜଗୁରୁ ସାହି, କଟିକା ସାହି ଇତ୍ୟାଦି ପୂଜା କମିଟି ସୂସଜିତ ପୂଜା ମେଡ ସାଙ୍ଗକୁ ମା ଦୁର୍ଗାଙ୍କ ଆକର୍ଷିତ ମାଟି ମୃତି ତିଆରି କରିବା ପାଇଁ ବ୍ୟସ୍ତ ରହିଛନ୍ତି କାରିଗର ମାନେ । ବଡ଼ ବ୍ରାହ୍ମଣ ସାହି ଓ ଖନଯା ସାହି ପୂଜା କମିଟି ମା ଦୁର୍ଗାଙ୍କ ପୂଜା ୧୦ ଦିନର ପୂଜା କରୁଥିବା ବେଳେ ଅନ୍ୟ ସ୍ଥାନରେ ମା ଙ୍କ ପୂଜା 3 ଦିନ ପାଇଁ କରିଥାନ୍ତି । ମା ଦୁର୍ଗାଙ୍କ ପୂଜା ବା ଦଶହାର ପର୍ବ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ପୂଜା ହୋଇଥିବା ବେଳେ ବିଭିନ୍ନ ପୂଜା କମିଟି କିଭଳି ଲୋକଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇ ଥିବା ନଜର ଆସିଛି । ପାରଳାଖେମୁଣ୍ଡିର ଦୁର୍ଗା ପୂଜା ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଭକ୍ତ ମାନେ ଏଠାକୁ ଆସୁଥିବା ଯୋଗୁଁ ଏ ବର୍ଷ ବିଭିନ୍ନ ବ୍ୟବସାୟୀ ମାନେ ମଧ୍ୟ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି । ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଗଜପତି ଜିଲ୍ଲା ପୁଲିସ ତରଫରୁ ସମସ୍ତ ପୂଜା ସ୍ଥାନରେ ପୁଲିସ ମୃତୟନ କରାଯିବା ସହ ସହର ମଧ୍ୟରେ ରହିଥିବା ଜନଗହଳି ପୂର୍ଣ୍ଣ ସ୍ଥାନରେ ପୁଲିସ ମୃତୟନ ରହିବେ ବୋଲି ସୂଚନା ରହିଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ସ୍ନାତକ ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି

ମହିଳା ସ୍ନାତକ ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା ରାଲି

Read More...

ଜାତୀୟ ସ୍ତରର କୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିବା ଦୁଇ  ଛାତ୍ରଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଜାତୀୟ ସ୍ତରର କୁସ୍ତି ପ୍ରତିଯୋଗିତାରେ ଭାଗ ନେଇଥିବା ଦୁଇ ଛାତ୍ରଙ୍କୁ ବିଧାୟକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: